
ପୁରୁଣାରୁ ପୁରୁଣା ଆଖି ( Eye) ସମସ୍ୟ ଥରକରେ ଦୂର ହୋଇଯିବ!ଏହି ଦୁଧକୁ କିଛିଦିନ ପିଅନ୍ତୁ, ଆଖି ରୁ ଚଷମା ଓଲ୍ହେଇ ଯିବ…
ପ୍ରାୟତଃ ସମସ୍ତଙ୍କ ଠାରେ ଆଖିରେ ଦେଖିବାର ଅସୁବିଧା ଓ ଆଖି ସମ୍ବନ୍ଧିତ ବିଭିନ୍ନ ରୋଗ ଗୁଡିକ ବହୁତ ଲୋକଙ୍କ ଠାରେ ଦେଖା ଗଲାଣି | ଏହି ଆଖି ରୋଗ ଦ୍ୱାରା କେତେ ଜଣଙ୍କର ମଧ୍ୟ ମୁଣ୍ଡ ସମସ୍ୟା ବାହାରିଥାଏ | ଅଧିକାଂଶ ଲୋକ କହିଥାନ୍ତି କି ମୁଣ୍ଡ ବିନ୍ଧିବା ଆଖି ପାଇଁ ହୋଇ ଥାଏ କିନ୍ତୁ ଏହା ଠିକ ନୁହେଁ | ଅନ୍ୟ କାରଣ ପାଇଁ ମୁଣ୍ଡ ମଧ୍ୟ ଯନ୍ତ୍ରଣା ହୋଇଥାଏ | ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ବତାଇବୁ ଯାହା ପ୍ରୟୋଗ କରିବା ଦ୍ୱାରା ଆପଣ ସବୁ ଦିନ ପାଇଁ ଚାଷମାର ବ୍ୟବହାର କରିବେ ନାହିଁ | ଏହା ସମ୍ପୂର୍ଣ ରୂପେ ଏକ ଘରୋଇ ଓ ଆୟୁର୍ବେଦିକ ଉପଚାର ଅଟେ | ଏହାର କୌଣସି ସାଇଡ ଇଫେକ୍ଟ ନାହିଁ | ତେବେ ଆସନ୍ତୁ ଜାଣିବା ସେ ବିଷୟରେ |
ଆବଶ୍ୟକ ସାମଗ୍ରୀ :-
1.ଆଲମଣ୍ଡ
2. ପାନ ମହୁରୀ
3. ମିଶ୍ରି
4. କ୍ଷୀର
ଆପଣ ମାନେ ଜାଣି ଥିବେ ଆଲମଣ୍ଡ ହେଉଛି ଆମ ଆଖି ପାଇଁ ଏକ ଉତ୍କୃଷ୍ଟ ଫଳ | ଏହା ସମ୍ପୂର୍ଣ ରୂପେ ଭିଟାମିନ ଇ ରେ ପରିପୂର୍ଣ ଯାହା ଆପଣଙ୍କର ଚକ୍ଷୁ ଜନିତ ସମସ୍ୟାକୁ ଦୂର କରିଥାଏ | ପାନ ମହୁରୀରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସଇଡେଣ୍ଟ ଓ ନ୍ୟୁଟ୍ରିଏଣ୍ଟସ ରହିଥାଏ ଯାହା ଆମ ଆଖି ପାଇଁ ବହୁତ ଲାଭ ଦାୟକ ହୋଇଥାଏ |
ପ୍ରସ୍ତୁତ ପ୍ରଣାଳୀ :-ଆପଣ ପାଞ୍ଚ ରୁ ଛଅଟି ଆଲମଣ୍ଡ ନେଇ ତାହାକୁ ପାଣିରେ ସକାଳୁ ଭିଜାଇ ଦିଅନ୍ତୁ | ଏହା ସମ୍ପୂର୍ଣ ରୂପେ ଭିଜି ଗଲା ପରେ ଏହାର ଚୋପା ବାହାର କରି ଦିଅନ୍ତୁ | ଏହାକୁ ଭଲ ସେ ଧୋଇ ଏହାକୁ ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ | ଏହା ପରେ ଆପଣ ଦୁଇ ଚାମଚ ପାନ ମହୁରୀ ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ |
ଧୋଇ ସାରିଲା ପରେ ଏଥିରେ ଏକ ଖଣ୍ଡ ମିଶ୍ରି ନେଇ ଏହାକୁ ଭଲ ଭାବେ ଗୁଣ୍ଡ କରି ଆଣନ୍ତୁ | ଏହା ସହିତ ଆପଣଙ୍କୁ ଦରକାର ପଡିବ ଏକ ଗ୍ଲାସ କ୍ଷୀର | ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀରକୁ ଭଲ ଭାବେ ଗରମ କରି ଆଣନ୍ତୁ | ଏଥିରେ ଗୁଣ୍ଡ କରି ରଖିଥିବା ଆଲମଣ୍ଡକୁ ମିଶାଇ ଦିଅନ୍ତୁ ଓ ତା ସହିତ ପାନମହୁରୀ ଓ ମିଶ୍ରିର ମିଶ୍ରଣକୁ ଭଲ ଭାବେ କ୍ଷୀର ସହିତ ମିଶାଇ ଦିଅନ୍ତୁ | ଏବେ ଏହି ମିଶ୍ରଣଟି ପ୍ରସ୍ତୁତ ହୋଇ ଗଲା |ବ୍ୟବହାର :-ଏହି ମିଶ୍ରଣଟିକୁ ଆପଣ ଦିନରେ ଥରେ ମାତ୍ର ବ୍ୟବହାର କରିବେ | ଏହାକୁ ରାତିରେ ସମସ୍ତ ଖାଦ୍ୟ ଖାଇ ସରିଲା ପରେ ଏହାକୁ ବ୍ୟବହାର କରିବେ | ଏବଂ ଏହା ପରେ କୌଣସି ଖାଦ୍ୟ ଖାଇବେ ନାହିଁ | ଏହା ଉଷୁମ ଥିବା ସମୟରେ ଆପଣଙ୍କୁ ବ୍ୟବହାର କରିବାକୁ ପଡିବ | ଯଦି ଏହାକୁ ଆପଣ ଦୁଇରୁ ତିନି ମାସ ବ୍ୟବହାର କରିବେ ଆପଣ ନିଜେ ଏହାର ଉପକାରିତା ଜାଣି ପାରିବେ |
ଅଙ୍ଗୁର, କଦଳୀ, ଅମୃତଭଣ୍ଡା, ଗାଜର,ଲେମ୍ବୁ, ପିଜୁଳି, ମୂଳା ଇତ୍ୟାଦି ଫଳକୁ ଏହି ରେମେଡି ବ୍ୟବହାର କରିବା ସହିତ ଏଗୁଡିକୁ ଖାଇବାକୁ ପଡିବ | କାରଣ ଏଥିରେ ଭିଟାମିନ ସି ବହୁତ ପରିମାଣରେ ରହିଥାଏ ଯାହା ଆମ ଆଖି ପାଇଁ ବହୁତ ଉପକାରୀ | ଆପଣ ନିଜେ ଲକ୍ଷ୍ୟ କରି ପାରିବେ ଯେ ଆପଣଙ୍କ ଆଖିରେ କେତେ ପରିମାଣର ଉନ୍ନତି ହୋଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।