
Jyotisha Shastra -ଏହି ପବିତ୍ର ଗଣେଶ ପୂଜାରେ ଏହି ୫ଟି ରାଶିରେ ଧନର ବର୍ଷା ହେବ | ଆପଣଙ୍କ ରାଶି ଅଛିକି ?
ଆସନ୍ତା ଅଗଷ୍ଟ ୩୧ ତାରିଖ ଦିନ ଆସୁଅଛି ପବିତ୍ର ଗଣେଶ ପୂଜା | ଏହି ଦିନ ପ୍ରଭୁ ଗଜାନନ ଭୁପୃଷ୍ଠରେ ଅବତାରଣ କରି ଭକ୍ତ ମାନଙ୍କର ମନ ବାଞ୍ଛା ପୂର୍ଣ୍ଣ କରିଥାନ୍ତି | ଆଜି ଆମେ ଆପଣଙ୍କୁ ପାଞ୍ଚଟି ରାଶି ମାନଙ୍କ ଭାଗ୍ୟ ବିଷୟରେ କହିବାକୁ ଯାଉଛୁ ଯୋଉଁ ମାନଙ୍କର ଭାଗ୍ୟ ଏହି ଗଣେଶ ପୂଜା ଠାରୁ ବଦଳିବାକୁ ଯାଉଅଛି |ମାଆ ଲକ୍ଷ୍ମୀ ଓ ଗଣେଶଙ୍କ କୃପାରୁ ଏମାନଙ୍କ ଭାଗ୍ୟରେ ଧନର ବର୍ଷା ଓ ଅଚାନକ ଧନ ପ୍ରାପ୍ତିର ସୁଯୋଗ ରହିଅଛି |
ଗ୍ରହ ମାନଙ୍କର ଗତି ବିଧିକୁ ଲକ୍ଷ୍ୟ କରି ଜ୍ୟୋତିଷ୍କ ମାନେ ରାଶି ମାନଙ୍କର ଭାଗ୍ୟ ନିରୂପଣ କରି ଥାନ୍ତି | କାରଣ ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ଫଳରେ ରାଶି ଗୁଡିକରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରା ଯାଇ ଥାଏ | ସେଥି ପାଇଁ କେତେବେଳେ ରାଶି ଗୁଡିକର ଶୁଭ ଫଳ ପ୍ରଦାନ ହୋଇ ଥାଏ ତ କେତେବେଳେ ଅଶୁଭ ଘଟଣା ଘଟିଥାଏ |ତେବେ ଆସନ୍ତୁ ଜାଣିବା ଏହି ୫ଟି ରାଶି ବିଷୟରେ |
ମିଥୁନ ରାଶି :- ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଅଚାନକ ଭାବରେ ପରିବର୍ତ୍ତନ ହେବାକୁ ଯାଉଅଛି | ଏହି ରାଶିରେ ମାଆ ଲକ୍ଷ୍ମୀଙ୍କ କୃପାରୁ ବହୁତ ସଫଳତା ଅର୍ଜନ କରିବେ | ଧନ ଦୌଲତରେ ବୃଦ୍ଧି ହେବାକୁ ଯାଉଅଛି ଏବଂ ଏମାନଙ୍କ ଖରାପ ସମୟ ଦୂର ହେବାକୁ ଯାଉଅଛି | ପ୍ରଭୁ ଗଣେଶଙ୍କ କୃପାରୁ ସବୁ ସମସ୍ୟା ଦୂର ହୋଇ ଖୁସି ପ୍ରାପ୍ତ ହେବାକୁ ଯାଉ ଅଛି |
କନ୍ୟା ରାଶି :- ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଏବେ ଚମକି ବାକୁ ଯାଉଅଛି ଏବଂ ଧନବାନ ହେବାକୁ ଯାଉଅଛି | ପୁରୁଣା ଟଙ୍କା ଫେରି ପାଇବେ | ଏହା ବହୁତ ଦିନ ପରେ ହେବାକୁ ଯାଉଛି | ଏହି ରାଶିର ଛାତ୍ର ଛାତ୍ରୀ ମାନେ ପ୍ରଭୁ ଗଣେଶଙ୍କ କୃପାରୁ ପାଠ ଭଲ ପଢିବା ସହିତ ରେଜଲ୍ଟ ଭଲ ହେବ | ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ମାନେ ଲାଭ ଦାୟକ ହେବେ | ପ୍ରଭୁ ଗଣେଶଙ୍କ ଆରାଧନା କଲେ ସବୁ ସମସ୍ୟାର ଅନ୍ତ ହେବ |ବୃଷ ରାଶି :- ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ଭଲ ଖୁସି ଖବର ମିଳିବାକୁ ଯାଉଅଛି | ଚାକିରୀରେ ହେଉଥିବା ସମସ୍ୟର ସମାଧାନ ହେବାକୁ ଯାଉଅଛି | ଅଚାନକ ଧନ ପ୍ରାପ୍ତିର ସୁଯୋଗ ମିଳୁଅଛି ଏବଂ ଧନ ଜନିତ ସମସ୍ୟା ଦୂର ହେବ | ବ୍ୟାପାରରେ ଶୁଭ ଫଳ ପାଇବାର ଯୋଗ ବନୁ ଅଛି | ସମାଜରେ ମାନ ସମ୍ମାନ ବୃଦ୍ଧି ହେବ |
ତୁଳା ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ସମସ୍ତ କାର୍ଯ୍ୟରେ ଶୁଭ ଫଳ ରହିବ | ଉଚ୍ଚ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ | ବ୍ୟାପାର ବାଣିଜ୍ୟ ଆରମ୍ଭ କରି ପାରନ୍ତି | ନୂଆ ବ୍ୟକ୍ତିଙ୍କ ସହ ଦେଖା ହୋଇପାରେ | ପାରିବାରିକ ସହଯୋଗ ମିଳିବ | ଘରକୁ କୁଣିଆ ମାନଙ୍କର ଆଗମନ ହେବ | ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ | ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢିବ | ଚାକିରୀ ଆଶାୟୀ ମାନେ ଫଳପ୍ରଦ ହେବେ | ଧନ ଆସିବାର ନୂଆ ସୁଯୋଗ ପ୍ରାପ୍ତ ହେବ |
କୁମ୍ଭ ରାଶି :- ପ୍ରଭୁ ଗଣେଶଙ୍କ କୃପାରୁ ଆପଣ ସମସ୍ତ ନୂତନ କାର୍ଯ୍ୟରେ ସଫଳତା ହାସଲ କରିବେ | ଋଣ ଓ କରଜ ଟଙ୍କା ସୁଝି ପାରିବେ ଓ ଆର୍ଥିକ ସୁଦୃଢ ଦେଖା ଦେବ | କୌଣସି ମହତ୍ୱ ପୂର୍ଣ୍ଣ କଥାର ସମାଧାନ ନିଜେ କରନ୍ତୁ ଅନେକ ପର କଥାରେ ଭାସି ଯିବେ ନାହିଁ | ସମାଜରେ ମାନ ସମ୍ମାନ ପ୍ରତିଷ୍ଠିତ ହୋଇ ପାରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।