ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଏହି viral ଭିଡ଼ିଓ – ଛାତ୍ରଙ୍କର ଉତ୍ତରଖାତା ସାରଙ୍କୁ ବେହୋସ କରାଇଦେଲା !ଏମିତି ଉତ୍ତର ଲେଖିଲେ ଯେ ଓଡ଼ିଶା ସାରା ହେଲା ଭାଇରାଲ..ଦେଖିଲେ ହୋସ ଉଡିଯିବ

0 19

ଆପଣ ମାନେ ବିଭିନ୍ନ ଗଣ ମାଧ୍ୟମରେ ପିଲା ମାନଙ୍କର ବିଭିନ୍ନ କୌତୁକିଆ କାର୍ଯ୍ୟର ଭିଡିଓ ମାନେ ଦେଖି ଥିବେ | ପିଲା ମାନେ ନିଜର ଖେଳ କୁଦ ଠାରୁ ଆରମ୍ଭ କରି ପାଠ ପଢା ପର୍ଯ୍ୟନ୍ତ ଏମିତି କିଛି ନିଜର କାର୍ଯ୍ୟ ମାଧ୍ୟମରେ ଦେଖାଉ ଛନ୍ତି ଯେ ଯାହାକୁ ଦେଖିଲେ ଆପଣ ସେମାନଙ୍କୁ ଗାଳି ପାରିବେ ନା ନିଜ ହସ କୁ ରୋକି ପାରିବେ | ରାଗ ଲାଗୁ ଥିଲେ ମଧ୍ୟ ଆପଣ କିଛି କହି ପାରିବେ ନାହିଁ | ବିଶେଷ କରି ପାଠ ପଢି ନ ଥିବା ପିଲା ମାନେ ପରୀକ୍ଷା ଖାତା ମାନଙ୍କରେ କଣ ଯେ ଲେଖି ଥାନ୍ତି ତାହା ଯେତେବେଳେ ଶିକ୍ଷକ ଖାତା ଦେଖନ୍ତି ସେତେ ବେଳେ ଜଣା ପଡି ଥାଏ |
କିଛି ଦିନ ପୂର୍ବରୁ ଆପଣ ମାନେ ଦେଖି ଥିବେ ଜଣେ ଛାତ୍ର ନିଜ ପରୀକ୍ଷା ଖଟାରେ ଗୁଆଘିଅ ଗୀତଟିକୁ ସମ୍ପୂର୍ଣ ଏବଂ ପ୍ରାଞ୍ଜଳ ଭାବରେ ଲେଖି ଆସି ଥିଲେ | ଯାହା ଦ୍ୱାରା ଜଣା ପଡି ଯାଉଛି କି ପିଲାଟି କେତେ ପାଠ ପଢି ଥିଲା ଓ କେତେ ଗୀତ ଶୁଣିଥିଲା | ଆଜି ଏମିତି ଏକ ଭିଡିଓ ପୁଣି ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଲକ ଡାଉନ ପରେ ସମସ୍ତ ସ୍କୁଲ ଖୋଲିଲା ଓ ପିଲା ମାନେ ପୂର୍ବ ଭଳି ପାଠ ପଢିବା ପାଇଁ ସ୍କୁଲକୁ ଗଲେ | ପାଠ ପଢା ସହିତ ପରୀକ୍ଷା ମଧ୍ୟ ଆରମ୍ଭ ହୋଇ ପିଲା ମାନେ ପରୀକ୍ଷା ହଲରେ ବସି ପରୀକ୍ଷା ମଧ୍ୟ ଦେଉ ଥିଲେ | ଇତି ମଧ୍ୟରେ ଜଣେ ଛାତ୍ରଙ୍କର ପରୀକ୍ଷା ଖାତା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଛାତ୍ର ଜଣଙ୍କ କଣ ଲେଖିଛନ୍ତି ଆଜି ଆମେ ଆପଣଙ୍କୁ କହିବୁ |

ଏହି ପରୀକ୍ଷା ଖାତାରେ ଦେଖିବାକୁ ମିଳିଛି ଯେ ଛାତ୍ର ଜଣଙ୍କ ଭୂଗୋଳରେ ଏକ ପ୍ରଶ୍ନ ଆସିଛି ଯେ ପ୍ରଦୂଷଣରୁ କିପରି ମୁକ୍ତି ପାଇ ପରିବା | ଛାତ୍ର ଜଣଙ୍କ ଉତ୍ତରରେ ଲେଖିଛି ଯେ ଗାଡ଼ିରୁ ବାହାରୁ ଥିବା ଧୂଆଁ ଓ କଳ କାରଖାନାରୁ ବାହାରୁ ଥିବା ପାଣି ଏବଂ ପ୍ରଦୂଷିତ ଧୂଆଁ କମ ହେଲେ ପ୍ରଦୂଷଣରୁ ରକ୍ଷା ପାଇ ପାରିବା | ହଳଦୀ ବସନ୍ତ ଚଢେଇ ତୁ ଆ ଲୋ ହଳଦୀ ମୁହିଁ, ସୋରିଷ ଫୁଲିଆ ଛିଟ ଶାଢ଼ୀଲୋ ତୋତେ ଭାରି ମାନଇ | ଆମେ ଏହି ପରି ସାବଧାନତା ଅବଲମ୍ବନ କଲେ ପ୍ରଦୂଷଣରୁ ମୁକ୍ତ ପାଇ ପାରିବା |

ଏତିକି ଲେଖି ଛାତ୍ର ଜଣକ ଉତ୍ତର ଟିକୁ ଶେଷ କରି ଦେଇ ଛନ୍ତି |ଛାତ୍ରଙ୍କର ଏଭଳି ଉତ୍ତରକୁ ଶିକ୍ଷକ ବା କଣ କରି ବୁଝି ପାରିବେ ଓ ଛାତ୍ରକୁ କଣ ବା କହିବେ | ରାଗି ଯାଉଥିଲେ ମଧ୍ୟ ପରୀକ୍ଷା ଖାତା ଦେଖି ହସ ରୋକି ପାରିବେ ନାହିଁ | ତେଣୁ ଏଭଳି ପରୀକ୍ଷା ଖାତାରେ ଲେଖୁ ଥିବା ପିଲା ମାନଙ୍କୁ ଆମର ବିନମ୍ର ଅନୁରୋଧ ପାଠ ପଢି ପଚରା ଯାଇ ଥିବା ପ୍ରଶ୍ନର ସଠିକ ଉତ୍ତର ଦିଅନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।