ସବୁ ସମୟ ଖବର ସାଥିରେ

କାର୍ପେଲ ଟନଲ ସିଣ୍ଡ୍ରୋମ୍‌ କ’ଣ? | ( Carpal Tunnel ସ୍ୱୟଂଡ୍ରୋମେ ) Dr. Preetha PR

0 32

ଆଜିକାଲି ବ୍ୟସ୍ତ ବହୁଳ ଜୀବନ ଭିତରେ ସମସ୍ତେ ନିଜେ ନିଜର କାମରେ ଲିପ୍ତ ରହି ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛନ୍ତି |ଏବଂ ବିଭିନ୍ନ ଯନ୍ତ୍ରଣାରେ ପୀଡିତ ହେଉଛନ୍ତି | ସେହି ଯନ୍ତ୍ରଣା ଗୁଡିକ ମଧ୍ୟରୁ ଆଜି ଆମେ ଜାଣିବା କର୍ପେଲ ଟୋନଲ ସିଣ୍ଡ୍ରୋମ ଅଥବା ଆଙ୍ଗୁଠି ଝିମ ଝିମ ହେବା ସାଧାରଣ ଭାବେ ସମସ୍ତଙ୍କ ପାଖରେ ଦେଖା ଯାଇଥାଏ | ତେବେ ଆସନ୍ତୁ ଜାଣିବାକୁ ତାର କାରଣ ଓ ଉପଚାର ବିଷୟରେ |କାରଣ:-ସ୍ନାୟୁ ଯନ୍ତ୍ରଣା ଏକ ଅଲଗା ପ୍ରକାରର ଯନ୍ତ୍ରଣା ଯାହାକି ଅର୍ଥ୍ରିଟିଶ, ଆଣ୍ଠୁ ଯନ୍ତ୍ରଣା, ସ୍ପିଓଣ୍ଡିଳାଇସିସ ରୋଗ ଗୁଡିକ ଠାରୁ ସମ୍ପୂର୍ଣ ଭିନ୍ନ |ଆମ ବ୍ରେନରେ ସ୍ପିନାଲ ନର୍ଭ ଥିବା ବେଳେ ମେରୁ ଦଣ୍ଡରେ ଥାଏ ପେରିଫେରାଲ ନର୍ଭ ଯୋଉଁ ଗୁଡାକ ଆମର ପ୍ରତ୍ୟେକ ସ୍ନାୟୁକୁ ଲାଗି ରହିଅଛି | ଏବଂ ଏହି ଗୁଡାକ ଥଣ୍ଡା, ଗରମ ଲାଗିବାରେ ବା କୌଣସି ସେନସିଟିଭ କାମ କରିବାରେ ସାହାଯ୍ୟ କରିଥାନ୍ତି |ଆମ ନର୍ଭ ସବୁଆଡେ ବିଛାଇ ହୋଇ ରହିଥିବା ବେଳେ ସେଗୁଡିକ କେତେବେଳେ ଚାପି ହୋଇ ରହି ଯାନ୍ତି |କର୍ପେଲ ଟୋନଲ ସିଣ୍ଡ୍ରୋମଟି କୋମ୍ପରିସିଭ ନେଉରପଥୀରେ ଯାଉଅଛି |
ଏହିଠିରେ ଭେସସଲ ଗୁଡିକ ଚାପି ଯିବା ହେତୁ ରକ୍ତ ସଂଚାଳନ ଠିକ ସେ ହୋଇ ପାରେ ନାହିଁ ଯାହା ଦ୍ୱାରା ଯନ୍ତ୍ରଣା ହୋଇଥାଏ | ଯୋଉଁ ନର୍ଭଟି ଅଫଫେକ୍ଟ ହୋଇଥାଏ ତାକୁ ମେଡିଆନ ନର୍ଭ କୁହାଯାଏ |ସାଧାରଣତଃ କୋଚଟି ପାଖରେ ଯନ୍ତ୍ରଣା ହୋଇଥାଏ ଯୋଉଁ ନର୍ଭଟି ବେକରୁ ଆସିଥାଏ |ଏବଂ ସେହି ନର୍ଭଟି ଆମ ହାତର ମଝି ତିନି ଆଙ୍ଗୁଠିରେ ରହିଥାଏ ଓ ତାହା ଯେତେବେଳେ ଚାପି ହୋଇଯାଏ ତାପରେ ତାହାର ଲକ୍ଷଣ ବାହାରିଥାଏ | ପ୍ରଥମେ ତାହା କିଛି ହୋଇ ନ ଥାଏ କିନ୍ତୁ ବେଶୀ ଦିନ ଗଲା ପରେ ଜଣ ପଡିଥାଏ |
