
କଅଁଳ ଛୁଆ ଚାରିପଟେ ଫେର ମାରୁଥିଲା ଏହି ଭୟଙ୍କର ଚନ୍ଦ୍ର ନାଗ ( Cobra ) କୁ ଦେଖି ମାଆ କଲା ଏମିତି….
ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। ଆଉ ଏହି ସବୁ ଭିଡ଼ିଓ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ ମଧ୍ୟ।ବେଳେବେଳେ କିଛି ଏମିତି ଦୃଶ୍ୟ ଆପଣ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ଯ ହେଉଥିବେ। ତେବେ ଆପଣ ସାପ ଉଦ୍ଧାର କରା ଯିବାର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ। ତେବେ ବର୍ତ୍ତମାନ ସମୟରେ ସେହି ଭଳି ଏକ ଭୟଭୀତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଏଇ ବିରାଟ କାୟ ଚନ୍ଦ୍ରନାଗ ସାପକୁ ଦେଖିବାକୁ ମିଳିଛି।ଏହି ସାପଟିକୁ ଦେଖିଲେ ଆପଣଙ୍କ ଦେହ ଡରରେ ଶୀତେଇ ଉଠିବ। କାରଣ ଏହି ସାପଟି ଦେଖିବା ପାଇଁ ଯେମିତି ଭୟଙ୍କର ସେମିତି ବିଶାଳ କାୟ ମଧ୍ୟ।
ତେବେ ଆପଣ ମାନେ ଜାଣିଥିବେ ଯେ ସାପର ବିଷ ମଣିଷ ପାଇଁ କେତେ ଘାତକ। ବିଶେଷ କରି ନାଗ ପ୍ରଜାତିର ସାପର ବିଷ ମଣିଷ ପ୍ରତି ଖୁବ୍ ଘାତକ ହୋଇଥାଏ। ଏହି ପ୍ରଜାତିର ସାପ ଦଂଶନ କରିଲେ ଅବସ୍ଥା ଅତି ସାଂଘାତିକ ହୋଇ ପଡେ। ବଞ୍ଚିବାର ସମ୍ଭାବନା ଖୁବ୍ କମ୍ ରହିଥାଏ। ଏହି ସାପ କାମୁଡ଼ିଲେ ଶାରୀରିକ ଓ ମାନସିକ ସ୍ତରରେ ବିଚଳିତ ମନେ ହୋଇଥାଏ।କ୍ଷତ ସ୍ଥାନରେ ଫୁଲା ଆରମ୍ଭ ହେବା ସହିତ କିଛି ସମୟ ପରେ ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ରକ୍ତ ସ୍ରାବ ହେବାର ସମ୍ଭାବନା ଥାଏ। ବାନ୍ତି ଲାଗିବା ସହ ପାଟିରୁ ଫେଣ ମଧ୍ୟ ବାହାରି ଥାଏ।
ତେବେ ବର୍ତ୍ତମାନ ସମୟରେ ସାପକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ। କାରଣ ଏଠାରେ ଏକ ବିରାଟକାୟ ଚନ୍ଦ୍ରନାଗ ସାପକୁ ରେସ୍କ୍ୟୁ କରା ଯାଉଥିବାର ଭିଡିଓ ରହିଛି।ତେବେ ଏହି ସାପଟି ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା। ଆଉ ଏହି ସାପଟି ମାତ୍ର ୯ ମାସର ପୁଅ ଖେଳୁଥିବା ସମୟରେ ତା ଆଗରେ ଫଣା ଟେକି ଗର୍ଜନ କରୁଥିଲା। ଯାହାକୁ ଦେଖି ଭୟଭୀତ ହୋଇ ଯାଇଥିଲେ ପରିବାର ଲୋକେ।
ତେବେ ସାପର ଗର୍ଜନ ଶୁଣି ପିଲାର ବାପା ଧାଇଁ ଆସିଥିଲେ ଆଉ ଦେଖିବାକୁ ପାଇଥିଲେ ଏହି ବିରାଟକାୟ ଚନ୍ଦ୍ରନାଗ ସାପଟିକୁ।ଯିଏକି ପୁରା ଶିଶୁ ପୁତ୍ରର ସାମ୍ନାରେ ଥିଲା।ତେବେ ସବୁଠାରୁ ବଡ କଥା ହେଉଛି ସାପଟି କାହାକୁ ମଧ୍ୟ ଆଘାତ କରି ନାହିଁ।ଆଉ ଏହାପରେ ସ୍ନେକ୍ ରେସ୍କ୍ୟୁ ବିଭାଗକୁ ଖବର ଦିଆ ଯାଇଥିଲା। ଆଉ ଏହାପାରେ ସ୍ନେକ୍ ରେସ୍କ୍ୟୁ ବିଭାଗର ଅଫିସର ଆସି ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସାପଟିର ଉଚ୍ଚତା ପାଖାପାଖି ୬ ଫୁଟ ରହିଥିଲା। ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।