
କେଶ ପାଚିବାର କାରଣ ଏବଂ ନିରାକରଣ ବିଷୟରେ ଗ୍ୟାରେଣ୍ଟି ଭଲ ହେବ । Dr. Leatha S
କେଶ ମୁଖ ମଣ୍ଡଳର ସୁନ୍ଦରତାକୁ ବଢ଼ାଇ ଥାଏ।ଲମ୍ବା ଘନ କଳା କେଶ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ କିନ୍ତୁ ବୟସ ତୁଳନାରେ ଶୀଘ୍ର କେଶ ପାଚିବା ଦ୍ୱାରା ସୌନ୍ଦର୍ଯ୍ୟରେ ଫରକ ପଡିଥାଏ।ବୟସ ବଢିବା ସହିତ କେଶ ପାଚିବା ଏକ ସାଧାରଣ କଥା। କିନ୍ତୁ ଅଳ୍ପ ବୟସରୁ କେଶ ପାଚିବା ଏକ ଚିନ୍ତାର ବିଷୟ ଅଟେ।ଆଜି କାଲି ପିଲାଠାରୁ ଆରମ୍ଭ କରି ଯୁବକ ଯୁବତୀ ମାନଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଯାହା ଏକ ଚିନ୍ତାର ବିଷୟ କାରଣ ଅଳ୍ପ ବୟସରୁ କେଶ ପାଚିବାରୁ ଆମକୁ ଥଟ୍ଟା ପରିହାସର ଶୀକାର ହେବାକୁ ପଡ଼ିଥାଏ।
ତେବେ ଅଳ୍ପ ବୟସରୁ କେଶ ପାଚିବାର କାରଣ କଣ ରହିଛି ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଜଣାଇବୁ ଅଳ୍ପ ବୟସରୁ କେଶ ପଚିବାର କାରଣ କଣ ରହିଛି। ଏବଂ ଏହାର ନିରାକରଣ କିପରି କରାଯାଇ ପାରିବ। ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ଏହାର ନିରାକରଣ।
କେଶ ପାଚିବାର କାରଣ:-୧.କେଶ ପାଚିବା ମେଲାଲିନ ନାମକ ଏକ କେମିକାଲ ଉପରେ ନିର୍ଭର କରିଥାଏ। ହଁ ଆଜ୍ଞା ଆମ ଶରୀରରେ ମେଲାଲିନ ନାମକ ଏକ କେମିକାଲ ରହିଛି। ସେହି କେମିକାଲ ଯଦି ଆମ ଶରୀରରେ ଅଧିକ ରହିଥାଏ ଆମ କେଶ କଳା ରହିଥାଏ। ଆଉ ସେହି କେମିକାଲ ଯଦି ଆମ ଶରୀରରେ କମ ହୁଏ ତେବେ କେଶ ପାଚିବା ଆରମ୍ଭ ହୁଏ।୨. କେଶ ପାଚିବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଡିଏନେ। ଯଦି ଆମ ବାପା ଜେଜେବାପାଙ୍କ କେଶ ଅଳ୍ପ ବୟସରୁ ପାଚି ଯାଉଛି ସେହି କ୍ଷେତ୍ରରେ ଆମର ମଧ୍ୟ କେଶ ପାଚିବାର ଯଥେଷ୍ଟ ସମ୍ଭାବନା ରହିଛି।
ନିରାକରଣ:-ତେବେ ଯଦି ଆପଣଙ୍କର ବଂଶଗତ କାରଣରୁ ଏହି ସମସ୍ୟା ଦେଖା ଯାଉଚି ତେବେ ଏହାର କୌଣସିସମାଧାନ ନାହିଁ। କିନ୍ତୁ ଯଦି ମେଲାଲିନ କମ୍ ହେଉଛି ଆଉ ସେଥି ପାଇଁ ଆପଣଙ୍କ କେଶ ପାଚୁଛି ତେବେ ତାକୁ ଆପଣ ବାଲାନ୍ସ କରି ପାରିବେ।ତେଣୁ ଆପଣ କରୁଥିବା କିଛି ନିତିଦିନିଆ ଅଭ୍ୟାସକୁ ପରିବର୍ତ୍ତନ କଲେ ପାଚିଲା କେଶର ସମସ୍ୟାରୁ ମୁକ୍ତି ପାଇପାରିବେ।୧.ଏଥି ନିମନ୍ତେ ଆପଣଙ୍କୁ ପ୍ରଥମେ ଆପଣଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଜଙ୍କ ଫୁଡ୍ ଫାଷ୍ଟ ଫୁଡ୍ ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟକୁ ଏଭଏଡ୍ କରନ୍ତୁ ଏବଂ ପ୍ରତିଦିନ ସବୁଜ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ।
୨. ଆପଣ ପ୍ରତିଦିନ ଦୁଇଟି ଆମ୍ଲାକୁ ଚୋବାଇ ଖାଆନ୍ତୁ। ଏହାର ଜୁସ ବାହାର୍ କରି ଖାଇ ପାରିବେ ନହେଲେ ଆଚାର ବନାଇ ମଧ୍ୟ ଖାଇ ପାରିବେ।୩. ଆପଣ ଯଦି ଆପଣଙ୍କ କେଶର ତେଲ ଲଗାଉଛନ୍ତି ତେବେ କେବଳ ଘର ତିଆରି ନଡ଼ିଆ ତେଲ ଲଗାନ୍ତୁ। ମାର୍କେଟ ମିଳୁଥିବା କୌଣସି ବି ହେୟାର୍ ଅଏଲ ବ୍ୟବହାର କରନ୍ତୁ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।