
Special Tips – କଣନଖା ର ଘରୋଇ ଉପଚାର, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ଜୀବନରେ କେବେ ବି ହେବ ନାହିଁ
ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କି ମଣିଷ ଶରୀରରେ ଛୋଟ ହେଉ ବା ବଡ଼ ହେଉ ସବୁବେଳେ କିଛି ନା କିଛି ଅସୁବିଧା ଆଉ ସମସ୍ୟା ଗୁଡ଼ିକ ସବୁବେଳେ ଲାଗି ରହିଥାଏ | ତେବେ ସ୍ୱାସ୍ଥ୍ୟ ହିଁ ସମ୍ପତ୍ତି ଅଟେ, ତେଣୁ ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ଥାଏ | ତେବେ କଣନଖାହେଉଛି ଏଭଳି ଏକ ସମସ୍ୟା ଯେଉଁଥିପାଇଁ ଆମେ ଅନେକ ସମୟରେ କଷ୍ଟ ପାଇଥାଉ ବୋଲି କୁହାଯାଏ | ତେବେ ଏହି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତର ଙ୍କର ସାହାଯ୍ୟ ଲୋଡ଼ି ଥାଉ ଓ ଅନେକ ପ୍ରକାରର ଔଷଧ ମଧ୍ୟ ବ୍ୟବହାର କରିଥାଉ, ତେବେ ଅନେକ ସମୟରେ ଏକ ଭଲ ହୋଇଯାଏ ଓ ପୁଣି ଥରେ ସେହି ସମସ୍ୟା ଦେଖା ଯାଇଥାଏ | ତେବେ ଏହି କଣନଖା କାହିଁକି ହୋଇଥାଏ ଏହାର ଲକ୍ଷଣ ଓ କାରଣ ଗୁଡିକ କଣ ସବୁ ରହିଛି | କଣନଖା
ଭଳି ସମସ୍ୟା ରୁ ମୁକ୍ତି ପାଇବାର ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |
କଣନଖା ହେବାର କାରଣ କଣ ରହିଛି :-
1- କଣନଖା ହେବାର ପ୍ରଥମ କାରଣ ଟି ହେଉଛି ଆପଣ ଗୋଡ଼ ଓ ହାତର ନଖ କୁ ଅଧିକ ସମୟ ଧରି ପାଣିରେ ଯଦି ବୁଡାଇ ରଖିବେ ତାହେଲେ କଣରେଖା ହେବାର ସମ୍ଭାବନା ଦେଖାଯିବ |
2_ ଦ୍ଵିତୀୟ କାରଣ ଟି ହେଉଛି ଖାଲି ପାଦରେ ଅପରିଷ୍କାର ଜାଗା ଓ ନାଳ ନର୍ଦମା ରେ ପାଦ ବୁଡ଼ାଇଲେ ଇନଫେକସନ୍ ହେବାର ସମ୍ଭାବନା ଥାଏ ତାହେଲେ କଣନଖା ହୋଇଥାଏ ବୋଲ କୁହାଯାଉଛି |
3- ଆପଣ ମାନେ ପାଦ ରେ ବ୍ୟବହାର କରୁଥିବା ଶୋକ୍ସ କୁ ଯଦି ସଫା ନ କରି ବାରମ୍ବାର ପିନ୍ଧିବେ ତାହେଲେ ମଧ୍ୟ କଣନଖା ହେବାର ସମ୍ଭାବନା ଥାଏ|
4 – ଏହା ଛଡା ଝିଅ ମାନେ ବ୍ୟବହାର କରୁଥିବା ନେଲପଲିସ୍ ଯଦି ଲୋକାଲ ହୋଇଥିବ ତାହେଲେ ସେଥିରେ ମଧ୍ୟ କଣନଖା ହେବାର ବିଶେଷ ସମ୍ଭାବନା ଥାଏ ବୋଲି କୁହାଯାଉଛି |
କଣରେଖା ହୋଇଥିଲେ ଆପଣ କିପରି ଜାଣିବେ ଲକ୍ଷଣ କଣ ରହିଛି :-
1 – କଣନଖା ହୋଇଥିଲେ ପ୍ରଥମ ଲକ୍ଷଣ ଟି ହେଉଛି ଆଙ୍ଗୁଳି ଫୁଲିଯିବ|
2- ତେବେ କୁହାଯାଉଛି କି ଆଙ୍ଗୁଳି ଫୁଲିବା ମାତ୍ରକେ ଆପଣଙ୍କୁ ଫୁଲିଥିବା ସ୍ଥାନରେ କଷ୍ଟ ଲାଗିବ ତାହା ଛଡା ଚାଲିବାରେମଧ୍ୟ ବହୁତ କଷ୍ଟ ହେବ | ଏହା ଛଡା ଏହା କୁ ଯଦି ପରିଷ୍କାର ନ କରିବେ ତେବେ ସେ କଣନଖା ରେ ପୁଜ ହୋଇ ଯାଇଥାଏ ଆଉ ଯାହା କଷ୍ଟ ଦେଇଥାଏ |ଏହାର ଉପଚାର କରିବା ପାଇଁ ପଡିଥାଏ ତାହା ନ ହେଲେ ଏହି କଣନଖା ଧୀରେ ଧୀରେ ଏହା ବଡ ଘା ହୋଇଥାଏ ବୋଲି କୁହାଯାଉଛି |
ଏବେ ଏଥିରୁ ମୁକ୍ତି ପାଇବା ପାଇଁ କଣ ଘରେଇ ଉପଚାର ରହିଛି ଆସନ୍ତୁ ଜାଣିବା :-ଆବଶ୍ୟକୀୟ ଉପକରଣ :-ଗୋମୂତ୍ର, ଗେଣ୍ଡୁଫୁଲ, ହଳଦୀ
ପ୍ରସ୍ତୁତି ପ୍ରଣାଳୀ :-ପ୍ରଥମେ ଆପଣ କଣନଖା କୁ ଗୋମୂତ୍ର ରେ ସଫା କରି ଦିଅନ୍ତୁ କିନ୍ତୁ ମନେ ରଖିବେ କି କୌଣସି ସାବୁନ ବା ଅଏଣ୍ଟମେଣ୍ଟ ଲଗାଇବେ ନାହିଁ ସେହି ସ୍ଥାନରେ | ତାହା ପରେ ଗେଣ୍ଡୁ ଫଳ ର ପାଖୁଡା, ହଳଦୀ ଓ ଗୋମୂତ୍ର କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିକି ସେହି ସ୍ଥାନରେ ଲଗାନ୍ତି |ବ୍ୟବହାର :-ଏହି ଭଳି ଭାବରେ 15 ଦିନ ସକାଳେ ଆଉ ସନ୍ଧ୍ୟାରେ କରନ୍ତୁ |କଣନଖା ଭଳି ସମସ୍ୟା ସବୁଦିନ ପାଇଁ ଦୁରେଇ ଯିବ |
ତେବେ ଏହା ଥିଲା କଣନଖା କୁ ଭଲ କରିବାର ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।