
ମରିଗଲେ ବି ନିଜ ପିଲା କୁ ଏହି ନାମ କେବେବି ଦିଅନ୍ତୁ ନାହିଁ ପରିଣାମ ଯାହା ହେବ କେବେ ଭାବିନଥିବେ
ପିଲା ଜନ୍ମ ହେବା ପରେ ପ୍ରଥମେ ତାର ନାମ ଉପରେ ବିଚାର କରାଯାଇ ଥାଏ, ପ୍ରତେକ ବାପା ମା ନିଜ ପିଲା ମାନଙ୍କ ନାମ ଏମିତି ରଖିବାକୁ ଚାହିଁ ଥାଆନ୍ତି ଯାହା ସକାରାତ୍ମକ ବା ପଯ୍ଏଟିଭ ଥିବ | ଆଜି କାଲି ପୌରାଣିକ କଥା ଅନୁସାରେ ଅର୍ଥାତ ରାମ, ଅର୍ଜୁନ, ଲକ୍ଷ୍ମଣ ଆଦି ନାମ ପିଲା ମାନଙ୍କୁ ଦିଆଯାଇ ଥାଏ | କିନ୍ତୁ ପୁରାଣ ରେ ବି କିଛି ଏମିତି ନାମ ଅଛି ଯାହା ଭୁଲରେ ବି ରଖିବା ଭଲ ନୁହେଁ | ଆଜି ଆପଣ ଙ୍କୁ 10 ଟି କିଛି ଏମିତି ନାମ କହିବୁ ଯାହା ପିଲା ମାନଙ୍କୁ ଦେବା ଭଲ ନୁହେଁ ଅର୍ଥାତ ବହୁତ ଖରାପ ହୋଇ ଥାଏ, ଏଥିପାଇଁ ଆପଣ ଙ୍କୁ ଜୀବନ ସାରା ପସ୍ତେଇବାକୁ ପଡ଼ିବ | ତେବେ ଆସନ୍ତୁ ଜାଣିବା ଏହି 10 ଟି ନାମ କଣ କଣ |
1. ବିଭୀଷଣ :- ବିଭୀଷଣ ର ଅର୍ଥ ହେଉଛି ଯାହାକୁ କେବେ କ୍ରୋଧ ଆସୁ ନଥିବ, ସୁନ୍ଦର ଶିଶୁ ଟିଏ ହେଲେ ମଧ୍ୟ ଲୋକ ମାନେ ଏହି ନାମ କୁ ରଖି ନଥାନ୍ତି | କାରଣ ସେ ନିଜ ଭାଇ ରାବଣ ର ମୃତ୍ୟୁ ର ରହସ୍ୟ ଶ୍ରୀରାମ ଙ୍କୁ କହି ଥିଲେ, ସେଥିପାଇଁ ଏହି ନାମ ଦେବା ପିଲା ମାନଙ୍କ ପାଇଁ ଭଲ ନୁହେଁ |
2. ଦ୍ରୌପଦୀ :- ଦ୍ରୌପଦୀ ଏକ ରାଜକୁମାରୀ ଥିଲେ ଏହା ପରେ ବି ଲୋକ ମାନେ ନିଜ ଝିଅ ର ନାମ ଦ୍ରୌପଦୀ ରଖୁ ନାହାଁନ୍ତି | ଦ୍ରୌପଦୀ ଙ୍କୁ ପାଞ୍ଚ ପାଣ୍ଡଵ ଙ୍କ ସହ ବିବାହ କରିବାକୁ ପଡ଼ି ଥିଲା ଏହି କାରଣ ରୁ ଏହି ନାମ ରଖାଯାଏ ନାହିଁ |
3. ମନ୍ଦଦରୀ :- ରାମାୟଣ ଅନୁସାରେ ମନ୍ଦଦରୀ ଦୟାଳୁ ଓ ଭଲ ଗୁଣ ର ସ୍ତ୍ରୀ ଥିଲେ, କିନ୍ତୁ ରାବଣ ର ପତ୍ନୀ ହେବା କାରଣ ରୁ ଲୋକ ମାନେ ନିଜ ଝିଅ ର ନାମ ମନ୍ଦଦରୀ ରଖନ୍ତି ନାହିଁ |
