ସବୁ ସମୟ ଖବର ସାଥିରେ

Exclusive – କିନ୍ନର ଆଇଶା ପଣ୍ଡା ( Aisha Panda ) ଙ୍କ ଜୀବନ କାହାଣୀ | Life, Journey & Struggle |

0 6

ବନ୍ଧୁଗଣ କିନ୍ନର ମାନେ ହେଉଛନ୍ତି ଜଣେ ଜଣେ ଭିନ୍ନ ମଣିଷ। ସାହିତ୍ୟର ପୃଷ୍ଠାରେ, ସଙ୍ଗୀତର ସ୍ଵରରେ, ଚଳଚ୍ଚିତ୍ର ର ଛବିରେ, ଆଉ ନୃତ୍ୟର ତାଳରେ ସେମାନଙ୍କ ଅସ୍ତିତ୍ବ ସ୍ଵତନ୍ତ୍ର। କିନ୍ତୁ ସମାଜ ସେମାନଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖେ। ନିଜ ପରିବାର ବି ସେମନଙ୍କର ପରିଚୟ ଦେବାକୁ ସଙ୍କୋଚ କରନ୍ତି। କିନ୍ତୁ ସେମାନେ ହାରି ଯାଆନ୍ତି ନାହିଁ ବରଂ ସବୁ ପ୍ରକାର ପରିସ୍ଥିତି ର ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି, ସତ୍ୟର ସାମ୍ନା କରନ୍ତି। ତେବେ କିନ୍ନର ମାନଙ୍କୁ ନେଇ ଅନେକ କଥା ଆପଣ ଅନେକ ସମୟରେ ଶୁଣିବାକୁ ପାଇଥିବେ। ସେହିପରି ଜଣେ ସୁନ୍ଦର୍ ବ୍ୟକ୍ତିତ୍ଵ ଙ୍କ ବିଷୟରେ ଆମେ ଆଜି ଜାଣିବା।

ଯିଏକି ସମାଜ ଏବଂ ପରିବାର ସହିତ ସଂଘର୍ଷ କରି ଆଜି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ସେ ହେଉଛନ୍ତି କିନ୍ନର ସମାଜର ଜଣେ ପରିଚିତ ଚେହେରା। ତାଙ୍କ ନାମ ହେଉଛି ଆୟେଶା ପଣ୍ଡା। ଯିଏକି ଅଶୋକ ପଣ୍ଡା ରୁ ଆୟେଶା ପଣ୍ଡା ହୋଇଛନ୍ତି।ଏହି ଯେଉଁ ବଡ଼ ପରିବର୍ତ୍ତନ ଆସିଲା ଏବଂ ତାଙ୍କୁ ଅଶୋକ ପଣ୍ଡା ରୁ ଆୟେଶା ପଣ୍ଡା ହେବାକୁ ପଡିଲା, ଆଉ ଏହି ଯାତ୍ରା କିପରି ରହିଥିଲା ସେ ବିଷୟରେ ସେ ଏକ ସାକ୍ଷାତକାରେ କହିଛନ୍ତି।ସେ କହିଛନ୍ତି ଯେ ଆୟେଶା ପଣ୍ଡା ହେବା ତାଙ୍କ ପାଇଁ ଏତେ ସହଜ ନଥିଲା।ଏହା ବହୁତ ସଂଘର୍ଷ ପୂର୍ଣ୍ଣ ରହିଥିଲା।

କିନ୍ନର ବୋଲି ଯେଉଁ ଟାହି ଟାପରା ସେ ଶୁଣୁଥିଲେ, ସେଥିରେ ସେ ହାରି ଯାଇ ନଥିଲେ ବରଂ ଲଢ଼ିଥିଲେ। ଓଡ଼ିଶା ଲାଇଭ୍ ର ଏକ ସ୍ବତନ୍ତ୍ର ସାକ୍ଷାତକାର ରେ ସେ ତାଙ୍କର ସଂଘର୍ଷ ର ସଂପୂର୍ଣ୍ଣ କାହାଣୀ ବିଷୟରେ କହିଛନ୍ତି। ଯାହା ଆପଣ ତାଙ୍କର ଏହି ଭିଡିଓ ଦେଖିଲେ ଜାଣି ପାରିବେ। ଯେତେବେଳ ସେ ଜାଣିଲେ ଯେ ସେ ଜଣେ କିନ୍ନର ବୋଲି ସେତେବେଳେ ତାଙ୍କୁ ବହୁତ୍ କଥା ଶୁଣିବାକୁ ପଡ଼ିଛି। ସମାଜ ଏବଂ ପରିବାର ସହିତ ତାଙ୍କୁ ସଂଘର୍ଷ କରିବାକୁ ବି ପଡ଼ିଛି। ଆଉ ଏଭଳି ପରିସ୍ଥିତି ରେ ସେ ନିଜକୁ ଦୃଢ଼ କରିଛନ୍ତି ଆଗକୁ ବଢିବା ପାଇଁ ଆଉ ବହୁତ କଷ୍ଟ କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ ପାଇବା ସହ ଏଭଳି ଟାହି ଟାପରା ରୁ ଦୂରେଇ ରହିବା ପାଇଁ।

ଏହାଛଡା ଆୟେଶା କହିଛନ୍ତି ଯେ ସେ ତାଙ୍କ ଜୀବନରେ ଜଣେ ବନ୍ଧୁଙ୍କ ସହିତ ଭଲ ସଂପର୍କରେ ରହିଥିଲେ। କିନ୍ତୁ କୌଣସି ବ୍ୟକ୍ତିଗତ କାରଣ ପାଇଁ ସେମାନଙ୍କୁ ଅଲଗା ହେବାକୁ ପଡ଼ିଥିଲା। ଏବେ ବି ସେ ତାଙ୍କ ସହ କଥାବାର୍ତ୍ତା କରନ୍ତି। କିନ୍ତୁ ରିଲେସନଶିପ ରେ ରହିବାକୁ ତାଙ୍କୁ ଏବେ ଇଚ୍ଛା ନାହିଁ। ନିଜର କିନ୍ନର ସମାଜ ଏବଂ କିନ୍ନର ଭଉଣୀ ମାନଙ୍କ ସହ ରହିବା ଏବଂ ସେମାନଙ୍କ ପାଇଁ କାମ କରିବାକୁ ସେ ଏବେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। ତେବେ ନିଜ ଜୀବନ ପ୍ରତି ସକାରାତ୍ମକ ମନୋଭାବ ରଖୁଥିବା ଏବଂ ଭଗବାନଙ୍କୁ ବିଶ୍ୱାସ କରୁଥିବା ଆୟେଶା ପଣ୍ଡାଙ୍କ ଏହି ସାକ୍ଷାତକାର ର ଭିଡିଓ ନିଶ୍ଚିତ ଆପଣଙ୍କୁ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।