
ରେପ୍ ପୀଡ଼ିତା ଯୌନାଙ୍ଗରେ, ଡାକ୍ତର ଦୁଇ ଆଙ୍ଗୁଠି ପୁରେଇ ଟୁ ଫିଙ୍ଗର ( Finger ) ଟେଷ୍ଟ କରିବା ଲଜ୍ୟାଜନକ… ଏ ନେଇ କଣ କହିଲେ, ଦେଖନ୍ତୁ Video
ସାରା ଦେଶରେ 2-ଫିଙ୍ଗର୍ ଟେଷ୍ଟକୁ ବ୍ୟାନ୍ ନେଇ ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡିଆରେ ଏହାକୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା 2-ଫିଙ୍ଗର୍ ଟେଷ୍ଟକୁ ବ୍ୟାନ୍ ନେଇ ସମାଜ ସେବୀ ଦିପ୍ତିରେଖା ପଟ୍ଟନାୟକ କଣ ପ୍ରତିକ୍ରିୟା ରଖିଛନ୍ତି।ସମାଜ ସେବୀ ଦିପ୍ତିରେଖା ପଟ୍ଟନାୟକ ଜଷ୍ଟିସ ଚନ୍ଦ୍ର ଛୁଟ୍ ଏଭଳି ଏକ ନିଷ୍ପତିକୁ ସ୍ଵାଗତ କରିଛନ୍ତି। ରେପ୍ ପୀଡ଼ିତା ଯୌନାଙ୍ଗରେ, ଡାକ୍ତର ଦୁଇ ଆଙ୍ଗୁଠି ପୁରେଇ ଟୁ ଫିଙ୍ଗର ଟେଷ୍ଟ କରିବା ଲଜ୍ୟାଜନକ ବ୍ୟବସ୍ଥା।ଏପରି ଏକ ନିନ୍ଦନୀୟ ବ୍ୟବସ୍ଥାକୁ ବ୍ୟାନ କରି କୋର୍ଟ ଏକ ଭଲ ନିଷ୍ପତ୍ତି ନେଇଛନ୍ତି ବୋଲି କୁହା ଯାଉଛି।
ତେବେ ଆଗରୁ ୨୦୧୩ 2-ଫିଙ୍ଗର୍ WHO ଏହାକୁ ବ୍ୟାନ କରିଥିଲେ। କିନ୍ତୁ ସବୁ ଜାଗାରେ ତାହା କାର୍ଯ୍ୟକାରୀ ହୋଇ ନ ଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏହି ନିୟମକୁ କଡ଼ାକଡି କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବି ଜାଗାରେ ଯଦି 2-ଫିଙ୍ଗର୍ ଟେଷ୍ଟ କରାଯାଏ ସେମାନଙ୍କ ଉପରେ ଆକ୍ସନ ନିଆଯିବ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ ଏ ବାବଦରେ ଲୋକେ ଅବଗତ ହେବା ନିହାତି ଜରୁରୀ।
ତେବେ 2-ଫିଙ୍ଗର୍ ଟେଷ୍ଟ ହେଉଛି, ଯେତେବେଳେ ଜଣେ ଝିଅ ସହିତ ରେପ ହୋଇଥାଏ ସେତେବେଳେ ଝିଅଟି ପ୍ରଥମେ ପୋଲିସ ପାଖକୁ ଯାଇ ଏଫାୟାର ଟି ଦେଉଛି। ଆଉ ଯେତେବେଳେ ସେ ଏଫାୟାର ଦେଇଥାଏ ସେତେବେଳେ ପୋଲିସ ପ୍ରଥମେ ତାହାର ମେଡିକାଲ ଟେଷ୍ଟ କରିବା ପାଇଁ ମେଡିକାଲ କୁ ପଠାଇ ଥାଏ। ଆଉ ସେହି ମେଡିକାଲ ଟେଷ୍ଟରେ ପୀଡ଼ିତାଙ୍କ ସହିତ 2-ଫିଙ୍ଗର୍ ଟେଷ୍ଟ କରା ଯାଇଥାଏ।ଏଭଳି ଟେଷ୍ଟ ମାଧ୍ୟମରେ ପୀଡ଼ିତାର ଭର୍ଜିନିଟି ଅଛି କି ନାହିଁ ଏବଂ ମାସଲସ ଏକ୍ଟିଭ ଅଛି ନାଁ ନାହିଁ ତାହା ଟେଷ୍ଟ କରାଯାଇଥାଏ। ଆଉ ତାହାକୁ ଦେଖି ଡକ୍ଟର ମାନେ ଷ୍ଟେଟମେଣ୍ଟ ଦେଇଥାନ୍ତି କି ପୀଡ଼ିତା ଜଣଙ୍କ ରେପ୍ ହେଇଛନ୍ତି କି ନାହିଁ। ଯାହା ଉପରେ ଏବେ ରୋକ୍ ଲଗାଉଛନ୍ତି ସୁପ୍ରିମ କୋର୍ଟ।
ତେବେ ଦୁଷ୍କର୍ମ ମାମଲାରେ ଟୁ-ଫିଙ୍ଗର୍ ଟେଷ୍ଟକୁ ବ୍ୟାନ୍ କରିଛନ୍ତି ସୁପ୍ରିମ କୋର୍ଟ ଯେଉଁ ମାନେ ଏଭଳି କରିବେ ସେମାନେ ଦୋଷୀ ସାବ୍ୟସ୍ତ ହେବେ ବୋଲି ସେମାନେ କହିଛନ୍ତି। ହରିଆନା ର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ଚନ୍ଦ୍ର ଛୁଟ୍ ଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏକଥା କହିଛନ୍ତି କି ଟୁ-ଫିଙ୍ଗର୍ ଟେଷ୍ଟ ବିଜ୍ଞାନ ସମ୍ମତ ନୁହେଁ ବରଂ ଏହା ପୀଡିତାଙ୍କୁ ଅଧିକ ମାନସିକ ଆଘାତ ଦେଉଛି। ତେଣୁ ଏ ଟେଷ୍ଟର କୌଣସି ଆବଶ୍ୟକତା ନାହିଁ। ତେଣୁ ଏହାକୁ ନିଷେଧ କରିବା ପାଇଁ କୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।