ସବୁ ସମୟ ଖବର ସାଥିରେ

Viral video – ବିରଳ କଇଁଛ ରୂପରେ ଦର୍ଶନ ଦେଲେ ସ୍ୱୟଂ ମହାପ୍ରଭୁ ! କଇଁଛ ପିଠିରେ ରହିଛି ଚକା ଆଖି,ପୂଜା କରୁଛନ୍ତି ଲୋକେ … ଦେଖନ୍ତୁ ଭିଡିଓ

0 6

ସୋସିଆଲ ମିଡ଼ିଆ ରେ ତ ଆପଣ ପ୍ରତିଦିନ ଅନେକ ଘଟଣା ସମ୍ପର୍କ ରେ ଅବଗତ ହେଉ ଥିବେ କିନ୍ତୁ ଆଜି ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳୁଛି ଯାହା ସମସ୍ତଙ୍କୁ ଚକିତ କରିଛି। ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା।
ଆପଣ ମାନେ ଜାଣିଥିବେ କି ଭଗବାନ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ତେବେ ବର୍ତ୍ତମାନ ସେହିଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖି ଭକ୍ତ ମାନେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି। ତେବେ କଇଁଛ ରୂପରେ ଦର୍ଶନ ଦେଇଛନ୍ତି ମହା ପ୍ରଭୁ। କଇଁଛ ପିଠିରେ ରହିଛି ଚକା ଆଖି। ଏଭଳି ଏକ ବିରଳ କଇଁଛକୁ ଉଦ୍ଧାର କରା ଯାଇଛି ଜଳେଶ୍ବର ମହମ୍ମଦ ନଗର ପାଟଣା ଅଞ୍ଚଳରେ। ଯାହାକୁ ଦେଖି ସମସ୍ତେ କହୁଛନ୍ତି ପ୍ରଭୁ ଜଗନ୍ନାଥ କଇଁଛ ରୂପରେ ଦର୍ଶନ ଦେଇଛନ୍ତି କାରଣ କଇଁଛ ପିଠିରେ ରହିଛି ଚକା ଆଖି ଆଉ ଯେଉଁ କାରଣରୁ ସମସ୍ତେ କଇଁଛକୁ ପୂଜା କରିବାରେ ଲାଗିଛନ୍ତି।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଏହି ବିରଳ କଇଁଛକୁ ଦେଖି ସମସ୍ତଂକ ମନରେ ଭକ୍ତି ଭାବ ଜାଗ୍ରତ ହୋଇଛି। ମହିଳା ମାନେ ଶଙ୍ଖ ଘଣ୍ଟା ଆଦି ବଜାଇ ଭକ୍ତିର ସହକାରେ କଇଁଛକୁ ପୂଜା କରୁଛନ୍ତି। ତେବେ ନୂଆଗାଁର କିଛି ମହିଳା ମନ୍ଦିରରୁ ପୂଜା ସାରି ଘରକୁ ଫେରୁ ଥିବା ସମୟରେ ଏହି ବିରଳ କଇଁଛକୁ ରାସ୍ତା ପାର ହେଉ ଥିବାର ଦେଖିବାକୁ ପାଇଥିଲେ। ଆଉ ଏହି କଇଁଛର ପିଠିରେ ଚାରୋଟି ଚକା ଆଖି ରହିଥିବାରୁ ମହିଳା ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ମହିଳା ମାନେ ଏହି ବିରଳ କଇଁଛକୁ ଆଣି ପୂଜା କରୁଛନ୍ତି।

ତେବେ ହିନ୍ଦୁ ପୁରାଣ ଅନୁସାରେ କଇଁଛକୁ ଖୁବ୍ ମହତ୍ତ୍ୱ ଦିଆ ଯାଇଥାଏ। ଭଗବାନ ବିଷ୍ଣୁ କଚ୍ଛପ ଅବତାର ଧାରଣ କରିଥିବା ପୁରାଣ ବର୍ଣ୍ଣନା କରାଯାଉଛି। ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ କଚ୍ଛପ ଅବତାର ଧାରଣ କରିଥିଲେ। ଆଉ ଏହା ଉପରେ ହିମାଳୟ ଅବସ୍ଥାନ ହୋଇଥିଲେ ଆଉ ବାସୁକି ନାଗ ସାହାଯ୍ୟରେ ସମୁଦ୍ର ମନ୍ଥନ କରା ଯାଇଥିଲା। ସେଥି ପାଇଁ କଇଁଛକୁ ଦାୟିତ୍ଵ ଏବଂ ଦୀର୍ଘଜୀବି ର ପ୍ରତୀକ ବୋଲି କୁହା ଯାଇଥାଏ।

ବାସ୍ତୁ ଶାସ୍ତ୍ରରେ ମଧ୍ୟ୍ୟ କଇଁଛ ବାବଦରେ ବର୍ଣ୍ଣନା କରା ଯାଇଛି। ତେଣୁ କାର୍ତ୍ତିକ ମାସ ପଞ୍ଚୁକରେ ଏହି କଇଁଛକୁ ଦେଖିବାକୁ ପାଇ ଭକ୍ତଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ଆଉ ସମସ୍ତେ ଭକ୍ତିର ସହିତ ଏହି ବିରଳ କଇଁଛର ପୂଜାର୍ଚ୍ଚନା କରୁଛନ୍ତି। ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆଉ ଏହି ବିରଳ କଇଁଛକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।