
ପିରିୟଡ଼ସ ( prioeds )ପୂର୍ବରୁ ପେଟ କାଟୁଛି କି ?ଏହାର କାରଣ ଜଣାନ୍ତୁ Dr. Manju G Pillal
ଆଜିକାଲି ଅଧିକାଂଶ ମହିଳା ମାନଙ୍କ କ୍ଷେତ୍ରରେ ପିରିୟଡ଼ସର ବହୁତ ଅସୁବିଧା ଦେଖା ଗଲାଣି | ମାସିକ ଋତୁଶ୍ରାବରେ ଏମିତି ଅସୁବିଧା ହେତୁ ଅନେକ ଯୁବତୀ ମାନେ ନିଜର ମାତୃତ୍ୱ ହରାଇ ବସୁଥିବା ବେଳେ କେତେଜଣ ଅସାଧ୍ୟ ରୋଗର ଶିକାର ହେଉଛନ୍ତି | ଆଜି ଆମେ ଆପଣଙ୍କୁ ପିରିୟଡ଼ସ ପୂର୍ବର କିଛି ଲକ୍ଷଣ ବିଷୟରେ ବତାଇବୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଅଧିକାଂଶ ମହିଳାଙ୍କ ଠାରେ ପିରିୟଡସ୍ ପୂର୍ବରୁ ପେଟ କାଟିବା, ଶାରୀରିକ ବ୍ୟଥା, ମୁଡ୍ ସୁଇଙ୍ଗ ଭଳି ଲକ୍ଷଣ ଦେଖା ଦେଇଥାଏ | କିଛି ମହିଳାଙ୍କ କ୍ଷେତ୍ରରେ ବ୍ରେଷ୍ଟ ପେନ ହେବା, ପେଟ ଫୁଲିବା, ଶରୀରର ବିଭିନ୍ନ ଜାଗାରେ ଯନ୍ତ୍ରଣା ହେବା ଭଳି ଶାରୀରିକ ପରିବର୍ତ୍ତନ ମଧ୍ୟ ଦେଖାଯାଏ |ଏସବୁକୁ ପ୍ରି ମେନଷ୍ଟରୁଆଲ ସିଣ୍ଡ୍ରୋମ (PMS) ବୋଲି କୁହାଯାଏ |
ପ୍ରତ୍ୟେକ ମାସ ପିରିୟଡ଼ସ ଆରମ୍ଭ ହେବାର ୭ରୁ ୧୦ ଦିନ ପୂର୍ବରୁ ଅନେକ ମହିଳାଙ୍କ ଠାରେ ଏଭଳି କିଛି ପରିବର୍ତ୍ତନ ଦେଖାଯାଏ |ଏହି ପରିବର୍ତ୍ତନ ଦୁଇ ପ୍ରକାରର |ପ୍ରଥମଟି ହେଉଛି ବ୍ୟବହାରିକ ପରିବର୍ତ୍ତନ ଓ ଦ୍ଵିତୀୟଟି ଶାରୀରିକ ପରିବର୍ତ୍ତନ |ବ୍ୟବହାରିକ ପରିବର୍ତ୍ତନ ହେଉଛି ମୁଣ୍ଡ ବ୍ୟଥା ହେବା, ଚିଡଚିଡା ଲାଗିବା, ଟିକେ ଟିକେ କଥାରେ ରାଗିଯିବା, କାରଣ ନଥାଇ କାନ୍ଦିବା ଓ ଖାଦ୍ଯ ପ୍ରତି ରୁଚି କମିଯିବା |ଶାରୀରିକ ପରିବର୍ତ୍ତନ ହେଉଛି ସ୍ତନ ଦରଜ ହେବା, ପେଟ କାଟିବା ଆଦି |ଏହିସବୁ ସମସ୍ଯା ମାସିକ ଧର୍ମ ଆରମ୍ଭ ହେବାର କିଛିଦିନ ପୂର୍ବରୁ ଆରମ୍ଭ ହୋଇ ମାସିକ ଧର୍ମ ଆରମ୍ଭ ହେବାର ୪ରୁ ୫ଦିନ ପର୍ଯ୍ୟନ୍ତ ଲାଗିରୁହେ |
