
‘କି ଭୁଲ୍ ଥିଲା ମୋର ? କ’ ଣ ପାଇଁ ମତେ ତୁମେ ଏମିତି…’ School Bus ଭିତରେ କାନ୍ଦି କାନ୍ଦି କିଛି ଏମିତି ପ୍ରଶ୍ନ କରୁଛି କୁନି ପିଲାଟି…ଦେଖନ୍ତୁ Video
ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଅବଗତ ଥିବେ କି , ଭାରତ ସରକାର ଙ୍କର ନୂଆ ସ୍କିମ “ଅଗ୍ନିପଥ” କୁ ନେଇ କିପରି ଭାବରେ ଦେଶ ବ୍ୟାପି ଆନ୍ଦୋଳନ ଚାଲିଛି। କେଉଁ ଠାରେ ଯୁବ ପିଢୀ ମାନେ ଉତ୍ତପ୍ତ ହୋଇ ରେଳ ରେ ନିଆଁ ଲଗାଇଲେଣି ତ କେଉଁଠି ରାସ୍ତା ଅବରୋଧ କରି ଜନ ସାଧାରଣ ଙ୍କୁ ନାହିଁ ନଥିବା ସମସ୍ୟା ରେ ପକାଇଲେଣି।
ଆନ୍ଦୋଳନ ନାମରେ ଚାରିଆଡେ ଚାଲିଛି ହିଂସାକାଣ୍ଡ ଯାହାର ପରିଣାମ ଭୋଗିବାକୁ ହେଉଛି ସାଧାରଣ ଜନତା ଙ୍କୁ। ତେବେ ଏହି ମଧ୍ୟରେ ଏକ ଛୋଟ ପିଲାର ଏକ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଙ୍କର ଆଖିରେ ଲୁହ ଆସିଯିବ।
ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି ଯେ , ଅଗ୍ନିପଥ ର ବିରୋଧ ରେ କିଛି ଯୁବପୀଡି ରାଜରାସ୍ତାକୁ ଅବରୋଧ କରିଛନ୍ତି ।ଆଉ ରାସ୍ତା ରେ ଯାଉଥିବା ସବୁ ଗାଡି କୁ ବନ୍ଦ କରି ଗୋଟିଏ ଜାଗାରେ ପକାଇ ରଖିଛନ୍ତି ଯେଉଁ ଗାଡି ମଧ୍ୟରେ ରହିଛି ଏକ ସ୍କୁଲ ଵସ। ତେବେ ଏହି ସ୍କୁଲ ବସ୍ ରେ ଛୋଟ ଛୋଟ ପିଲା ମାନେ ରହିଛନ୍ତି ଯେଉଁ ମାନେ ସକାଳେ ହସ ଖୁସିରେ ରେ ବିଦ୍ୟାଳୟ କୁ ବାହାରି ଥିଲେ ମାତ୍ର କିଏ ଜାଣିଥିଲା କି ତାଙ୍କୁ ଏହିପରି ଆଧାରାସ୍ତା ରେ ଅଟକିବା ହେବ ଆଉ ଆଖି ଆଗରେ ଏହିପରି ସବୁ ଦୃଶ୍ୟ ଦେଖିବାକୁ ହେବ ବୋଲି।
ତେବେ ବସ୍ ଭିତରେ ରହି ବାହାର ର ଦୃଶ୍ୟ କୁ ଦେଖି ଜଣେ ସ୍କୁଲ ଛାତ୍ର ବହୁତ ଭୟଭୀତ ହୋଇଯାଇଛନ୍ତି ଆଉ ସେହି କୁନି ପୁଅ ଜଣଙ୍କ କାନ୍ଦି କାନ୍ଦି କହୁଛନ୍ତି କି,”ମୋର କଣ ଭୁଲ ରହିଛ , ମୁଁ ତ ପାଠ ପଢିବା ପାଇଁ ଘରୁ ବାହାରି ଥିଲେ …ମୋତେ କଣ ପାଇଁ ଏହିପରି ଅଟକାଇ ରଖିଛନ୍ତି। ମୋତେ ମୋ ଘର କୁ ଯିବାର ଅଛି ଦୟାକରି ମୋତେ ମୋ ଘରେ ଛାଡ଼ି ଦିଅନ୍ତୁ”।ତେବେ କୁନି ପିଲା ଟିର ଏହି କଥା କୁ କେହି ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ତେବେ ଖାଲି ଏତିକି ନୁହେଁ ବରଂ ଏହି ସ୍କିମ ବିରୋଧ ରେ ବିହାର ର ଏକ ଯାତ୍ରୀବାହୀ ଟ୍ରେନ ରେ ମଧ୍ୟ ଆନ୍ଦୋଳନ କାରୀ ମାନେ ନିଆଁ ଲଗାଇ ଦେଇଛନ୍ତି। ଆଉ ପ୍ରାୟ ସ୍ଥାନ ରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ତେବେ ଆମେ ଭାରତ ର ନାଗରିକ ଅଟନ୍ତି ଆମ ପାଖରେ ସରକାର ଙ୍କ ବିରୋଧ ରେ ଆନ୍ଦୋଳନ କରିବାର ପୁରା ଅଧିକାର ରହିଛି। କିନ୍ତୁ ତାହା ଶାନ୍ତି ପୂର୍ଣ୍ଣ ଭାବରେ ହେବା ଉଚିତ ଯେଉଁ ଭଳି ଭାବରେ ଏମାନେ ଦେଶ ର ସମ୍ପତ୍ତି କୁ ନଷ୍ଟ କରୁଛନ୍ତି ଏବଂ ଜଣ ସାଧାରଣ ଙ୍କୁ ନାନା ପ୍ରକାରର ସମସ୍ୟା ରେ ପକାଉଛନ୍ତି ତାହା ଉଚିତ ନୁହେଁ। ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।