
ଦେଖନ୍ତୁ Viral ଭିଡିଓ – ଜୀବନ ଚାଲିଗଲା ପରେ । DJ ଲଗାଇ ନାଚିଲେ ସଭିଏଁ ….ଘଟଣା ଟି ଆପଣ ଙ୍କୁ ଅଜବ ଲାଗିଥାଇପାରେ କିନ୍ତୁ ଏହା ବାସ୍ତବ….
ଡିଜେ କାହା ପାଇଁ କେମିତି ବାଜେ। ସାଧାରଣତଃ ବିବାହ, ଭସାଣି,ଶୋଭାଯାତ୍ରା ଆଦି ସମୟରେ ଆପଣ ମାନେ ଡିଜେ ବାଜୁଥିବାର ଦେଖିବାକୁ ପାଇଥିବେ। ତେବେ ଆପଣ ଦେଖିଥିବେ କାହାର ମୃତ୍ୟୁ ହେଲେ ପରିବାର ଲୋକେ ଭାଙ୍ଗି ପଡିଥାନ୍ତି। କାନ୍ଦ ବୋବାଳିରେ ଭାଙ୍ଗି ପଡେ ଘର। ମାତ୍ରା ବର୍ତ୍ତମାନ ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଜାଣିଲେ ଆପଣ ତାଜୁବ୍ ହୋଇଯିବେ ନିଶ୍ଚିତ। ଜଣେ ଶତାୟୁ ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ପରେ କାନ୍ଦ ବୋବାଳି ନୁହେଁ ବରଂ ଡିଜେ ବଜାଇ ନାଚି ନାଚି ଶବ ଶୋଭାଯାତ୍ରା କରା ଯାଇଛି।
ତେବେ ଆପଣ ଟିକିଏ ଭାବି ଦେଖନ୍ତୁ ଆପଣଙ୍କ ଘରେ କେହି ମୃତ୍ୟୁ ବରଣ କରିଥିବେ ଆଉ ଶବ ସତ୍କାର ପାଇଁ ଶ୍ମଶାନଙ୍କୁ ଯିବା ସମୟରେ ଏକ ଶୋଭାଯାତ୍ରାର ଆୟୋଜନ କରାଯିବା ତା ସହିତ ବାଜା ଓ ଡିଜେ ବାଜିବ ଆଉ ସମସ୍ତେ ଡିଜେର ଧୁନ୍ ରେ ନୃତ୍ୟ ପରିବେଷଣ କରି ମୃତ ବ୍ୟକ୍ତିଙ୍କୁ ଶେଷ ବିଦାୟ ଦେବେ। ତେବେ କଥାଟି ବହୁତ୍ ଆଶ୍ଚର୍ଯ୍ୟ ଲାଗିଲା ପରି।
କିନ୍ତୁ ଏମିତି ଏକ ନିଆରା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ଦେଖନ୍ତୁ ଏହି ଭିଡିଓ ଭିଡିଓରେ ଦେଖିବାକୁ ମିଳିଛି ଚାରି କାନ୍ଧରେ କୋକେଇ ଅଛି କଦଳୀ ଗଛ ମଧ୍ୟ ବନ୍ଧା ଯାଇଛି କିନ୍ତୁ ତା ପଛରେ ଡିଜେ ମଧ୍ୟ ଆସୁଛି ଆଉ ଶବଦାହ କରିବା ପାଇଁ ଆସିଥିବା ଲୋକେ ନାଚି ନାଚି ଚାଲିଛନ୍ତି। ଧୁମ୍ ଧାମରେ ଶବକୁ କାନ୍ଧି ଶ୍ମଶାନ ଯାଏ ନିଆ ଯାଉଛି।କୁହା ଯାଉଛି କି ମୃତ୍ୟୁକୁ ନିମନ୍ତ୍ରଣ କରି କରି ଥକି ଯାଇଥିଲେ ବୃଦ୍ଧା ଜଣଙ୍କ। ଆଉ ଯେତେବେଳେ ଏହି ବୃଦ୍ଧ ମାଉସୀଙ୍କୁ ମୃତ୍ୟୁ ଛୁଇଁଲା ସେତେବେଳକୁ ତାଙ୍କ ବୟସ ୧୧୫ରୁ ଉର୍ଦ୍ଧ୍ବ। ଆଉ ତାଙ୍କ ମୃତ୍ୟୁ ପରେ କେହି ନ କାନ୍ଧି ଖୁସିରେ ଖୁସିରେ ଦେଇଛନ୍ତି ବିଦାୟ। ଏ ହେଉଛି ସେହି ବିଦାୟ ସମୟର ଦୃଶ୍ୟ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାରେ ।ପଞ୍ଚରା ଗ୍ରାମର ମାଙ୍ଗରୀ ସୁରିନ ସେହି ଅଞ୍ଚଳର ସବୁଠୁ ବୟସ୍କ ମହିଳା। ଆଉ ୧୧୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ମାଙ୍ଗରୀ ସୁରିନ। ସେହି କାରଣରୁ ଖୁସିରେ ତାଙ୍କ ପରିବାର ତଥା ସମ୍ପର୍କୀୟ ମାନେ ଗାଁ ଦାଣ୍ଡରେ ଡିଜେ ବଜାଇ ନାଚି ନାଚି ଯାଇ ସମସ୍ତଙ୍କୁ ଜଣାଇ ଜଣାଇ ଶବ ସଂସ୍କାର କରିଛନ୍ତି। ଏକ ଭିନ୍ନ ଢଙ୍ଗରେ ଗାଡିରେ ଡିଜେ ବାଜା ବଜାଇ ନାଚି ନାଚି ଶେଷ ବିଦାୟ ଦେଇଛନ୍ତି ଏହି ୧୧୫ ବର୍ଷୀୟ ବୃଦ୍ଧ ମହିଳାଙ୍କୁ। ଆଉ ଘଟଣାର ଭିଡିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ଆଉ ଏପରି ଏକ ନିଆରା ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।