
ସ୍କୁଲ ନେବା ବାଟରେ ଦଶମ ଶ୍ରେଣୀର ଛାତ୍ରୀ ସହ ଡ୍ରାଇଭର କଲା ଏମିତି ଅମାନବୀୟ kanda….ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ…ଦେଖନ୍ତୁ Video
ଆଜିର ସମାଜରେ ଅଧିକାଂଶ ସ୍ଥାନରେ ଗଣ ଦୁଷ୍କର୍ମର ମାମଲା ବଢ଼ିବାରେ ଲାଗିଛି | ଏହା ଦ୍ୱାରା ବହୁତ ନିରୀହ ଝିଅ ମାନଙ୍କର ଜୀବନ ଯିବା ସହିତ ସେମାନଙ୍କ ଜୀବନ ନଷ୍ଟ ହୋଇ ଯାଉଛି | ସମାଜରେ ବହୁତ ନିନ୍ଦା ଓ ଅପବାଦର ଶିକାର ହେଉଛନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇ ବାକୁ ଯାଉଛୁ ଯୋଉଁଥି ଦେଖିବାକୁ ମିଳିଛି ଯେ ଏକ ଛାତ୍ରୀଙ୍କୁ ସ୍କୁଲ ଯିବା ବାହାନାରେ ବଳାତ୍କାର କରି ଥିବା ନେଇ ଅଭିଯୋଗ ହୋଇଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଯୁବତୀଙ୍କୁ ଚାରି ଦିନ ଧରି ଦୁଷ୍କର୍ମ କରୁ ଥିଲେ ଜଣେ ଯୁବକ | ଏହି ଅଭିଯୁକ୍ତ ଜଣେ ନିରୀହ ଝିଅକୁ ଚାରି ଦିନ ଦୁଷ୍କର୍ମ କରି ଚାଲି ଥିବାର ସୂଚନା ମିଳିଛି | ନିଜର ମାନବିକତା ଭୁଲି ନିଜର କାମନା ଲୋଭରେ ଏତେ ଦିନ ଧରି ଏକ ବନ୍ଦ କୋଠରୀ ଭିତରେ ଝିଅ ଜଣଙ୍କୁ ବଳାତ୍କାର କରି ଆସୁ ଥିଲା | ଝିଅ ଜଣଙ୍କୁ ସ୍କୁଲ ନେବା ବାହାନାରେ ଅପହରଣ କରି ଦୁଷ୍କର୍ମ କଲା | ଯାହାକୁ ବିଶ୍ୱାସ କରି ସେ ସ୍କୁଲ ଯାଉ ଥିଲେ ସେ ହିଁ ତାଙ୍କ ପରିବାରର ବିଶ୍ୱାସରେ ବିଷ ମିଶାଇଲା | ଯୋଉଁ ଗାଡ଼ିରେ ଝିଅ ଜଣଙ୍କ ସ୍କୁଲ ଯାଉ ଥିଲେ ଆଜି ସେହି ଗାଡିର ଡ୍ରାଇଭର ସୈତାନ ସାଜି ତାଙ୍କର ଜୀବନକୁ ନଷ୍ଟ କଲା | ସେ ସ୍କୁଲ ଯିବା ବାଟରେ ହିଁ ତାଙ୍କୁ ଟେକି ନେଇ ଚାରି ଦିନ ଯାକ ଏକ ବନ୍ଦ ଘରେ ରଖି ଦୁଷ୍କର୍ମ କରି ଚାଲି ଥିଲା |
ଏଭଳି ଏକ ଅଭାବନୀୟ ଓ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ପାରାଦ୍ୱୀପର ଲକ ଥାନା ଅଂଚଳରେ | ଆଉ ବଳାତ୍କାର କରି ଥିବା ଏହି ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ପାରାଦ୍ୱୀପ ବୃନ୍ଦାବନ କଲୋନୀର ଅନିଲ ନାୟକ ଓର ଅଫ ଚିନୁ | ଜଣେ ଯୁବତୀଙ୍କୁ ଗୋଟିଏ ଘରେ ଅଟକ ରଖି ଚାରି ଦିନ କାଳ ବଳାତ୍କାର ହୋଇ ଥିବା ଅଭିଯୋଗ ହୋଇଛି |
ପୋଲିସ ଶନିବାର ରାତି ପ୍ରାୟ ଏଗାରଟାରେ ପୀଡିତା ଜଣଙ୍କୁ ଉଦ୍ଧାର କରିଛି | ଉକ୍ତ ଯୁବତୀ ଜଣଙ୍କ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି | ଯୋଉଁ ଗାଡ଼ିରେ ସେ ସ୍କୁଲ ଯିବା ଆସିବା କରନ୍ତି ସେହି ଗାଡିର ଚାଳକ ଚାରି ଦିନ ତଳେ ତାଙ୍କୁ ବଳ ପୂର୍ବକ ଉଠାଇ ନେଇ ଲକ ଥାନା ଅଂଚଳରେ ଏକ ଘରେ ରଖି ବଳାତ୍କାର କରୁ ଥିଲା |
ଏପଟେ ପରିବାର ଲୋକେ ଝିଅ ଜଣଙ୍କୁ ବହୁତ ଖୋଜା ଖୋଜି କରୁ ଥିଲେ | କିନ୍ତୁ ଏହି ଗାଡି ଚାଳକ କିଛି ନ ଜାଣିବାର ଅଭିନୟ କରି କଥାକୁ ଏଡାଇ ଦେଇ ଥିଲା | ଶନିବାର ରାତି ୮ଟାରେ ବିଶେଷ ସୂତ୍ରରୁ ଖବର ପାଇ ପରିବାର ଲୋକେ ପୁଣି ଥରେ ଗାଡି ଚାଳକଙ୍କୁ ପଚରା ଉଚୁରା କରିବା ଦ୍ୱାରା ସେ ଝିଅଟିକୁ ଅଟକ ରଖି ଥିବା ନେଇ କହି ଥିଲା | ପୋଲିସ ଓ ପରିବାର ଲୋକେ ଗାଡି ଚାଳକକୁ ନେଇ ଉକ୍ତ ସ୍ଥାନରୁ ଝିଅ ଜଣଙ୍କୁ ଉଦ୍ଧାର କରି ଥିବାର ଲକ ଥାନା ଅଧିକାରୀ ସବ୍ୟସାଚୀ ରାଉତ ସୂଚନା ଦେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।