ସବୁ ସମୟ ଖବର ସାଥିରେ

ଦେଖନ୍ତୁ viral ଭିଡିଓ – ବାପା ମା’ର ଗଳାଚିପି ମାରିଦେଲା ! ଝିଅ କହିଲା ମା’ ମୃତ୍ୟୁର କାହାଣୀ, କୁନି ପିଲାଟି କଣ କହୁଛି ଶୁଣନ୍ତୁ ତାର ମୁହଁରୁ …

0 11

ଅଢେଇ ବର୍ଷର ଝିଅ ଆଗରେ ମା କୁ ହତ୍ୟା କଲା ନିଷ୍ଠୁର ବାପା। ନିଜ ଝିଅ ଆଗରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ନେଇ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆନ୍ଧ୍ର ପ୍ରଦେଶର କାକିନାଡ଼ା ଦାଦନ ଖଟିବାକୁ ଯାଇଥିଲେ ଉଭୟ ସ୍ଵାମୀ ସ୍ତ୍ରୀ ଆଉ ସେହି ଠାରେ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ। ଗତ ସୋମବାର ଦିନ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି।ତେବେ ଏହି ସ୍ବାମୀ ସ୍ତ୍ରୀଙ୍କ ଘର ହେଉଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରେ।ଖବର ଅନୁଯାୟୀ ଉମରକୋଟ ବ୍ଲକ ର ସିଲଟି ଗାଁର ମାଣିକ ଘୋଷ ଏବଂ କାରାଙ୍ଗା ଗାଁ ର ଲିପିକା ମଣ୍ଡଳଙ୍କର୍ ପାଞ୍ଚ ବର୍ଷ ତଳେ ବିବାହ ହୋଇଥିଲା।

ହୋଟେଲ ମ୍ୟାନେଜମେଣ୍ଟ ପଡ଼ିଥିଲେ ବି ବାହାଘର ବେଳକୁ ଚାକିରୀ କରି ନଥିଲେ ମାଣିକ। ବାହାଘର ପରେ ସବୁ ଠିକ୍ ଠାକ୍ ଚାଲିଥିଲା କିନ୍ତୁ ଝିଅ ଜନ୍ମ ହେବା ପରେ ସବୁକିଛି ବଦଳି ଗଲା। ସ୍ବାମୀ ଓ ପରିବାର ଲୋକଙ୍କ ପାଖରୁ ଆରମ୍ଭ ହୋଇ ଯାଇଥିଲା ନିର୍ଯାତନା। ଯାହାକୁ ବ୍ରିଟ ଲିପିକା ଉମରକୋଟ ଥାନାରେ ଅଭିଯୋଗ କରିଥିଲେ।ଆଉ ଏହାପରେ ଅଭିଯୁକ୍ତ ଙ୍କ ନାରେ ମାମଲା ରୁଜୁ କରାଯାଇଥିଲା ଆଉ ତା ପରେ ଲିପିକା ବାପ ଘରକୁ ଚାଲି ଯାଇଥିଲେ।

ତେବେ ଲିପିକା ଚାଲି ଯିବାର କିଛି ଦିନ ଶାଶୁଘର ଲୋକେ ଲିପିକାଙ୍କୁ ଫେରାଇ ନେବା ପାଇଁ ବାପ ଘରେ ପହଁଚି ଥିଲେ।କିନ୍ତୁ ବାପ ଘରେ ଲୋକେ ଏଥିରେ ରାଜି ହୋଇ ନଥିଲେ ପରେ ଗାଁ ଲୋକଙ୍କୁ ନେଇ ଏକ ବୈଠକ ଆୟୋଜନ କରା ଯାଇଥିଲା। ଏହା ପରେ ବୋହୂ କୁ ବୁଝାସୁଝା କରି ଘରକୁ ନେଇଥିଲେ ଶାଶୁଘର ଲୋକେ। ଆଉ ତା ପରେ ମାଣିକ ଓ ଲିପିକା ଉଭୟ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଚାଲି ଯାଇଥିଲେ ଦାଦନ୍ ଖଟିବା ପାଇଁ।ତେବେ ଗତ ରବିବାର ଦିନ ଲିପିକାଙ୍କ ମୃତ୍ୟୁ ହୋଇଛି। ଆଉ ଏ ବାବଦରେ ଯେତେବେଳେ ଲିପିକାଙ୍କ ପରିବାର ଲୋକେ ଜାଣିଲେ ସମସ୍ତେ ଯାଇ କାକିନାଡାରେ ପହଁଚି ଯାଇଥିଲେ।

ଖବର ପାଇବା ପରେ କାକିନାଡା ପୋଲିସ ଯାଇ ସେଠାରେ ପହଁଚି ଥିଲା। ଆଉ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା। ହତ୍ୟା ମାମଲା ରୁଜୁ କରି ମାଣିକକୁ ଗିରଫ କରା ଯାଇଛି। ତେବେ ସବୁ କଥା ଖୋଲି କହିଥିଲା ତାଙ୍କର ଅଢେଇ ବର୍ଷର ଝିଅ ମାହି ଘୋଷ। କେମିତି ତା ବାପା ତା ମାର ତଣ୍ଟି ଚିପି ହତ୍ୟା କରିଲା ସେ ବାବଦରେ ସବୁ ପୋଲିସ ଆଗରେ କହିଥିଲା ମାହି। ମାହି କହିବା ଅନୁଯାୟୀ ପ୍ରଥମେ ତା ବାପା ତା ମାଙ୍କୁ ଖୁବ ମାଡ ମାରିଥିଲେ ଆଉ ତା ମା ତଳେ ପଡ଼ି ଯିବା ପରେ ତାଙ୍କ ବେକକୁ ଚିପି ହତ୍ୟା କରିଥିଲେ।ତେବେ ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି।