
ଆସିଲା ଭୟଙ୍କର ସତ !ହୁମା ମନ୍ଦିର ରେ ମାଛ କାଟୁ କାଟୁ ମାଛ କାହିଁକି ପଥର ହୋଇଗଲା ଏବଂ Huma ମନ୍ଦିର ବକ୍ର ହେଲା କେମିତି, ଏହାକୁ ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ…ଦେଖନ୍ତୁ video
ଆମ ଦେଶରେ ଅନେକ ରହସ୍ୟମୟ ମନ୍ଦିର ରହିଛି। ଆମେ ଆଜି ଆପଣଙ୍କୁ ଏପରି ଏକ ରହସ୍ୟମୟ ମନ୍ଦିର ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିପାରେ। ତେବେ ସେମିତି ଏକ ରହସ୍ୟ ମୟ ମନ୍ଦିର ହେଉଛି ହୁମା ମନ୍ଦିର। ତେବେ ହୁମା ମନ୍ଦିର ବକ୍ର ହେଲା କିପରି କଣ ରହିଛି ଏହା ପଛର ରହସ୍ୟ ଆସନ୍ତୁ ଜାଣିବା।କିମ୍ବଦନ୍ତୀ:- ଏକ ହୋତା ପରିବାରର ଗୋଟିଏ ଗାଇ ଥିଲା। ଗାଈ ଚରାଇବା ପାଇଁ ପ୍ରତିଦିନ ଏକ ଗାଈ ଚରାଳି ଗାଈକୁ ମହାନଦୀ କୂଳକୁ ନେଇ ଆସୁଥିଲା। ଏବଂ ସନ୍ଧ୍ୟା ସମୟରେ ଗାଈ ଚରାଳି ଗାଈକୁ ନେଇ ଘରକୁ ଫେରି ଆସୁଥିଲା। ସବୁକିଛି ଠିକ୍ ଥିଲା।
କିନ୍ତୁ ଦିନେ ଗାଈର ମାଲିକ ହୋତା ବାବୁ ଚିନ୍ତା କଲେ କି ଗାଈଟି ଦିନକୁ ଦିନ କ୍ଷୀର କମ୍ ଦେଉଛି। ତେବେ ସେ ଗାଈ ଚରାଳିକୁ ଯାଇ ପ୍ରଶ୍ନ କଲେ କି କାହିଁକି ତାଙ୍କ ଗାଈର କ୍ଷୀର ଆପେ ଆପେ କମିବାରେ ଲାଗିଛି। ଏହାପରେ ଦିନେ ହୋତା ବାବୁ ନିଜେ ତାଙ୍କ ଗାଈ ନେଇ ଚରାଇବା ପାଇଁ ନେଇଗଲେ। ତା ପରେ ହୋତା ବାବୁ ଯାହା ଦେଖିଲେ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ ।ହୋତା ବାବୁ ଦେଖିଲେ କି ତାଙ୍କ ଗାଈ ମହାନଦୀର ଆରପାରିକୁ ଯାଇ ଏକ ପଥର ଉପରେ ନିଜ ଔରସକୁ ଢ଼ାଳୁଥାଏ। ଅର୍ଥାତ୍ ଗାଈରର କ୍ଷୀର ସେହି ପଥର ଉପରେ ଆପେ ଆପେ ଝରି ପଡୁଥାଏ। ଯାହା ଦେଖି ହୋତା ବାବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ସେ ଯାଇ ଦେଖିଲେ ଯେ ତାଙ୍କ ଗାଈ ଯେଉଁ ପଥରେ ଉପରେ ଔରସକୁ ଢ଼ାଳୁଥିଲା ସେ ପଥଟି ଥିଲା ଶିବଲିଙ୍ଗ ସଦୃଶ। ଆଉ ତା ପରେ ହୋତା ବାବୁ ନିଜେ ସେହି ଶିବ ଲିଙ୍ଗକୁ ପୂଜା ଅର୍ଚ୍ଚନା କରିବାକୁ ଲାଗିଲା। ଆଉ ଏହି ଖବର ଯାଇ ପଡ଼ିଲା ସେହି ସମୟ ସମ୍ବଲପୁର ରାଜା ବଳରାମ ଦେବ। ଆଉ ସେ ସବୁ ଘଟଣାର ଅନୁଧ୍ୟାନ କରିଲେ।
ଏହାର କିଛି ଦିନ ପରେ ରାଜଙ୍କୁ ଶିବ ଶଙ୍କର ଆସି ସପ୍ନାଦେଶ ଦେଲେ ଯେ ତାଙ୍କୁ ସେହି ସ୍ଥାନରେ ଯାଇ ପୂଜା କର ଆଉ ଏକ ମନ୍ଦିର ନିର୍ମାଣ କର। ଏହା ପରେ ରାଜା ମନ୍ଦିର ନିର୍ମାଣ କରିଲେ।କିନ୍ତୁ ଏହି ମନ୍ଦିରର ନାମ ହୁମା ରଖିବାର କାରଣ ଗାଈମାନେ ହୁ.. ମା.. ହୁ.. ମା.. ଶବ୍ଦ କରିଥାନ୍ତି ଯେଉଁଥି ପାଇଁ ଏହି ମନ୍ଦିରର ନାମ ହୁମା ରଖା ଯାଇଥିଲା।ତେବେ ସମୟକ୍ରମେ ଏହି ମନ୍ଦିରର ଅନେକ ରହସ୍ୟ ଦେଖିବାକୁ ମିଳିଛି।ଥରେ ଜଣେ ବୃଦ୍ଧ ଏହି ସ୍ଥାନର ଗୋଟିଏ କୁଡ଼ୋ ମାଛକୁ ପନିକିରେ କାଟିବା ଉଦ୍ୟମ କରନ୍ତେ ନିଜେ ପଥର ପାଲଟି ଯାଇଥିବା ପ୍ରବାଦ ଅଛି।
ମନ୍ଦିର ବକ୍ର ହେବାର କାରଣ:-କିଛି ଲୋକଙ୍କ ମତରେ ମହାନଦୀର ବନ୍ୟା ପରିସ୍ଥିତକୁ ଆଖି ଆଗରେ ରଖି ମନ୍ଦିରକୁ ନିର୍ମାଣ କାଳରୁ ହିଁ ଜାଣିଶୁଣି ବକ୍ର କରାଯାଇଛି । ଆଉ କେତେକଙ୍କ ମତରେ ମହାନଦୀରେ ବାତ୍ୟା ଆସିବା କାରଣରୁ ଓ ପ୍ରବଳ ସ୍ରୋତରେ ମନ୍ଦିର ନଦୀପାର୍ଶ୍ୱସ୍ଥ ଭିତିଭୂମି ଦବିଯାଇ ମନ୍ଦିରର ବକ୍ରତା ସୃଷ୍ଟି ହେଲା ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।