4. ସୁଗ୍ରୀବ :- ସୁଗ୍ରୀବ ଭଗବାନ ଶ୍ରୀରାମ ଙ୍କର ପରମ ଭକ୍ତ ଥିଲେ କିନ୍ତୁ ସେ ନିଜ ଭାଇ ର ମୃତ୍ୟୁର କାରଣ ହୋଇ ଥିଲେ | ଏହି କାରଣ ରୁ ଲୋକ ମାନେ ନିଜ ପୁତ୍ରର ନାମ ସୁଗ୍ରୀବ ରଖୁ ନାହାଁନ୍ତି |
5. ଅଶ୍ୱଥାମା :- ଅଶ୍ୱଥାମା ଜଣେ ସାହସୀ ଯୋଦ୍ଧା ଥିଲେ କିନ୍ତୁ ସେ କିଛି ଖରାପ କାମ ବି କରି ଥିଲେ ଯାହାର କାରଣ ରୁ ଶ୍ରୀକୃଷ୍ଣ ତାଙ୍କୁ ଅଭିଶାପ ଦେଇ ଥିଲେ | ଏହି କାରଣ ରୁ କେଉଁ ବି ଲୋକ ମାନେ ନିଜ ପୁତ୍ରର ନାମ ଅଶ୍ୱଥାମା ରଖନ୍ତି ନାହିଁ |
6. ଗାନ୍ଧାରୀ :- ଗାନ୍ଧାରୀ ମହର୍ଷି ଓ ଗୁନବାନ ଥିଲେ କିନ୍ତୁ କୁରୁ ବଂଶ ରେ ବିବାହ ପରେ ତାଙ୍କୁ କେବଳ ଦୁଃଖ ହିଁ ମିଳି ଥିଲା ଆଉ ତାଙ୍କ ସବୁ ପୁତ୍ରର ମୃତ୍ୟୁ ହୋଇ ଯାଇ ଥିଲା | ସେଥିପାଇଁ କେହି ବି ମଧ୍ୟ ନିଜ ପୁତ୍ରୀର ନାମ ଗାନ୍ଧାରୀ ରଖନ୍ତି ନାହିଁ |
7. କୈକେଇ :- କୈକେଇ ଜଣେ ରାଜା ପରିବାର ରେ ଥିଲେ କିନ୍ତୁ ସେ ନିଜ ଚାକରାଣୀ ର କଥାରେ ହିଁ ନିଜ ପରିବାର ଭିତରେ ଭେଦଭାବ କରି ଥିଲେ ତେଣୁ କେହି କୈକେଇ ନାମ ଦିଅନ୍ତି ନାହିଁ |
8. ଦୁର୍ଯ୍ୟୋଧନ :- ଦୁର୍ଯ୍ୟୋଧନ ଜଣେ ବଳବାନ ଓ ମହାନ ଯୋଦ୍ଧା ଥିଲେ କିନ୍ତୁ ନିଜ ଲୋଭର କାରଣରୁ ହିଁ ସେ ନିଜ ପରିବାରର ନାଶ କରି ଥିଲେ, ସେଥିପାଇଁ ନିଜ ପୁତ୍ରର ନାମ ଦୁର୍ଯ୍ୟୋଧନ ରଖିବା ଭଲ ମାନାଯାଇ ନଥାଏ |
9. ମନ୍ଥରା :- ମନ୍ଥରା କାରଣରୁ ଭଗବାନ ରାମ, ଲକ୍ଷ୍ମଣ ଓ ଦେବୀ ସୀତା ଏବଂ ରାଜା ଦଶରଥ ଙ୍କର ପୁରା ପରିବାର କୁ କେତେ ଦୁଃଖ କଷ୍ଟ ର ସାମ୍ନା କରିବାକୁ ପଡୁଥିଲା ତେଣୁ ଏହି ନାମ ରଖିବା ଉଚିତ ନୁହେଁ |
10. ଶକୁନି :- ଶକୁନି ବହୁତ ଚାଲାକ ଥିଲେ କିନ୍ତୁ ଏହି ନାମ ରଖିବା ଆଦୌ ଭଲ ନୁହେଁ | କାରଣ ସେ ଘୃଣା ଓ ପ୍ରତିଶୋଧ କାରଣରୁ ପୁରା କୁରୁ ବଂଶରେ ଫାଟ ସୃଷ୍ଟି କରି ଦେଇ ଥିଲେ |