ସବୁ ସମୟ ଖବର ସାଥିରେ

VIRAL VIDEO – ଲଣ୍ଡନରେ କେମିତି ମସ୍ତି କରୁଛନ୍ତି ଅଭିନେତା ଅନୁଭବ ମହାନ୍ତି ( Anubhav Mohanty )…..ଦେଖନ୍ତୁ ଭିଡିଓ

0 6

ଆପଣମାନେ ଓଡ଼ିଆ ସିନେମା ଦେଖିବା ପାଇଁ ଖୁବ୍ ଭଲ ପାଉ ଥିବେ। ଏବଂ ଏହି ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।

କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଆମେ ଆଜି ଲୋକପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବାବଦରେ କହିବା ପାଇଁ ଯାଉଛୁ।ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କିଛି ଫୋଟ ଓ ଭିଡ଼ିଓ। ଯେଉଁଥିରେ ଲଣ୍ଡନରେ ଅନୁଭବଙ୍କୁ ଜଣେ ଅଭିନେତ୍ରୀଙ୍କ ସହିତ ନଜର ଆସୁଛନ୍ତି ଆଉ ସେ ଏହି ଅଭିନେତ୍ରୀଙ୍କ ସହିତ ଖୁବ୍ ମଜା ମସ୍ତି ମଧ୍ୟ କରୁଛନ୍ତି। ଯାହାକୁ ନେଇ ଫ୍ୟାନସ୍ ମାନଙ୍କ ମନରେ ବହୁତ୍ ଗୁଡ଼ିଏ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏହି ଭାଇରାଲ ଫୋଟ ଏବଂ ଭିଡିଓକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ସତ୍ୟତା ଆସନ୍ତୁ ଜାଣିବା।

ତେବେ ସୂଚନା ଅନୁଯାୟୀ ଆଗକୁ ଅଭିନେତା ଅନୁଭବ ମହାନ୍ତିଙ୍କ ଏକ ନୂଆ ସିନେମା ଆସିବା ପାଇଁ ଯାଉଛି ଯାହାର ସୁଟିଂ ଆରମ୍ଭ ହୋଇ ଯାଇଛି।ଏହି ଚଳଚିତ୍ରଟିର ନାମ ମଧ୍ୟ ରହିଛି ଲଭ ଇନ ଲଣ୍ଡନ। ଆଉ ଏହାର ସୁଟିଂ ଲଣ୍ଡନର ବିଭିନ୍ନ ସ୍ଥାନରେ ହେଉଛି।ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ ଏବଂ ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ର। ସେହିପରି କୋରିଓଗ୍ରାଫର ଅଛନ୍ତି ଗିରିଷ। ଏହି ଚଳଚିତ୍ରରେ ପ୍ରଥମ ଥର ପାଇଁ ମୁମ୍ବାଇର ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ। ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଫୋଟୋ ଓ ଭିଡ଼ିଓ ସୁଟିଂ ସେଟ୍ ର ଯାହା ଖୁବ୍ ଭାଇରାଲ ହେଉଛି।

ତେବେ ଅନୁଭବ ମହାନ୍ତି ତାଙ୍କ ପାରିବାରିକ ସମସ୍ୟାକୁ ନେଇ ବହୁଦିନ ଧରି ସିନେମା ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଥିଲେ। ଆଉ ଦୀର୍ଘ ଦିନ ପରେ ଅନୁଭବ ପୁଣି ଥରେ ନଜର ଆସିବେ ଏକ ନୂଆ ସିନେମା ସହିତ। ଆଉ ଯେଉଁ ସିନେମାର ସୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଛି। ଫ୍ୟାନସ୍ ମାନେ ମଧ୍ୟ ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି ଅନୁଭବଙ୍କ ଦମଦାର ଅଭିନୟ ପରଦା ଉପରେ ଦେଖିବା ପାଇଁ। ତେବେ ଏହି ସିନେମା କେବେ ମୁକ୍ତିଲାଭ କରିବ ତାର କିଛି ସୂଚନା ମିଳିପାରି ନାହିଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।