ସବୁ ସମୟ ଖବର ସାଥିରେ

ମାସରେ କେବଳ ୩ ଦିନ, ଜୀବନରେ କେବେ ଆପଣଙ୍କ କେଶ ଧଳା ହେବନି

0 6

ବନ୍ଧୁଗଣ ଆମେ ସମସ୍ତେ ଜାଣୁ ଯେ ବୟସ ବଢିବା ସଙ୍ଗେ ସଙ୍ଗେ ଆମ ମୁଣ୍ଡର କେଶ ଧଳା ହୋଇଯାଏ ଏହା ସମ୍ପୂର୍ଣ ପ୍ରାକୃତିକ ଅଟେ,କିନ୍ତୁ ବର୍ତମାନ ବହୁତ ଅଳ୍ପ ବୟସରୁ କେଶ ଗ୍ରେ ବା ଧଳା ହୋଇଯାଉଛି |ଅଳ୍ପ ବୟସରୁ ଚୁଟି ଧଳା ହେବା ଶରୀରକ ଦୁର୍ବଳତାର ସଂକେତ ହୋଇଥାଏ |ଆପଣଙ୍କ କେଶ ଗ୍ରେ ହେବା ମାତ୍ରେ ଆପଣ ମାର୍କେଟରୁ ବିଭିନ୍ନ କେମିକାଲ ଯୁକ୍ତ ଡ଼ାଇ ଆଣି ଲଗାଇ ଚୁଟିକୁ କଳା କରିଥାନ୍ତି,କିନ୍ତୁ ଏହା ଆପଣଙ୍କ କେଶ ପାଇଁ ଉପଯୁକ୍ତ ନୁହଁ |

ଯଦି ଆପଣ ଏପରି କେମିକାଲ କିଛି ଦିନ ବ୍ୟବହାର କରନ୍ତି ତେବେ ଆପଣଙ୍କ ଚୁଟି ଅଳ୍ପ ସମୟ ପାଇଁ କଳା ହୋଇଯାଏ ସିନା କିନ୍ତୁ କେଶ ଜନିତ ଅନେକ ସମସ୍ୟା ଆପଣକୁ ଭୋଗିବାକୁ ପଡିଥାଏ |ଏଥିପାଇଁ ବିଶେଷ କରି ଆପଣକୁ କେଶ ଝାଡ଼ିବା ଜନିତ ସମସ୍ୟା ଅଧିକ ମାତ୍ରାରେ ଭୋଗିବା ପାଇଁ ପଡିଥାଏ |ମୁଁ ଆଜି ଆପଣକୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବି ଯାହାକି ଆପଣ କିଛି ଦିନ ବ୍ୟବହାର କଲେ ଆପଣଙ୍କର କେଶ ଧଳା ହେବା ଜନିତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ତେବେ ଆସନ୍ତୁ ଜାଣିବା ଏହି ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-ଅଶ୍ୱଗନ୍ଧା ଗୁଣ୍ଡ, ମହୁ, ଲେମ୍ବୁ
ପ୍ରସ୍ତୁତି :-ଏହି ହୋମ ରିମିଡି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ରକୁ ଗ୍ୟାସ ଉପରେ ବସାନ୍ତୁ ଏବଂ ସେଥିରେ ଦେଢ଼ ଗ୍ଲାସ ପାଣି ନିଅନ୍ତୁ |ସେଥିରେ ଆପଣ ଏକ ଚାମୋଚ ଅସ୍ଵଗନ୍ଧା ଗୁଣ୍ଡ ପକାନ୍ତୁ, ଯଦି ପାରୁଛନ୍ତି ତେବେ ଏଥିରେ ଆପଣ କିଛି ଅଶ୍ୱଗନ୍ଧା ଚେର ପକାନ୍ତୁ |ଏହି ପାଣିକୁ ଆପଣ ଢାଙ୍କୁଣୀ ଦେଇ ଲୋ ଫ୍ଲେମରେ 10 ରୁ 15 ମିନିଟ ପ୍ରଯ୍ୟନ୍ତ ବଏଲ କରନ୍ତୁ |10 ରୁ 15 ମିନିଟ ପରେ ଆପଣ ଏହାକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ,ପରେ ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ |ପରେ ଆପଣ ଏଥିରେ ଏକ ଚାମୋଚ ମହୁ ମିଶାନ୍ତୁ ଏବଂ ଏହାର ଟେଷ୍ଟ ବଢ଼ାଇବା ପାଇଁ ଏଥିରେ ଆପଣ ଫାଳେ ଲେମ୍ବୁ ରସ ମିଶାନ୍ତୁ |ବର୍ତମାନ ଆପଣଙ୍କର ଚାବନି ପ୍ରସ୍ତୁତ ହୋଇଗଲା |
ବ୍ୟବହାର :-ଏହି ରିମିଡିକୁ ଆପଣ ମାସରେ ତିନିରୁ ଚାରିଥର ସେବନ କରନ୍ତୁ, ଏହା ସହିତ ଆପଣ ଯଦି ପଦ୍ମ ମଞ୍ଜି ସେବନ କରନ୍ତୁ ଦେଖିବେ ଆପଣଙ୍କ କେଶ ବୟସ ନହେବା ପୂର୍ବରୁ କେବେ ଧଳା ହେବ ନାହିଁ |ଏହା ସହିତ ଆପଣଙ୍କ କେଶକୁ ଷ୍ଟ୍ରଙ୍ଗ ରହିବା ପାଇଁ ଆପଣ ଯୋଗ କରନ୍ତୁ ଇନଭରସନ ଆସନ, ବିପରୀତ କରିଣି ଆସନ,ସର୍ବାଙ୍ଗ ଆସନ,ହସ୍ତ ପାଦ ଆସନ,ଯୋଗମୁଦ୍ରା, ପଶ୍ଚିମତାନୀ ଆସନ ଏବଂ ଅଧମୁଖ ଶବନି ଆସନ ଆଦି କରନ୍ତୁ |ପ୍ରତ୍ୟେକ ଦିନ ଆପଣ ହେଲଦି ଖାଦ୍ୟ ଖାଆନ୍ତୁ ଦେଖିବେ ଏହାଦ୍ୱାରା ଆପଣଙ୍କ କେଶ ଜନିତ ଅନେକ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ ଏବଂ ଆପଣଙ୍କ କେଶ ହେଲଦି ଓ ସାଇନିଂ ମଧ୍ୟ୍ୟ ଦେଖାଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।