ସବୁ ସମୟ ଖବର ସାଥିରେ

ଦେଖନ୍ତୁ Exclusive ଭିଡିଓ !ଡେଲାଙ୍ଗ ମୁନିନ୍ଦାରେ ପାଣିବୋତଲ ବୋହିଲେ ରୁଦ୍ରଭାଇ, ଲୋକେ କହିଲେ ଏମିତି,ଶୁଣିଲେ ଆଶ୍ଚର୍ଯ୍ୟ ହେବେ…

0 12

ଏହି ବର୍ଷ ଓଡ଼ିଶାରେ ଆସିଥିବା ବନ୍ୟା ଦ୍ୱାରା ବହୁତ ଲୋକ କ୍ଷତି ଗ୍ରସ୍ତ ହୋଇଛି | ଏହା ସହିତ ବହୁତ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି | କୁହା ଯାଉଛି କି ଏହା ଓଡ଼ିଶାର ଏକ ବଡ ବନ୍ୟା ଭାବରେ ରହିବ ଏବଂ ଦୁଇ ହଜାର ଆଠ ମସିହା ପରେ ଏହି ବର୍ଷ ଏହା ଦେଖିବାକୁ ମିଳିଛି | ଲୋକ ମାନେ ଭୋକ ଉପାସରେ ଦିନ କାଟୁଛନ୍ତି | ଅଧିକାଂଶ ଲୋକଙ୍କର ଘର ବୁଡି ଯିବା ସହ ସେମାନେ ତମ୍ବୁ କରି ରହୁଥିବାର ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି | ପିଲା ଛୁଆ ଓ ବୃଦ୍ଧ ମାନଙ୍କୁ ନେଇ ଲୋକ ମାନେ ଅସହାୟ ମନେ କରୁଛନ୍ତି | ବନ୍ୟା ସମୟରେ ବିଭିନ୍ନ କ୍ଷତି କାରକ ଜୀବ ମାନଙ୍କ ଭୟରେ ରହୁଛନ୍ତି |
ସରକାରଙ୍କ ତରଫରୁ ବିଭିନ୍ନ ଖାଦ୍ୟ ପାନୀୟ ଯୋଗାଣ କରା ଯାଉଥିଲେ ମଧ୍ୟ ଲୋକ ମାନେ ସଠିକ ଭାବେ ପାଇ ପାରୁ ନାହାନ୍ତି | ଏହି ସମୟରେ ଆପଣ ମାନେ ବହୁତ ସ୍ଥାନରେ ଦେଖିବାକୁ ପାଇ ଥିବେ ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀଙ୍କୁ | ସେ ଏବେ ସମସ୍ତଙ୍କ ଜଣେ ବିଧାୟକ ଭାବେ ପ୍ରେରଣାର ଉତ୍ସ ପାଲଟି ଛନ୍ତି | ଅସହାୟ ଲୋକ ମାନଙ୍କ ସାହାରା ପାଲଟି ଛନ୍ତି |ଆଜି ଆମେ ଆପଣଙ୍କୁ ଜଣାଇବୁ ନିଜେ ରୁଦ୍ର ସମସ୍ତ ବନ୍ୟାରେ ପୀଡିତ ହୋଇଥିବା ଲୋକ ମାନଙ୍କ ପାଇଁ ପାଣି ବୋତଲ ଯୋଗାଉଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ବନ୍ୟାର ପ୍ରାଦୁର୍ଭାବରେ ଡେଲାଙ୍ଗ ମୁନିନ୍ଦା ଅଂଚଳ ବହୁତ ଦିନ ହେଲା ପାଣିରେ ବୁଡି ରହିଛି ଯୋଉଁଥି ପାଇଁ ଲୋକ ମାନଂକୁ ଖାଦ୍ୟର ଅଭାବ ଦେଖା ଜୀବ ସହ ପିଇବା ପାଣିର ଅସୁବିଧା ଦେଖା ଯାଉଛି | ଏଥି ପାଇଁ ରୁଦ୍ର ମହାରଥୀ ନିଜେ ସେଇଠିକୁ ଯାଇ ସେଠାକାର ଲୋକ ମାନଙ୍କର ହେଉଥିବା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି |

ଲୋକ ମାନଙ୍କ ପାଇଁ ସାଙ୍ଗେ ସାଙ୍ଗେ ଖାଦ୍ୟର ବ୍ୟବସ୍ଥା କରିଛନ୍ତି | ସେଠକାର ୱାର୍ଡ ମେମ୍ବରକୁ ଲୋକ ମାନଂକ ସଂଖ୍ୟା ଓ ଗୃହ ପାଳିତ ପଶୁ ମାନଙ୍କର ଏକ ଲିଷ୍ଟ କରି ଦେବାକୁ କହିଛନ୍ତି | ନିଜେ ବୋଟରେ ଯାଇ ସମସ୍ତ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି | ଏବଂ ଆଣ୍ଠୁଏ ପଣିରେ ବୁଲି ବୁଲି ପ୍ରତ୍ୟେକ ଘରେ ପାଣି ବୋତଲ ବଣ୍ଟନ କରିଛନ୍ତି |ବନ୍ୟାରେ ପୀଡିତ ହୋଇ ଥିବା ପ୍ରତ୍ୟେକ ଲୋକ ଙ୍କର ଅସୁବିଧା ବିଷୟରେ ପଚାରିଛନ୍ତି |

କିଛି ଦିନ ପୂର୍ବରୁ ଆପଣ ଦେଖିବାକୁ ପାଇଥିବେ ସେ ନିଜେ ଯାଇ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟୁ ଥିଲେ | ଚୁଡା ଓ ଗୁଡ ଲୋକ ମାନଂକୁ ପ୍ରଦାନ କରିଥିଲେ | ତା ସହିତ ପାଣିର ଅସୁବିଧା ଥିବା ସ୍ଥାନରେ ସେ ପିଇବା ପାଣି ଟାଙ୍କିର ଯୋଗାଡ଼ କରି ଥିଲେ | ଆଜି ପୁଣି ଏ ଭଳି ଏକ କାର୍ଯ୍ୟ କରି ସେ ଲୋକଙ୍କ ନଜରରେ ଉପରକୁ ଉଠି ଯାଇଛନ୍ତି | ଲୋକ ମାନେ ତାଙ୍କର ବହୁତ ପ୍ରଶଂସା କରିବା ସହିତ ଏମିତି ଏକ ବିଧାୟକ ସମସ୍ତଙ୍କ ପାଇଁ ଏକ ଉଦାହରଣ ବୋଲି କହୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।