
Jyotish Shastra- କେଉଁ ବାରରେ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳି
ଆମ ଜ୍ୟୋତିଷ ଶାସ୍ତ୍ର ରେ ବ୍ୟକ୍ତିର ଜନ୍ମ ତାରିଖ ,ଜନ୍ମ ଦିନ,ଓ ଜନ୍ମ ମସିହା ଦ୍ୱାରା ବ୍ୟକ୍ତିର ଜୀବନ , ଗୁଣ ଓ ବିଶେଷ୍ୱତ ବିଷୟରେ ଜାଣି ହୁଏ । ଏହା ସହିତ ଜ୍ୟୋତି ଶାସ୍ତ୍ର ଅନୁସାରେ କୌଣସି ମଣିଷର ଜନ୍ମ ତାରିଖ ଓ ଜନ୍ମ ମାସ . ଜନ୍ମ ସମୟ , ଜନ୍ମ ଗ୍ରହଣ କରିଥିବାର ବାର ଦ୍ୱାରା ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଓ ସେହି ବ୍ୟକ୍ତିର ଭବିଷ୍ୟତ ବିଷୟରେ ବହୁତ କିଛି ଜାଣି ହୁଏ ।ଆଉ ଏହି ସବୁ ଜିନିଷ ଦ୍ୱାରା ଭବିଷ୍ୟତ ର ଆକଳନ କରିହୁଏ ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଏ ।
ଆମ ମାନଙ୍କର ସାତୋଟି ବାର ରହିଛି । ଆଉ ସବୁ ବାର ର ସ୍ୱାମୀ କୌଣସି ନା କୌଣସି ଭଗବାନ ହୋଇ ଥାଆନ୍ତି ଓ ସେମାନଙ୍କର ପ୍ରଭାବ ସେହି ବାର ଓ ସେହି ଭାରରେ ଜନ୍ମ ଗ୍ରହଣ କରୁଥିବା ବ୍ୟକ୍ତି ଉପରେ ପଡିଥାଏ ।ତେବେ ଆଜି ଆମେ ଏହି ଲେଖା ମଧ୍ୟମରେ ଜାଣିବା ଯେ, କେଉଁ ବାରରେ ଜନ୍ମ ଗ୍ରହଣ କରିଥିଲେ କ ଣ ଭବିଷ୍ୟତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ –
1- ରବିବାର-
ରବିବାର ର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବ । ଯିଏ କି ନିଜ କିରଣ ଦ୍ୱାରା ସମଗ୍ର ପୃଥିବୀ କୁ ଆଲୋକିତ କରି ଥାଆନ୍ତି ।ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ମଧ୍ୟ ସୂର୍ଯ୍ୟ ପରି ତେଜବାନ ହେବା ସହିତ ଦୀର୍ଘାୟୁ ହୋଇ ଥାଆନ୍ତି । ଏମାନେ ସାଧାରମ ଖୁବ୍ ଭାଗ୍ୟଶାଳୀ ହୋଇ ଥାଆନ୍ତି ।
2- ସୋମବାର-
ଏହା ବାରର ସ୍ୱାମୀ ଭଗବାନ ଶିବ ହୋଇ ଥାଆନ୍ତି ।ଏମାନେ ସର୍ବଦା ଆଗରେ ରହିବାକୁ ପସନ୍ଦ କରନ୍ତି ।ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ କେବେ ବି ପଛାନ୍ତି ନାହିଁ । ଏହା ସହିତ ଅନ୍ୟ ମାନେ ମଧ୍ୟ ଆପଣଙ୍କୁ ଖୁବ୍ ଭଲ ପାଆନ୍ତି ।
3- ମଙ୍ଗଳବାର-
ଏହା ବାରର ସ୍ୱାମୀ ଭଗବାନ ହନୁମାନ ଥାଆମ୍ତି । ଏହା ବାରରେ ଜନ୍ମ ଗ୍ରହଣ କରିଥିବା ଲୋକମାନେ ବହୁତ ପ୍ରାକ୍ଟିକାଲ୍ ଲୋକ ହୋଇଥାଆନ୍ତି ।ନିଜ କାମକୁ ନିଜ ହିସାବରେ କରିବାକୁ ପସନ୍ଦ କରି ଥାଆନ୍ତି ।
4- ବୁଧବାର-
ଏହା ବାର ଉପରେ ବୁଧ ଗ୍ରହ ର ପ୍ରଭାବ ରହିଥିବାରୁ ଏମାନେ ବହୁତ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି ଓ ଭିଡ ଭିତରେ ନିଜ ପରିଚୟ ସୃଷ୍ଟି କରିବା ଆପଣଙ୍କୁ ଭଲ ଭାବରେ ଆସିଥାଏ ।
5- ଗୁରୁବାର-
ମାତା ଲକ୍ଷ୍ମୀ ଙ୍କ ଏହି ବାରଟି ଅଟେ ।ଏମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାଆନ୍ତି ।ସବୁ ପ୍ରକାର ପରିସ୍ଥିତି କୁ ସାମ୍ନା କରିବାରେ ସକ୍ଷମ ହୋଇ ଥାଆନ୍ତି ।।
6- ଶୁକ୍ରବାର –
ଏହା ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ବହୁତ ସଚ୍ଚା ହୃଦୟ ବ୍ୟକ୍ତି ଅଟନ୍ତି ।
7- ଶନିବାର –
ଶନିବାର ଉପରେ ସାଧାରଣତଃ ଭଗବାନ ଶନିଦେବଙ୍କ ପ୍ରଭାବ ରହିଥାଏ ।ଶନି ଦେବ ନ୍ୟାର ଦେବତା ହୋଇ ଥାଆନ୍ତି । ତେଣୁ ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ନ୍ୟାୟକୁ ସର୍ବଦା ଆପଣେଇ ଥାଆନ୍ତି ।ସ୍ୱଭାବରେ ଖୁବ୍ ଶାନ୍ତ ଓ ହସଖୁସି ପ୍ରକୃତିର ହୋଇଥାଆନ୍ତି ।