
Exclusive: କପୁର ପରିବାରରେ ଶୁଭିଲା କୁଆଁ କୁଆଁ ଶବ୍ଦ ! ପ୍ରଥମ ସନ୍ତାନଙ୍କୁ ସ୍ୱାଗତ କଲେ ରନବୀର ଆଲିଆ…
ମା ହେଲେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ। ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ମା ହୋଇଛନ୍ତି ଅଭିନେତ୍ରୀ ଆଲିଆ।କପୁର ବଂଶକୁ ଆସିଲା କୁନି ଅତିଥି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି।ଆଜି ସକାଳେ ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ଆଲିଆ ଭଟ୍ଟ। ଶିଶୁ କନ୍ୟା ଆସିବା ଖୁସିରେ କପୁର ପରିବାର ରେ ଖୁସିର ଲହରୀ ଖେଳି ଯାଇଛି।
ତେବେ ଆଲିଆ ଭଟ୍ଟ ଓ ରଣବୀର କପୁର ହେଉଛନ୍ତି ବଲିଉଡ୍ ର ଏକ ଚର୍ଚ୍ଚିତ ଯୋଡି। ଆଉ ଏହି ଯୋଡି ତାଙ୍କର ପ୍ରଥମ ସନ୍ତାନ କୁ ସ୍ବାଗତ କରିଛନ୍ତି। ଆଲିଆ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଯେଉଁ କାରଣରୁ କପୁର ପରିବାରରେ ଖୁସିର ସୀମା ନାହିଁ। ଆଉ ବର୍ତ୍ତମାନ ସମୟ ରେ ଛୋଟ ଅତିଥିକୁ ନେଇ କପୁର୍ ପରିବାର ଓ ଭଟ୍ଟ ପରିବାରରେ ସମସ୍ତେ ଖୁସି ଅଛନ୍ତି।ଆଲିଆ ଓ ରଣବୀର କପୁରଙ୍କ ଏହା ପ୍ରଥମ ସନ୍ତାନ ହୋଇଥିବା ରୁ ସମସ୍ତଂକ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳୁଛି।
ସୂଚନା ମୁତାବକ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ଆଜି ସକାଳୁ ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲକୁ ଯାଉଥିବାର ଦେଖିବାକୁ ପାଇ ଥିଲେ ପ୍ରଶଂସକ ମାନେ। ଆଉ ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପାଇଁ ଏହା ହେଉଛି ସବୁ ଠାରୁ ଖୁସିର ମୁହୂର୍ତ୍ତ। ତେବେ ଚଳିତ ବର୍ଷ ଜୁନ ମାସ ଆଲିଆ ଭଟ୍ଟ ମା ହେବା କଥା ନିଜ ଫ୍ୟାନସ୍ ମାନଂକ ସହିତ ସେୟାର କରିଥିଲେ। ଆଉ ଆଜି ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଲିଆ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି। ଯାହାକୁ ନେଇ ପୂରା କପୁର ଓ ଭଟ୍ଟ ପରିବାରରେ ଉତ୍ସବର ମାହୋଲ ଆରମ୍ଭ ହୋଇଛି। କୁନି ଅତିଥିକୁ ସ୍ବାଗତ କରିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି।ଆଲିଆଙ୍କ ମା ହେବାର ଖବର ପ୍ରକାଶ ହେବା ପରେ ସୋସିଆଲ ମିଡିଆରୁ ମଧ୍ୟ କୋଣ ଅନୁକୋଣରୁ ଶୁଭେଛାର ସୁଅ ଛୁଟିଛି।
ତେବେ ଚଳିତ ବର୍ଷ ଏପ୍ରିଲ ମାସରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିଥିବା ଆଲିଆ ଏବଂ ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ବିବାହର ମାତ୍ର ଦୁଇ ମାସ ମଧ୍ୟରେ ଆଲିଆ ମା ହେବାକୁ ଯାଉଛନ୍ତି ବୋଲି ଫ୍ୟାନସ୍ ମାନଙ୍କୁ ସୂଚନା ଦେଇଥିଲେ। ଆଉ ଆଜି ଆଲିଆଙ୍କ କନ୍ୟା ସନ୍ତାନ ଜନ୍ମ ନେବା ପରେ ଖୁସିର ମାହୋଲ ତିଆରି ହୋଇଛି। ଏବଂ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପ୍ରଥମ କନ୍ୟା ସନ୍ତାନର ଝଲକ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।