
କଣ ଅପଣଙ୍କର କେଶ ( Hair Fall/ Hair Loss )ଅଧିକ ଝଡୁଛି କି? ଜାଣନ୍ତୁଏହାର ଚିକିତ୍ସା -DR. SUSAN MATHEW
ସୁନ୍ଦର କେଶ ମୁଖ ମଣ୍ଡଳର ସୌନ୍ଦର୍ଯ୍ୟକୁ ବଢ଼ାଇ ଥାଏ। କିନ୍ତୁ ଆଜିର ଦିନରେ ଯୁବ ପିଢିଙ୍କ ମଧ୍ୟରେ କେଶ ଝଡ଼ିବା ଓ ଚନ୍ଦାପଣ ଏକ ପ୍ରମୁଖ ସମସ୍ୟା ପାଲଟି ଯାଇଛି। ଯାହା ତେଣୁ କେଶ ଝଡ଼ିବା ବା କେଶ ନ ଥିବାରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ। ତେଣୁ କେଶ ଝଡ଼ିବାକୁ ନେଇ ସମସ୍ତେ ଖୁବ୍ ଚିନ୍ତିତ ହୋଇ ପଡି ଥାନ୍ତି। ତେବେ କେଶ ଝଡିବାର ବହୁତ୍ କାରଣ ରହିଛି। ବଢୁଥିବା ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ପରିବର୍ତ୍ତନ ଜୀବନଶୈଳୀ ପାଇଁ କେଶ ଝଡିଥାଏ। ତେବେ ଝଡି ଯାଉଥିବା କେଶକୁ କିପରି କଣ୍ଟ୍ରୋଲ କରିବେ ସେ ନେଇ ଆସନ୍ତୁ ଆଲୋଚନା କରିବା।
କେଶ ଝଡ଼ିବାର କାରଣ କଣ?ଆମେ ଖାଉଥିବା ଖାଦ୍ୟରୁ ଆମକୁ ସଠିକ ଭାବେ ପ୍ରୋଟିନ ମିଳିପାରୁ ନାହିଁ। କାରଣ ଆମେ ପୃଷ୍ଟିକର ଖାଦ୍ୟ ଖାଇବା ପରିବର୍ତ୍ତେ ବିଭିନ୍ନ ପ୍ରକାର ଜଙ୍କ ଫୁଡ୍,ଫାଷ୍ଟ ଫୁଡ୍ ଖାଉଛୁ ଯାହା ଫଳରେ ଆମକୁ ଆବଶ୍ୟକୀୟ ପ୍ରୋଟିନ ମିଳିପାରୁ ନାହିଁ। ଏହାଛଡା ଆମେ ପାଲର ଯାଇ ଯେଉଁ ସବୁ ହେୟାର ଟ୍ରିଟମେଣ୍ଟ କରିଥାଉ ସେଥି ପାଇଁ ମଧ୍ୟ ଆମ କେଶ ଝଡ଼ିବାର କାରଣ ହୋଇପାରେ କାରଣ ପାଲରରେ ଯେଉଁ ସବୁ କେମିକାଲ ଆମ ହେୟାରରେ ବ୍ୟବହାର କରାଯାଏ ତାହା କେଶ ଝଡ଼ିବାର ଏକ ମୁଖ୍ୟ କାରଣ।ବେଶି ରାତି ଯାଏ ଅନିଦ୍ରା ରହିବା, ବିଭିନ୍ନ ପ୍ରକାର ଟ୍ରେସ ନେବା ମଧ୍ୟ କେଶ ଝାଡ଼ିବାର ଏକ ପ୍ରମୁଖ କାରଣ।
କେଶ ଝଡ଼ିବାକୁ ରୋକିବା କିପରି?କେଶ ଝଡ଼ିବାକୁ ରୋକିବା ପାଇଁ ହେଲେ ଆମକୁ ଆମେ ଖାଉଥିବା ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡିବ। ଯେଉଁ ଖାଦ୍ୟରେ ପ୍ରୋଟିନଅଧିକ ପରିମାଣରେ ରହିଛି ସେହି ଖାଦ୍ୟକୁ ଖାଇବା ଦରକାର୍। ଅଧିକ ମେଣ୍ଟାଲି ଟ୍ରେସ ନିଅନ୍ତୁ ନାହିଁ। ଏବଂ ମାର୍କେଟରେ ମିଳୁଥିବା କୌଣସି କେମିକାଲ ଯୁକ୍ତ ସୁଗନ୍ଧିତ ତେଲ ବ୍ୟବହାର କରନ୍ତୁ ନାହିଁ। ଦରକାର୍ ପଡ଼ିଲେ ଡ଼ାକ୍ତରଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ।
ଘରୋଇ ଉପଚାର କେତେ ସୁରକ୍ଷିତ?ତେବେ କେତେକ ଲୋକେ ହେୟାର ଫଲ କୁ ରୋକିବା ପାଇଁ ଘରୋଇ ଉପଚାର ପ୍ରୟୋଗ କରିଥାନ୍ତି। କିନ୍ତୁ ଏହା କିଛି କ୍ଷେତ୍ରରେ ଫଳପ୍ରଦ ହୁଏ ନାହିଁ। ଯେପରି ଚାଉଳକୁ ଧୋଇ ତାର ପାଣି କୁ କେହି କେହି ହେୟାର ଫଲ କୁ ରୋକିବା ପାଇଁ କରିଥାନ୍ତି ଯାହା କେଶରେ ଏକ ପୋଟିଙ୍ଗ ତିଆରି କରିଥାଏ ତେଣୁ ହେୟାର ଫଲ ହେବାରେ ଚାନ୍ସ ରହିଥାଏ।
ଏହାଛଡା କେହି କେହି କେଶରେ ପିଆଜ ରସର ବ୍ୟବହାର କରିଥାନ୍ତି କିନ୍ତୁ ଡ଼ାକ୍ତରମାନଙ୍କ ମତରେ ପିଆଜରସରୁ ସେମିତି କିଛି ବିଶେଷ ଫାଇଦା ମିଳି ନଥାଏ। ତେବେ ଆପଣଙ୍କ ଯଦି ଅଧିକ ହେୟାର ଫଲ ତେବେ ଏହାକୁ ଇଗ୍ନୋର ନକରି ଡାକ୍ତରଙ୍କ ପରାମର୍ଶ ନେଇ ହେୟାର ଟ୍ରିଟମେଣ୍ଟ କରିବାର ଆବଶ୍ୟକତା ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।