
ଯାତ୍ରା Supper Star ହିରୋଇନ Manu ,କହିଲେ ମୋ ସ୍ଵାମୀ ଡ୍ୟାନ୍ସର, କିନ୍ତୁ ପଇସା ଯାହା ପାଖରେ ମୁଁ ତା’ ପାଖରେ…’ ଆଉ ରାତିରେ ରାତିରେ ମୁଁ …ଦେଖନ୍ତୁ video
ମନୋରଞ୍ଜନ ଦୁନିଆରେ ଲୋକ ମାନେ ନିଜର କଳା ଦ୍ୱାରା ପ୍ରସିଦ୍ଧି ଲାଭ କରିଥାନ୍ତି | ତାହା ଟେଲିଭିଜନ ବା ସିନେ ଜଗତ ବା ଯାତ୍ରା ଜଗତ ମଧ୍ୟ ହୋଇ ପାରେ | ଭଗବାନ ପ୍ରତ୍ୟେକ ମଣିଷଙ୍କୁ କିଛି ନା କିଛି କଳା ଦେଇଥାନ୍ତି ଯାହାଦ୍ୱାରା ସେ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରି ଥାଏ |କିନ୍ତୁ ସେହି କଳାର କିଏ ସଠିକ ବ୍ୟବହାର କରୁଛି ତା କିଏ ବାଟବଣା ହୋଇ ଯାଉଛି | ଏବଂ ଏହି ସବୁ ଗୁଣ ଦ୍ୱାରା ଯଦି କେହି କିଛି ଭଲ କାମ କରିଥାନ୍ତି ତାହେଲେ ଲୋକ ତାଙ୍କର ପ୍ରଶଂସା କରନ୍ତି ଓ ସେ ସମସ୍ତଙ୍କ ପାଖରେ ପ୍ରସିଦ୍ଧ ହୋଇ ଯାନ୍ତି|
ସାଧାରଣତଃ ଯାତ୍ରା ଦେଖିବା ପାଇଁ ସମସ୍ତେ ଭଲ ପାଇଥାନ୍ତି | ଯାତ୍ରାର କଳାକାର ମାନେ ନିଜର ନିଖୁଣ ଓ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କର ମନ ମହିଥାନ୍ତି | କେତେବେଳେ କମେଡିଆନର କମେଡି ଦେଖି ହସରେ ଫାଟି ପଡୁଥିବେ ତ କେତେବେଳେ ଭିଲିଆନର କାର୍ଯ୍ୟ କଳାପ ଦେଖି ବିରକ୍ତ ହେଇ ଯାଉଥିବେ | ଏହା ହିଁ ଜଣେ କଳାକାର ନିଜର କଳା ମାଧ୍ୟମରେ କିଛି ସ୍ୱଳ୍ପ ସମୟରେ ନିଜର କଳାର ବାର୍ତା ଦେଇଥାଏ | ଆଜି ଆମେ ଏମିତି ଏକ କଳାକାରଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯିଏକି ଯାତ୍ରାରେ ଭିଲିଆନ ଚରିତ୍ରରେ ଅଭିନୟ କରନ୍ତି | ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ |
ଅଭିନେତ୍ରୀ ମାନୁ ଯାତ୍ରା ଜଗତର ଜଣେ ଜଣା ଶୁଣା କଳାକାର | ସେ ଏବେ ଇନ୍ଦ୍ରଭୁବନରେ ତିନୋଟି ଯାତ୍ରା କରୁଛନ୍ତି | ଗୋଟିଏରେ ଭିଲିଆନର ଚରିତ୍ର କରି ଥିବା ବେଳେ ଅନ୍ୟ ଦୁଇଟିରେ କମେଡିଆନ ଅଭିନୟ କରିଛନ୍ତି | ସେ ତାଙ୍କର ପ୍ରଥମ ଯାତ୍ରା ଇସ୍ତର୍ଣ ବ୍ଲୁରୁ ଆରମ୍ଭ କରିଥିଲେ ଓ ତାପରେ ଡାନ୍ସ କରୁଥିଲେ | ତାପରେ ସେ ବିଶ୍ୱ ଦରବାରରେ ଓ ଗୌରୀ ପାର୍ଟିରେ ମଧ୍ୟ କାମ କରିଛନ୍ତି | ତାଙ୍କର ପ୍ରଥମ ଚରିତ୍ର ଗୌରୀ ପାର୍ଟିରୁ ଆରମ୍ଭ ହୋଇଥିଲା |
ସେ ଜଣେ ହିରୋଇନଙ୍କ ଅନୁପସ୍ଥିତିରେ କାମ କରିଥିଲେ ଓ ସେବେଠୁ ସେ ଏହି ଯାତ୍ରାରେ କାମ କରୁଛନ୍ତି | ସେ ଏହି ଯାତ୍ରା ଲାଇନକୁ ଦୁଇ ହଜାର ପନ୍ଦର ମସିହାରେ ଆସିଥିଲେ | ଗତ ୬ ବର୍ଷ ହେଲା ସେ ଯାତ୍ରାରେ କାମ କରି ଆସୁଛନ୍ତି | ଏହି ଏହି ଯାତ୍ରାରେ ଅଭିନୟ କରୁଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଡ୍ୟାନ୍ସର ଭାବେ ଏହି ଯାତ୍ରାରେ କାର୍ଯ୍ୟରତ ଅଛନ୍ତି |
ସେ ଛ ବର୍ଷ ହେଲାଣି ତାଙ୍କର ସ୍ୱାମୀଙ୍କୁ ଭଲ ପାଇ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ପୁଅଟିଏ ଅଛି |ତାଙ୍କ ସ୍ୱାମୀ ଓ ତାଙ୍କର ଭିତରେ ଭଲ ବୁଝା ମଣା ହେତୁ ତାଙ୍କର ସ୍ୱାମୀ ସପୋର୍ଟ କରନ୍ତି ବୋଲି କହିଛନ୍ତି | ଯାତ୍ରା କରିବା ପାଇଁ ସେ ଘର ଛାଡି ପଳାଇ ଆସିଥିଲେ | କିନ୍ତୁ ଘର ଲୋକ ମାନେ ରାଜି ନ ଥିଲେ |ସେ ଏବେ କଳିଯୁଗ କଳଙ୍କ ନାଟକରେ ଭିଲିଆନ ଅଭିନୟ କରିଛନ୍ତି | ସେ ସମସ୍ତ ଦର୍ଶକଙ୍କୁ ଦେଖିବା ପାଇଁ ଅନୁରୋଧ କରିଥିବା ବେଳେ ନାଟକଟି ଜଣେ ନୂଆ ଲେଖକ ଲେଖିଥିବାର କହିଛନ୍ତି | ଦର୍ଶକ ମାନଙ୍କୁ ନାଟକଟି ଦେଖି ମତାମତ ଦେବାକୁ ସେ ଗଣ ମାଧ୍ୟମ ଆଗରେ କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।