ସବୁ ସମୟ ଖବର ସାଥିରେ

କଣ ମଜାକ୍ ଚାଲିଛି….ଶାଶୁ ଘର ଲୋକଙ୍କ ବିରୁଦ୍ଧରେ ଅଣ୍ଟା ଭିଡିଲେ ଦୀପିକା, କହିଲେ ମୋତେ ଚିହ୍ନିନ ମୁଁ 420 ବାଲା ଦେଖନ୍ତୁ Video..

0 14

ଦିନ ଗଡି ଚାଲିଛି କିନ୍ତୁ ଛିଡିବାର ନା ଧରୁନି ଦୀପିକା ଓ ଦୀନେଶଙ୍କ ବିବାଦ। ଘଟଣାକୁ ଦୁଇ ମାସ ବିତି ଯାଇଥିଲେ ବି ମାମଲାର କିଛି ବି ସମାଧାନ ମିଳି ପାରୁ ନାହିଁ। ଦିନକୁ ଦିନ ଦେଖି ବାକୁ ମିଳୁଛି ନୂଆ ନୂଆ ଡ୍ରାମା। ବ୍ରହ୍ମପୁର ଦେଶୀ ବେହେରା ସାହିର ଏ ହାଇଡ୍ରାମା କେବଳ ବ୍ରହ୍ମପୁର ନୁହେଁ ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
ତେବେ ନିଜ ପୁଅକୁ ବାପାର ଅଧିକାର ଦେବା ପାଇଁ ଦୀପିକା ଲଢେଇ କରି ଚାଲିଛନ୍ତି। ଆଉ ଦୁଇ ମାସ ଧରି ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଦୀପିକା। କିନ୍ତୁ ଦୀପିକାଙ୍କୁ ନ୍ୟାୟ ମିଳିବା ବଦଳରେ ମିଳୁଛି ନିର୍ଯାତନା। ଗତକାଲି ଦୀନେଶଙ୍କ ପରିବାର ଲୋକେ ତାଙ୍କ ତଣ୍ଟି ଚିପିବା ସହ ଟଣା ଓଟରା କରିଥିଲେ ଯେଉଁଥିରେ ସେ ଆହତ ହୋଇଛନ୍ତି ଏହାକୁ ନେଇ ଦୀପିକା ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ ଶାଶୁ ଓ ଶଶୁରଙ୍କ ନାରେ ଅଭିଯୋଗ କରିଥିଲେ।

ତେବେ ଗତ କାଲିର ଏ ହାଇ ଡ୍ରାମା ପରେ ବଡ଼ ବଜାର ପୁଲିସର ତନାଘନା ଜାରି କରିଛନ୍ତି। ଆଜି ତଦନ୍ତ କାରୀ ଅଧିକାରୀ ଘଟଣା ସ୍ଥଳରେ ପହଁଚି ଦୀପିକାଙ୍କ ବୟାନ ରେକର୍ଡ କରିଛନ୍ତି। ଗତକାଲି କଣ ଘଟଣା ଘଟି ଥିଲା, କିଏ ଆକ୍ରମଣ କରିଛି, କିଏ ଟେଣ୍ଟ ଚିରିଛି ଆଉ କଣ ପାଇଁ ଚିରିଛି ଗୋଟି ଗୋଟି ଦୀପିକାଙ୍କ ଠାରୁ ପଚାରି ବୁଝିବା ପରେ ଦୀପିକାଙ୍କ ଶାଶୂ ଓ ଶଶୁରଙ୍କୁ ମଧ୍ୟ ଥାନାକୁ ନେଇ ପଚରା ଉଚୁରା କରୁଛି ପୋଲିସ।

ତେବେ ସୂଚନା ଅନୁଯାୟୀ ଆଜକୁ ୬୬ ଦିନ ଧରି ଶାଶୁ ଘର ସାମ୍ନାରେ ଧାରଣାରେ ବସି ରହିଛନ୍ତି ଦୀପିକା। ସ୍ତ୍ରୀର ମାନ୍ୟତା ପାଇଁ ଏବଂ ନିଜ ଦେଢ ବର୍ଷର ପୁଅକୁ ବାପାର ପରିଚୟ ଦେବା ପାଇଁ ଦୀପିକା ଏ ଧାରଣା ବସିଛନ୍ତି। ତେବେ ଦୀପିକା ଓ ଦିନେଶଙ୍କ ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ ଗର୍ଭବତୀ ହୋଇଥିଲେ ଦୀପିକା। ଆଉ ଅବିବାହିତ ହୋଇ ମଧ୍ୟ ଦୀପିକା ପିଲାକୁ ଜନ୍ମ ଦେଇଥିଲେ।

ଯେଉଁଥି ପାଇଁ ଦୀପିକା ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି। ଆଉ ଯାହାକୁ ନେଇ ଦୁଇ ମାସ ହେବ ଦେଶୀ ବେହେରା ସାହିରେ ଅସନ୍ତୋଷ ଦେଖା ଯାଇଛି। ଦୀପିକାଙ୍କ ଶାଶୂ ଘର ଲୋକେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରିବେ ନାହିଁ କି ତାଙ୍କ ପୁଅକୁ ନାତି ଭାବେ ଗ୍ରହଣ ନାହିଁ ବୋଲି ମନା କରି ଦେଇଥିବା ବେଳେ ଦୀପିକା କିନ୍ତୁ ଜିଦ୍ ଧରି ବସିଛନ୍ତି କି ଯେ ପର୍ଯ୍ୟନ୍ତ ତାଙ୍କୁ ପତ୍ନୀର ମାନ୍ୟତା ଓ ତାଙ୍କ ପୁଅକୁ ବାପର ପରିଚୟ ମିଳି ନାହିଁ ସେ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଧାରଣା ଜାରି ରଖିବେ। ତେବେ ଦେଖିବାକୁ ବାକି ରହିଲା ଦୀପିକା ଆଉ ତାଙ୍କ ପୁଅକୁ ନ୍ୟାୟ କେବେ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।