ସବୁ ସମୟ ଖବର ସାଥିରେ

କେଉଁ ମାସରେ ଲକ୍ଷ୍ମୀ ସ୍ବରୁପ କନ୍ୟା ଜନ୍ମ ହୋଇଥାନ୍ତି – Sadhu Bani

0 15

ହିନ୍ଦୁ ଧର୍ମ ଅନୁସାରେ ଝିଅ ମାନଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି ମାନା ଯାଇଥାଏ। ଶାସ୍ତ୍ରରେ ନାରୀକୁ ପୂଜନୀୟ ବୋଲି ଦର୍ଶା ଯାଇଛି। ଏବଂ କୁହାଯାଏକି ନାରୀ ହେଉଛି ମା ଲକ୍ଷ୍ମୀଙ୍କ ସ୍ୱରୂପ। ସେଥି ପାଇଁ ଘରେ କନ୍ୟା ସନ୍ତାନ ଜନ୍ମ ହେଲେ କୁହାଯାଇଥାଏ କି ଘରକୁ ମା ଲକ୍ଷ୍ମୀ ଆସିଛନ୍ତି। ଝିଅ ମାନେ ଘରକୁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି ଆଉ ଘରେ ସୁଖ ଶାନ୍ତିର ବୃଦ୍ଧି କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କର ଜନ୍ମ ମାସ ମଧ୍ୟ ସେମାନଙ୍କୁ ଭାଗ୍ୟଶାଳୀ କରାଇ ଥାଏ। କିଛି ମାସ ଏମିତି ଅଛି ଯେଉଁ ମାସରେ କନ୍ୟା ଜନ୍ମ ନେଲେ ସେହି ଘରର ଖୁବ୍ ଶୁଭ ହୋଇଥାଏ ଆଉ ଘରକୁ ସୁଖ ସମୃଦ୍ଧି ଆସିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହୋଇଥିବା ଝିଅ ମାନେ ସାକ୍ଷାତ ଲକ୍ଷ୍ମୀ ହୋଇଥାଆନ୍ତି।
୧.ଫେବୃଆରୀ ମାସ:-ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ମା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି। ଏହି ମାସରେ ଜନ୍ମ ଲାଭ କରିଥିବା ଶିଶୁ କନ୍ୟା ମାନେ ରାଜଯୋଗ ସୁଖ ଭୋଗ କରିଥାନ୍ତି। ଏମାନେ ସ୍ୱଭାବରେ ଶାନ୍ତ ଓ ବିଶ୍ୱାସୀ ଅଟନ୍ତି। ଏମାନଙ୍କ ଗ୍ରହ ଚଳନ ଭଲ ଥିବାରୁ ଏମାନଙ୍କ ପରିବାର ଉପରେ ମଧ୍ୟ ଏହାର ଶୁପ୍ରଭାବ ପଡ଼ିଥାଏ ଯେଉଁଥି ପାଇଁ ଏହି ପରିବାରରେ କେବେବି ଧନର ଅଭାବ ରହି ନଥାଏ।

୨.ଏପ୍ରିଲ ମାସ:-ଏହି ମାସରେ ଗ୍ରହ ମାନଙ୍କ ସ୍ଥିତି ଖୁବ୍ ଶୁଭ ରହିଥାଏ ଏବଂ ଗ୍ରହର ଚଳନ ଖୁବ୍ ତୀବ୍ର ହୋଇଥାଏ ତେଣୁ ଏହି ମାସରେ ଜନ୍ମିତ କନ୍ୟା ମଧ୍ୟ କିଛି ବିଶେଷ ଗୁଣର ଅଧିକାରୀ ହୋଇଥାନ୍ତି। ଏମାନଙ୍କର ସବୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଥାଏ। ଏହି ଝିଅ ମାନଙ୍କ ପରିବାରରେ କେବେବି ଧନର ଅଭାବ ରହି ନଥାଏ। ଏମାନେ ଯେଉଁ ପୁଅ ମାନଙ୍କୁ ବିବାହ କରିଥାନ୍ତି ସେମାନଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ।
୩. ଜୁନ୍ ମାସ:-ଏହି ମାସରେ ଜନ୍ମିତ କନ୍ୟା ମାନେ ଖୁବ୍ ଲକ୍ଷ୍ମୀମନ୍ତ ଅଟନ୍ତି। ଏମାନେ ଖୁବ୍ ପରିଶ୍ରମୀ ଅଟନ୍ତି। ଯେ ପର୍ଯ୍ୟନ୍ତ ନିଜ ଲକ୍ଷ ପୁରାଣ ନ ହୋଇଛି ସେ ପର୍ଯ୍ୟନ୍ତ ସେମାନେ ବିଶ୍ରାମ କରନ୍ତି ନାହିଁ।ଯେଉଁ ଘରକୁ ଏହି କନ୍ୟା ମାନେ ବିବାହ କରି ଯାଇଥାନ୍ତି,ସେଠାରେ ମଧ୍ୟ ମା ଲଷ୍ମୀଙ୍କର କୃପା ବର୍ଷା ହୋଇଥାଏ। ବାପ ଘର ଓ ଶାଶୂ ଘରର ଉନ୍ନତୀ ପଛରେ ଏମାନଙ୍କର ହିଁ ହାତ ଥାଏ।

୪. ସେପ୍ଟେମ୍ବର ମାସ:-ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅ ମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କୁ ତାଙ୍କ ଜୀବନରେ ସବୁ କିଛି ପ୍ରାପ୍ତି ହୋଇଥାଏ। ଗ୍ରହ ନକ୍ଷେତ୍ରର ସ୍ଥିତି ଶୁଭ ଯୋଗୁ ଜନ୍ମିତ କନ୍ୟା ମାନଙ୍କର କୁଣ୍ଡଳୀରେ ରାଜଯୋଗ ରହିଥାଏ। ଏମାନେ ଯେଉଁଠି କି ବି ଯାଆନ୍ତି ସେଠାର ଖୁସିର ବାତାବରଣ ସୃଷ୍ଟି ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।