
ଖାଦ୍ୟରେ କେତେ ତେଲ ଖାଇବେ? ( Oily Foods ) Dr. Susan Mathew
କଥାରେ ଅଛି “ସ୍ୱାସ୍ଥ୍ୟ ହିଁ ସମ୍ପଦ ” ଅର୍ଥାତ ଯୋଉଁ ବ୍ୟକ୍ତିର ସ୍ୱାସ୍ଥ୍ୟ ଯେତେ ନିରୋଗ ଏବଂ ରୋଗ ମୁକ୍ତ ତାର କୌଣସି କାର୍ଯ୍ୟରେ ବାଧା ହୋଇ ନ ଥାଏ | ସେ ସମସ୍ତ କାର୍ଯ୍ୟରେ ଆଗଭର ଥାନ୍ତି | ଦେହରେ ଫୁର୍ତ୍ତି ରହିଲେ ନିଜକୁ କାର୍ଯ୍ୟ କରିବା ପାଇଁ ମନରେ ଆଗ୍ରହ ଆସିଥାଏ | ସେଇଥିପାଇଁ ଆମକୁ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହେଉଥିବା ଖାଦ୍ୟ ଖାଇବା ଉଚିତ | ବିଶେଷ କରି ସିଝା ଓ କମ ତେଲ ଯୁକ୍ତ ଖାଦ୍ୟ ଖାଇବା ଉଚିତ |
ଆଜିକାଲି ଡାକ୍ତର ମାନେ ଦେଶୀ ତେଲ ମସଲା ଯୁକ୍ତ ଖାଦ୍ୟ, ଫାଷ୍ଟ ଫୂଡ ଓ ଜଙ୍କ ଫୂଡ ଗୁଡିକ ଖାଇବା ପାଇଁ ମନା କରୁଛନ୍ତି | କାରଣ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ କ୍ଷତିଗ୍ରସ୍ତ ହୋଇଥାନ୍ତି | ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମର ଯକୃତ ଓ ପାକସ୍ଥଳୀ ଅଧିକାଂଶ କ୍ଷେତ୍ରରେ କ୍ଷତିଗ୍ରସ୍ତ ହୋଇଥାନ୍ତି | ତେଣୁ ଆଜି ଆମେ ଆପଣଙ୍କୁ କୋଉଁ ଖାଦ୍ୟରେ କେତେ ତେଲ ଖାଇବା ଉଚିତ ସେହି ବିଷୟରେ ଅବଗତ କରାଇବୁ |
ଆମେ ତେଲକୁ ନିହାତି ନିଜ ଖାଦ୍ୟର କୋଡିଏ ରୁ ତିରିଶି ଶତକଡା ଭିତରେ ଖାଇବା କଥା | ତ ଭିତରୁ ସାଚୁରେଟେଡ଼ ଫେଟ ଗୁଡିକ ଆମେ ସବୁଠୁ କମ ନେବା ଦରକାର |ସାଚୁରେଟେଡ଼ ଫେଟ ମାନେ ହେଉଛି ଯେଉଁ ତେଲ ରୁମ ଟେମ୍ପରେଚରରେ ବା ନର୍ମାଲ ଘରେ ବସିଯାଏ ଯାହାକୁ ଆମେ ସାଚୁରେଟେଡ଼ ଫେଟବୋଲି କହିଥାଉ |ଯେମିତି କି ଘିଅ, ଡାଲଡା, ନଡ଼ିଆ ତେଲ ଇତ୍ୟାଦି ନିହାତି ଶରୀର ପାଇଁ ଖରାପ ଥାଏ | ସେଥିପାଇଁ ଆମକୁ ଆ ଗୁଡିକ ଖାଇବା କଥା ନୁହେଁ |
ଆଉ ଗୋଟିଏ ହେଉଛି ଟ୍ରାନ୍ସ ଫେଟ ଯୋଉଁଟାକୁ ସବୁଠାରୁ ନ୍ୟୁନ ରଖିଲେ ଭଲ ଏବଂ ଯଦି ଆପଣ ମୋଟେ ନ ଖାଇବେ ତାହେଲେ ଆହୁରି ଭଲ |ଟ୍ରାନ୍ସ ଫେଟ ମାନେ ହେଉଛି ଯୋଉଁ ତେଲଟିକୁ ଆପଣ ବାରମ୍ବାର ରାନ୍ଧୁଛନ୍ତି ଯେମିତିକି ବଜାରରେ ଯୋଉଁ ଛଣା ଜିନିଷ ଗୁଡିକ ମିଳୁଛି ଯେମିତିକି ବରା, ସିଙ୍ଗଡ଼ା ଇତ୍ୟାଦି | ଏଗୁଡିକ ତେଲରେ ଛାଣି ସରିଲା ପରେ ପୁଣି ସେହି ବଳକା ତେଲରେ ବାରମ୍ବାର ଛାଣିଥାନ୍ତି |ଏହି ୨ ତିନି ଥର ଛାଣି ସରିଲା ପରେ ଏହି ତେଲ ଟ୍ରାନ୍ସ ଫେଟରେ ପରିଣତ ହୋଇ ଯାଇଥାଏ ଏବଂ ଏହି ଟ୍ରାନ୍ସ ଫେଟ ହାର୍ଟ ପାଇଁ ବହୁତ ଖରାପ ଯାହାକି ଧମନୀକୁ ବ୍ଲକ କରିଥାଏ |

ଆପଣ ଯଦି ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ ବ୍ୟବହାର କରୁଛନ୍ତି ତାହେଲେ ଏହାର କିଛି କ୍ଷତି ନାହିଁ | ଯଦି ଆପଣ ଓଲିଭ ଓଏଲ ଖାଉଛନ୍ତି ତାହା ସବୁଠୁ ଭଲ |ତା ଛଡା ଯଦି ଆପଣ ଓଲିଭ ଓଏଲ ଖାଇ ପାରୁ ନାହାନ୍ତି ତାହେଲେ ସୋରିଷ ତେଲ ବା ସୂର୍ଯ୍ୟମୁଖୀ ତେଲ ସହ ରାଇସ ବ୍ରାନ ଓଏଲ ମିଶାଇ ଖାଇ ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।