ସବୁ ସମୟ ଖବର ସାଥିରେ

କଫ ଜନିତ ସମସ୍ୟାକୁ ଥରକରେ ଦୂର ହୋଇଯିବ | Cold and Cough Remedies

0 23

ଯଦି ଆପଣ କାଶ ଓ କଫ ପାଇଁ ଚିନ୍ତିତ ତେବେ ଏହାକୁ ତିନି ଦିନ ବ୍ୟବହାର କରି ଦେଖନ୍ତୁ |ଯଦି କଫ ଆପଣଙ୍କ ଛାତି କିମ୍ବା ଗଳାରେ ଅଟକି ଯାଇଛି ତାହେଲେ ସମ୍ପୂର୍ଣ ରୂପେ ବାହାରି ଯିବ |ଥଣ୍ଡା, ଆଲୋର୍ଜି ଏବଂ ବଦଳୁଥିବା ଋତୁ କାରଣରୁ ଆମ ଛାତିରେ କଫ ଜମା ହୋଇ ଯାଇଥାଏ |ଯଦି ଆପଣଙ୍କ ଛାତିରେ କଫ ଜମି ରୁହେ ତେବେ ଆପଣ ବାରମ୍ବାର ରୋଗରେ ପଡିଥାନ୍ତି |ଯଦି ଆପଣ ନିଜ ଛାତିରୁ କଫକୁ ବାହାର କରିବାକୁ ଚାହୁଁଛନ୍ତି ବା କେବେ ନଅ ହେବାର ଚାହୁଁଛନ୍ତି ତାହେଲେ ଆଜିର ଏହି ଘରୋଇ ଉପଚାରକୁ ନିଶ୍ଚିତ ରୂପେ ଠାରେ ଟ୍ରାୟ କରନ୍ତୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆବଶ୍ୟକ ଉପକରଣ :-
1. ତୁଳସୀ ପତ୍ର
2. ଅଦା
3. ତେଜ ପତ୍ର

4. ଲବଙ୍ଗ
5. ଗୋଲମରିଚ
6. ମହୁ
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆପଣ ଏକ ପାତ୍ରକୁ ଗ୍ୟାସରେ ବସାଇ ସେଥିରେ ଦୁଇ କପ ପାଣି ଦିଅନ୍ତୁ | ପାଣିଟି ଭଲ ଭାବେ ଗରମ ହେଇଗଲା ପରେ ସେଥିରେ ଏକ ଇଞ୍ଚର ଅଦାକୁ ଛୋଟ ଛୋଟ କରି କାଟି ପକେଇ ଦିଅନ୍ତୁ | ଆପଣ ଏଥିରେ ଅଦାକୁ ଭଲ ଭାବେ ଗ୍ରେଟ କରି ମଧ୍ୟ ଦେଇ ପାରିବେ | ପାଣିଟି ଭଲ ଭାବେ ଫୁଟିଗଲା ପରେ ଏଥିରେ ଆପଣ ଦ୍ୱିତୀୟ ସାମଗ୍ରୀ ବ୍ୟବହାର କରିବେ | ତାହା ହେଉଛି ତୁଳସୀ ପତ୍ର | ଏହି ଫୁଟା ପାଣିରେ ତୁଳସୀ ପତ୍ରକୁ ମିଶାଇବେ |ତୁଳସୀ ପତ୍ର ପ୍ରାୟତଃ ସମସ୍ତଙ୍କ ବାଡ଼ିରେ ଅତି ସହଜରେ ମିଳିଥାଏ | ଯଦି ଆପଣଙ୍କ ପାଖରେ ବଡ ପତ୍ର ଅଛି ତାହେଲେ ଦୁଇଟି ଓ ଯଦି ଛୋଟ ପତ୍ର ଅଛି ତାହେଲେ ଚାରୋଟି ପତ୍ର ଭଲ ଭାବରେ ଧୋଇ ପାଣିରେ ପକାଇବେ |

ଏହା ପରେ ଆପଣ ଏହି ପାଣିରେ ପ୍ରୟୋଗ କରିବେ ତେଜ ପତ୍ର ଯାହାକି ଛାତିରେ ଜମିଥିବା କଫକୁ ବାହାର କରିବାରେ ସାହାଯ୍ୟ କରିଥାଏ | ଯଦି ଆପଣଙ୍କୁ କେବଳ ଥଣ୍ଡା ଅଛି ତାହେଲେ ଆପଣ ବ୍ୟବହାର ନଅ କଲେ ଚଳିବ କିନ୍ତୁ ଯଦି ଆପଣଙ୍କର କଫର ସମସ୍ୟା ଅଛି ତାହେଲେ ଆପଣ ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ |ଗୋଟିଏ ତେଜ ପତ୍ର ନେଇ ତାହାକୁ ଛୋଟ ଖଣ୍ଡ କରି ପାଣିରେ ପକାନ୍ତୁ | ତାପରେ ଆପଣ ଏକ ଲବଙ୍ଗକୁ ଏହି ପାଣିରେ ପକାନ୍ତୁ |କେବଳ ଗୋଟିଏ ଫୁଲ ଥିବା ଲବଙ୍ଗକୁ ବ୍ୟବହାର କରନ୍ତୁ |ଏବେ ଆପଣ ଏଥିରେ ଗୋଟିଏ ରୁ ଦୁଇଟି ଗୋଲମୋରୀଚ ପକାଇ ଦିଅନ୍ତୁ |

ଏହା ଆପଣଙ୍କ ଶରୀରରୁ କଫ ବାହାର କରିବା ସହିତ ଆପଣଙ୍କ ଇମ୍ୟୁନିଟିକୁ ମଜବୁତ କରିଥାଏ |ଆପଣ ଏହି ପାଣିକୁ ଭଲ ଭାବରେ ଫୁଟାନ୍ତୁ | ଦୁଇ କପ ପାଣି ଯେତେବେଳେ ଫୁଟି ଫୁଟି ଏକ କପ ହୋଇଯିବ ସେତେବେଳେ ଆପଣ ଜାଣି ପାରିବେ ଯେ ଆପଣଙ୍କ ରେମେଡିଟି ପ୍ରସ୍ତୁତ ହୋଇଗଲାଣି |
ବ୍ୟବହାର :-

ଏହାକୁ ଗରମ ଅବସ୍ଥାରେ ହିଁ ଏହିଥିରେ ଏକ ଚାମଚ ମହୁ ମିଶାଇ ଆପଣଙ୍କୁ ସେବନ କରିବାକୁ ହେବ | ପ୍ରତ୍ୟକ ଦିନ ସକାଳେ ଖାଲି ପେଟରେ ଏହାକୁ ସେବନ କଲେ ବହୁତ ଉପଶମ ହୋଇଥାଏ | ଯଦି ଆପଣଙ୍କୁ ବହୁତ ଜୋରରେ କଫ ହୋଇଛି ତାହେଲେ ଆପଣ ସକାଳ ଓ ସନ୍ଧ୍ୟାରେ ଦୁଇଥର ସେବନ କରନ୍ତୁ | ଆପଣ ଯଦି ଜଣେ କଫ ରୋଗୀ ତାହେଲେ ମନେ ରଖିବେ ଫ୍ରିଜରେ ଥିବା ଖାଇବା ସାଙ୍ଗେ ସାଙ୍ଗେ ଖାଇବେ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।