
କେବଳ ଏହି ମଞ୍ଜିକୁ ଭାଜିକି ଖାଆନ୍ତୁ,କୁମ୍ଭକର୍ଣ୍ଣ ଭଳି ନିଦ ଆସିବ, ଚିନ୍ତାମୁକ୍ତ ହୋଇ ଶୋଇବେ ୧୦୦%ଗ୍ୟାରେଣ୍ଟି…
ଆମକୁ ସୁସ୍ଥ ରହିବା ପାଇଁ ହେଲେ ଭଲ ନିଦର ଆବଶ୍ୟକତା ରହିଛି। ଜଣେ ସୁସ୍ଥ ମଣିଷ ଅତିକମରେ ଦୈନିକ ୮- ୧୦ ଘଣ୍ଟା ଶୋଇବା ନିହାତି ଜରୁରୀ। ତେବେ ଅନେକ ସମୟରେ ଆମକୁ ରାତିରେ ଠିକ୍ ଭାବେ ନିଦ ହୋଇ ନଥାଏ। ଏବଂ ସକାଳୁ ଶୀଘ୍ର ନିଦ ଭାଙ୍ଗି ଯାଇଥାଏ। ଏହା ଏକ ସାଧାରଣ କଥା କିନ୍ତୁ ୩-୪ ସପ୍ତାହ କି ତା ଠାରୁ ଅଧିକ ଦିନ ଯଦି ଆପଣଙ୍କୁ l ନିଦ ହେଉନାହିଁ ତାହାଲେ ଆପଣଙ୍କୁ ନିଦ୍ରା ହୀନତା ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଥାଏ। ନିଦ ଠିକ୍ ଭାବେ ନହେଲେ ମନକୁ ଖୁବ୍ ଦୁଶ୍ଚିନ୍ତା ଆସିଥାଏ ଆଉ ଆମେ ଧିରେ ଧିରେ ରୋଗଗ୍ରସ୍ତ ହୋଇ ଯାଉଥାଉ।
ତେବେ ଯେଉଁ ମାନଙ୍କୁ ନିଦ ଆସୁ ନାହିଁ କି ଅନିଦ୍ରା ରୋଗ ଭଳି ସମସ୍ୟା ରହିଛି ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇଟି ଘରୋଇ ଉପଚାର ବାବଦରେ ଜଣାଇବୁ ଯାହା ଏକ ରାମବାଣ ସଦୃଶ। କେବଳ ଥରେ ଆପଣ ଏହି ରେମିଡିକୁ ଟ୍ରାଇ କରି ଦେଖନ୍ତୁ ଯାହା ଦ୍ୱାରା ଆପଣ ରାତି ତମାମ ଶାନ୍ତିରେ ଶୋଇ ପାରିବେ। ଏବଂ ଆପଣଙ୍କ ଯେଉଁ ନିଦ ନ ଆସିବା ଭଳି ସମସ୍ୟା ରହିଛି ତାହା କିଛି ଦିନ ମଧ୍ୟରେ ଦୂର ହୋଇଯିବ। ତେବେ ଆସନ୍ତୁ ଆମେ ଏହି ରେମିଡିର ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାର ପ୍ରୟୋଗ କିପରି କରାଯିବ ତା ବାବଦରେ ଜାଣିବା।
୧. ପ୍ରଥମେ ଆପଣ ଅଳ୍ପ ଫୁଟି କାକୁଡ଼ି ମଞ୍ଜି ନେଇ ଏହାକୁ ଭଲ ଭାବରେ ଫ୍ରାଇ କରି ନିଅନ୍ତୁ। ଯଦି ଆପଣଙ୍କୁ ଘିଅ ପସନ୍ଦ ତେବେ ଅଳ୍ପ ଘିଅ ଦେଇ ମଧ୍ୟ ଆପଣ ଏହାକୁ ଭାଜି ପାରିବେ। ଦୁଇ ରୁ ତିନି ମିନିଟ୍ ପର୍ଯ୍ୟନ୍ତ ଏହାକୁ ଫ୍ରାଇ କରିବା ପରେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହାପରେ ଆପଣ ଏହାକୁ ଷ୍ଟୋର କରି ରଖି ପାରିବେ
ପ୍ରୟୋଗ- ଆପଣ ଏହି ମଞ୍ଜିକୁ ପ୍ରତିଦିନ ଖାଦ୍ୟ ଖାଇବା ପରେ ବା ଶୋଇଲା ପୂର୍ବରୁ ଏକ ଚାମଚ୍ ଲେଖାଏଁ ନେଇ ଚୋବାଇ ଚୋବେଇ ଖାଆନ୍ତୁ। ଏମିତି ୧୦-୧୫ ଦିନ କଣ୍ଟିନ୍ୟୁ କରିବା ପରେ ଆପଣଙ୍କୁ ରେଜଲ୍ଟ ଦେଖାଯିବ। ତେବେ ଆପଣଙ୍କର ଯଦି ବିପି ପ୍ରୋବ୍ଲେମ୍ ରହିଛି ତେବେ ଆପଣ ଏହାକୁ ସେବନ କରନ୍ତୁ ନାହିଁ।
୨. ଏଥି ପାଇଁ ଆପଣ କିଛି ଚନ୍ଦନ ପାଉଡର ନିଅନ୍ତୁ। ଅଧା ଚାମଚ୍ ଚନ୍ଦନ ପାଉଡରରେ ଟିକିଏ ପାଣି ଦେଇ ୧୦ ମିନିଟ୍ ପର୍ଯ୍ୟନ୍ତ ସେମିତି ରହିବାକୁ ଦିଅନ୍ତୁ। ଏହାପରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।
ପ୍ରୟୋଗ- ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ କପାଳରେ ଭଲ ଭାବରେ ଲେପ ଦିଅନ୍ତୁ। ଯାହାର ରେଜଲ୍ଟ ଆପଣଙ୍କୁ ଖୁବ୍ ଜଲଦି ମିଳିଯିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।