
ଦେଖନ୍ତୁ Socking ଭିଡ଼ିଓ – jomato boy ହାତରେ ଖାଦ୍ୟ ପେଟରେ ଭୋକ..ଦେଖିଲେ ଆଖିରୁ ଲୁହ ଆସିଯିବ..
ଆମ ଭାରତରେ ବିଭିନ୍ନ ଶ୍ରେଣୀର ଲୋକ ରହିଛନ୍ତି | ସେଇଥି ପାଇଁ ତ ଭାରତକୁ ସାର୍ବଭୌମିକ ରାଷ୍ଟ୍ର ବୋଲି କୁହାଯାଏ | ଯୋଉଁଥିକି ଆପଣ ବିଭିନ୍ନ ଧର୍ମ, ବିଭିନ୍ନ ଶ୍ରେଣୀର ଓ ବିଭିନ୍ନ ବର୍ଗର ଲୋକ ଦେଖିବାକୁ ପାଇବେ |ଏହି ବିଭିନ୍ନ ଶ୍ରେଣୀ ଭିତରେ ରହିଥାନ୍ତି ଧନୀ ଓ ଗରିବ ଶ୍ରେଣୀର ଲୋକ ମାନେ | କେତେ ଜଣ ଲୋକ ସବୁଦିନର ଖାଇବା ପାଉ ନ ଥିବା ବେଳେ ଆଉ କୋଉଁ ମାନେ ନିରାଡ଼ମ୍ବର ଭାବେ ଜୀବନ ଯାପନ କରନ୍ତି |
ବିଶେଷ କରି ଯୋଉଁ ମାନେ ଗରିବ ଶ୍ରେଣୀର ଲୋକ ହୋଇଥାନ୍ତି ସେମାନେ ତାଙ୍କ ଜୀବନରେ ବହୁତ କଷ୍ଟ ଓ ଦୁଃଖର ସହିତ ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି |ସେମାନଙ୍କର ଦୁଃଖ ଶୁଣିବା ପାଇଁ କେହି ନ ଥାନ୍ତି | ନିଜର ପିଲାକୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ଅସମର୍ଥ ହୋଇଥାନ୍ତି | ଧନୀ ଶ୍ରେଣୀର ଲୋକ ମାନଙ୍କ ପାଖରେ ଅର୍ଥର ଅଭାବ ନ ଥାଏ | ସେମାନଙ୍କ ଖାଦ୍ୟ ପେୟ ଓ ଜୀବନଯାପନ ଉଚ୍ଚ କୋଟିର ହୋଇଥାଏ | ଆମେ କେବେ ଅନଲାଇନରେ ଖାଦ୍ୟ ଡେଲିଭେରୀ ପାଇଁ ଅର୍ଡର କରିଥାଉ | କିନ୍ତୁ ଆମେ କେବେ ଡେଲିଭେରୀ ବୟ ପାଇଁ ଚିନ୍ତିତ ହେଇ ନ ଥାଉ |
ବହୁତ ଲୋକ ଡେଲିଭେରୀ ବୟ ମାନଙ୍କୁ ଠିକ ସମୟରେ ନ ପହଞ୍ଚିଲେ ଅପ ବ୍ୟବହାର କରିଥାନ୍ତି ଓ ବହୁତ ଗାଳି କରିଥିବାର ଭିଡିଓ ଆପଣ ମାନେ ସୋସିଆଲ ମିଡିଆରେ ଦେଖିଥିବେ |ଯେତେବେଳେ ସେମାନେ ଠିକ ସମୟରେ ଖାଦ୍ୟ ବା କୌଣସି ଜିନିଷ କେତେ ଦୂରରୁ ଆଣି ଆମ ପାଖରେ ପହଞ୍ଚାଇଲେ ଲୋକ ମାନେ ସେତେବେଳେ ପ୍ରଶଂସା କରି ନ ଥାନ୍ତି କିନ୍ତୁ ଠିକ ସମୟରୁ ଗୋଟିଏ ମିନିଟ ଡେରି ହେଲେ ଗାଳି କରିଥାନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଏକ ଡେଲିଭେରୀ ବୟ ସମ୍ପର୍କରେ ଜଣାଇବାକୁ ଚାହୁଁଚୁ |
ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଏକ ଜ଼ମାଟୋ ଡେଲିଭେରୀ ବୟ ଜଣଙ୍କ ପ୍ରଚୁର ବର୍ଷାରେ ଟ୍ରାଫିକରେ ଭିଜି ଭିଜି ଛିଡା ହୋଇଛନ୍ତି | ପ୍ରତିଦିନ ଝାଳରେ ଭିଜୁଥିବା ମଣିଷଟି ବର୍ଷାକୁ ବା କେମିତି ଖାତିର କରିବ |ଆଉ ଖାତିର କଲେ ପରିବାର କେମିତି ଚଳିବ | ପାଦରେ ଚପଲ ହଳେ ପିନ୍ଧି ସାରାଦିନ ଖଟୁଥିବା ମଣିଷକୁ ମୁହୂର୍ତକର ବର୍ଷା କେମିତି ବା ଡରେଇବ |ଏହି ଭିଡିଓରେ ଦେଖିବାକୁ ପାଇବେ କିଛି ଲୋକ ଏସି କାର ଭିତରେ ବସି ବର୍ଷାର ଚିତ୍ର ନିଜ ଫୋନରେ କୋଏଦ କରୁଥିବା ବେଳେ ଆଉ ଅନ୍ୟ ଜଣକ ବର୍ଷାରେ ଭିଜି ଭିଜି ଚେକ କରୁଛନ୍ତି ଆଉ କିଛି ଅର୍ଡର ଆସିଲେ କି ନାହିଁ |
ଜଣଙ୍କ ପାଇଁ ବର୍ଷା ଉପଭୋଗରା ଉପାଦାନ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପାଇଁ ସଂଘର୍ଷର କଣ୍ଟା | ତଥାପି ହାର ଶିଖି ନ ଥିବା ଏହି ମଣିଷ ଆଗରେ ବର୍ଷା କଣ କଣ୍ଟା ସାଜିବ | ଅଭିଶପ୍ତ ବର୍ଷା ବି ଇର୍ଷା କରୁଥିବ ଓ ଭାବୁଥିବ କି କେତେ ସହନଶୀଳ ଏହି ମଣିଷ |ପ୍ରତିକୂଳ ସମୟକୁ ସାମ୍ନା କରିବାରେ ନିପୁଣ ଏହି ମଣିଷ |କିଛି ସେକେଣ୍ଡର ଏହି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହଉଛି |
ଏହି ଭିଡିଓଟି ଅନେକ ବାର୍ତା ଦଉଛି |ଲୋକ ଜଣକ ଖାଦ୍ୟ ପହଞ୍ଚାଇଲେ କିଛି ପଇସା ମିଳିବ | ପୁଣି ସମୟର ପ୍ରତିବନ୍ଧକ, ଠିକ ସମୟରେ ନ ପହଞ୍ଚାଇଲେ ଶୁଣିବାକୁ ପଡିବ ଅନେକ କିଛି |କେହି ଜଣେ ବର୍ଷାରେ ସମ୍ଭ୍ରାନ୍ତ ଖାଦ୍ୟ ଖାଇ ବର୍ଷାର ମଜା ନେବ ତେଣୁ କାହାକୁ ତ ଭିଜିବାକୁ ପଡିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।