ଲକ୍ଷଣ :-
ଏହାର ଲକ୍ଷଣ ଗୁଡିକ ହେଲା ହାତର ମଝି ତିନି ଆଙ୍ଗୁଠି ଝିମ ଝିମ ହେବା, କାଲୁଆ ଲାଗିବ, ହାତରେ ପୋକ ଚାଲିବା ଭଳି ଲାଗିବ ଏବଂ ବେଶୀ ମାତ୍ରାରେ ହେଲେ ହାତରେ ଶକ୍ତି ନ ଥାଏ |ବେଶୀ ସମୟ ଧରି କାମ କଲେ ଯନ୍ତ୍ରଣା ହେବ | ଏହାକୁ କର୍ପେଲ ଟୋନଲ ସିଣ୍ଡ୍ରୋମ କୁହାଯାଏ | ଏହା ଶରୀରର ବିଭିନ୍ନ ଜାଗାରେ ହୋଇଥାଏ କିନ୍ତୁ କଚୋଟୀ ପାଖରେ ବେଶୀ ମାତ୍ରାରେ ଦେଖାଯାଏ |ଏହା ବିଶେଷ କରି ମହିଳାମାନଙ୍କର, ଡାଏବେଟିସ ରୋଗୀ, ଥାଇରୋଏଡ଼ ରୋଗୀ, ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ଥରେ ବେଶୀ ମାତ୍ରାରେ ଦେଖାଯାଏ |
ଚିକିତ୍ସା :-
ଏହି ରୋଗର ପ୍ରଥମ ପର୍ଯ୍ୟାୟରେ ଯଦି ଆପଣ ଅଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ |କାରଣ ଏହାର ଘରୋଇ ଏବଂ ସୋର୍ଜିକାଲ ଚିକିତ୍ସା ମଧ୍ୟ ଅଛି | ଘରେ ଆପଣ ହାତରେ ସ୍ପ୍ଲିଟ ଲଗାଇ ପାରିବେ ଯାହାଦ୍ୱାରା କମ ପ୍ରେସର ପଡିବ | ତାଛଡା କିଛି ରୋଗୀଙ୍କୁ ମେଡ଼ିସିନ ଦ୍ୱାରା ଭଲ କରା ଯାଇପାରେ |ଯଦି ମେଡ଼ିସିନରେ ଭଲ ନ ହୁଏ ତାହେଲେ ଓଲଟରସାଉଣ୍ଡ ଦ୍ୱାରା ନର୍ଭକୁ ଡ଼ିକୋମ୍ପ୍ରେସ ଟେକନିକରେ ଭଲ କରାଯାଏ | ଯଦି ଏହା ଦ୍ୱାରା ମଧ୍ୟ କେତେ ରୋଗୀଙ୍କର ଭଲ ନହେଲେ ସୋର୍ଜରୀ କରା ଯାଇଥାଏ |

ଏହା ବହୁତ ସାବଧାନତା ସହକାରେ କରାଯାଏ କାରଣ ତା ଚାରିପାଖେ ବହୁତ ନର୍ଭ ଓ ଟେଣ୍ଡନ ରହିଥାଏ |କିନ୍ତୁ ଏଥିରୁ ବହୁତ ଶୀଘ୍ର ଏହି ରୋଗଟି ଭଲ ହୋଇ ଯାଇଥାଏ |କେତଜଣ କହିଥାନ୍ତି କି ଥଣ୍ଡା ପାଇଁ ହାତ ଝିମଝିମ ହୁଏ କିନ୍ତୁ ଏହା ଭୁଲ ଅଟେ, ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।