ଏହା ଛଡା ସାଧାରଣ ଭାବରେ ମହିଳା ମାନଙ୍କ ଠାରେ ଋତୁସ୍ରାବର ଚାରିରୁ ପାଞ୍ଚ ଦିନ ଭିତରେ ଏହି ସବୁ ଲକ୍ଷଣ ଦେଖା ଗଲେ ଏହାକୁ ମେଡିକାଲ ଟର୍ମରେ ପି ଏମ ଏସ ର ଲକ୍ଷଣ ବୋଲି କୁହା ଯାଇଥାଏ | ଏହା ଅତି ଭୀଷଣ ହେଲେ ତାକୁ ପ୍ରି ମେନଷ୍ଟରୁଆଲ ଡିସ୍ଫୋରିକ ଡିଜଅର୍ଡର ବୋଲି କୁହାଯାଏ | କିନ୍ତୁ ଏହି ସିଣ୍ଡ୍ରୋମରେ ଶାରୀରିକ ପରିବର୍ତ୍ତନ ଠାରୁ ଅଧିକ ବ୍ୟବହାରିକ ଓ ମାନସିକ ପରିବର୍ତ୍ତନ ଦେଖାଯାଏ | ଏହାର ଚିକିତ୍ସା ପାଇଁ ମନସ୍ତତ୍ତ୍ଵବିତଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ |
ଯଦି ଆପଣଙ୍କର ମଧ୍ୟ ଏହି ପ୍ରୋବ୍ଲେମ ଦେଖା ଯାଉଛି ତାହେଲେ ପ୍ରଥମ ପର୍ଯ୍ୟୟରେ ଗାଇନୋକୋଲୋଜିଷ୍ଟଙ୍କପରାମର୍ଶ ନିଅନ୍ତୁ | ଏହା ପାଇଁ ଆପଣଙ୍କୁ ସାଧାରଣ ଚିକିତ୍ସାର ଜରୁରୀ ରହିଛି | ଏମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କିଛି ଔଷଧ ଖାଇବା ନିହାତି ଆବଶ୍ୟକ ହୋଇଥାଏ | ଯେଉଁ ମାନଙ୍କର ସାଧାରଣ ପିଏମଏସ ରହିଛି ସେମାନେ କେବଳ ନିଜ ଡେଲି ଲାଇଫରେ କିଛି ଚେଞ୍ଜ ଆଣିବେ ଓ କିଛି ସାଧାରଣ ଔଷଧ ମଧ୍ୟ ଖାଇବା ଦ୍ଵାରା ଏହି ସମସ୍ଯା ଭଲ ହୋଇପାରିବ |
ତେବେ ଏହା ସଂପୂର୍ଣ୍ଣ ଭାବେ ଭଲ ହୋଇ ନଥାଏ, ଏହାକୁ କେବଳ ନିୟନ୍ତ୍ରଣରେ ରଖିହୁଏ |କିଛି ମହିଳାଙ୍କ କ୍ଷେତ୍ରରେ ମାଆ ହେବା ପରେ ଏହି ସମସ୍ଯା ଭଲ ହୋଇଯାଏ |ତେବେ ଋତୁସ୍ରାବ ପୂର୍ବରୁ ଆମ ଶରୀରରେ ଅନେକ ହର୍ମୋନାଲ ଚେଞ୍ଜେସ ଆସିଥାଏ |ଆମ ଶରୀର ଓ ମନ ସେହି ପରିବର୍ତ୍ତନକୁ ଯେଉଁଭଳି ଗ୍ରହଣ କରେ ସେହି ଅନୁସାରେ ପିଏମଏସ ସମସ୍ଯା ଦେଖାଯାଏ| ତେଣୁ ନିଜକୁ ସର୍ବଦା ମୋଟୀଭେଟ କରି ରଖନ୍ତୁ ଯାହା ଦ୍ୱାରା ଏହା ଠିକ ହୋଇ ଯାଇପାରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।