
ଯୋନିକୁ ( Vagina ) କେମିତି ରଖିବେ ସଫା ? Dr Divyasree D
ହଁ ଦର୍ଶକ ବନ୍ଧୁ ଆଜି ଯୋଉ ବିଷୟରେ ମୁଁ ଆଲୋଚନା କରିବାକୁ ଯାଉଛି ବିଶେଷ କରିକି ସ୍ତ୍ରୀ ଲୋକ ମାନେ ଏହି କଥାକୁ ମାନି ରଖିବା ଭଲ ହୋଇଥାଏ | ସାଧାରଣତଃ ଆମେ ମାନେ ଦେଖିଥାଉ କି ମହିଳା ମାନଙ୍କର ଏହି ଯୋନି ଜନିତ ରୋଗ ବେଶୀ ହୋଇଥାଏ | ତେଣୁ ମହିଳା ମାନେ ଏହା ପ୍ରତି ବେଶୀ ଯତ୍ନବାନ ହେବା ସହିତ ତାକୁ ପ୍ରତେକ ଦିନ ଦୁଇଥର ସଫା କରିବା ସହିତ , ଯେପରି ସେହି ସବୁ ସ୍ଥାନରେ ଇନଫେକ୍ସନ ନ ହେବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ |
ତେବେ ମହିଳା ମାନଙ୍କର ଭେଜିନା ଜନିତ ଇନଫେକ୍ସନ ରୁ ରକ୍ଷା ପାଇବା ପାଇ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି ଯାହା ଆମ ପାଇଁ ଖରାପ ହୋଇଥାଏ |ସେଥିପାଇଁ ଡାକ୍ତର ମାନଙ୍କ ମତରେ ଭାଜିନା ପାଇଁ ସବୁଠାରୁ ଭଲ ହେଉଛି ସାଧାରଣ ପାଣି |ଆପଣ ଖାଲି ପାଣିରେ ଦିନକୁ ଦୁଇ ଥର ସଫା କରିଲେ ଯୋନି ପରିଷ୍କାର ରହିଥାଏ | ଏହା ଦ୍ୱାରା ଆପଣଙ୍କର କୌଣସି ଖର୍ଚ ନାହିଁ ବା କ୍ଷତି ହେବାର ଭୟ ମଧ୍ୟ ନ ଥାଏ | ଏବଂ ସାଧାରଣ ପାଣି ବ୍ୟବହାର କରିବା ଦ୍ୱାରା କୌଣସି ଇନଫେକ୍ସନର ମଧ୍ୟ ସୁଯୋଗ ନ ଥାଏ |
ଡାକ୍ତରଙ୍କ ମତରେ ଯଦି ଆପଣ କୌଣସି କମ୍ପାନୀର ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତାହା ବିଶେଷ ଭାବରେ ଖରାପ ନୁହେଁ କିନ୍ତୁ ଯଦି ଆପଣ ନର୍ମାଲ ସାବୁନ ବ୍ୟବହାର କରୁଛନ୍ତି ତାହା ଖରାପ ହୋଇପାରେ ଆପଣଙ୍କ ପାଇଁ |କାରଣ ସାଧାରଣ ସାବୁନରେ ଥିବା କ୍ଷାର ଅଂଶ ଯୋନିରେ ଥିବା P. H. କୁ ନଷ୍ଟ କରି ଦେଇଥାଏ ଯୋଉଠି ପାଇଁ ଆପଣଙ୍କର ଇନଫେକ୍ସନ ହେବାର ଚାନ୍ସ ବେଶୀ ରହିଥାଏ |
ଏହା ବ୍ୟତୀତ ଆମେ ଯଦି କୋୖଣସି ବି ପ୍ରଡକ୍ଟ କୁ ବ୍ୟବହାର କରୁଛୁ, ତାହେଲେ ସର୍ବ ପ୍ରଥମେ ଡାକ୍ତର ଙ୍କ ପରାମର୍ଶ ନେଇକି ବ୍ୟବହାର କରିବା କିଛି ବି ଯୋନି ଜନିତ ଅସୁବିଧା ହେବ ନାହିଁ | ଲୋକ ମାନଙ୍କ ଠାରେ ଇନଫେକ୍ସନ ହେବାର କାରଣ ହେଉଛି କି ବିଭିନ୍ନ ସମୟରେ ଆଣ୍ଟିବାୟୋଟିକ ବ୍ୟବହାର କରିବା ଯୋଉଁଟା କି ଯୋନି କୁ ଇନଫେକ୍ସନ କରିଥାଏ |
ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ ଲୋକ ମାନେ ପ୍ରଥମେ ପାଖ ଦୋକାନରୁ ଆଣ୍ଟିବାୟୋଟିକ ବ୍ୟବହାର କରିଥାନ୍ତି ଯାହା ଦ୍ୱାରା ଆମ ଶରୀରରେ ଥିବା ଉପକାରୀ ଅଣୁଜୀବ ଗୁଡିକ ମରିଯାନ୍ତି ଯାହା ଖରାପ ହୋଇଥାଏ ଆମ ପାଇଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।