ସବୁ ସମୟ ଖବର ସାଥିରେ

ବିବାଦ ପରେ ବାବୁସାନଙ୍କୁ ଝୁରି ଝୁରି ଏମିତି ଦୁଃଖ ଭରା ଗୀତ ଗାଇଲେ ପ୍ରକୃତି ମିଶ୍ର…ଦେଖନ୍ତୁ ଏହି Viral ଭିଡ଼ିଓ !

0 20

କିଛି ଦିନ ପୂର୍ବରୁ ଓଡ଼ିଶାର ସୁନାମଧନ୍ୟ ସଂଗୀତ କଣ୍ଠ ଶିଳ୍ପୀ ଓ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ଝିଅ ପ୍ରକୃତି ମିଶ୍ର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହି ଥିଲେ | କାରଣ ଭୁବନେଶ୍ୱରରେ ବାବୁସାନଙ୍କ ପତ୍ନୀଙ୍କ ମାଡ଼ ମାରି ଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଥିଲା | ସେ କହୁଥିଲେ କି ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହି ଅଛି | ଏ ନେଇ ସାରା ଓଡ଼ିଶାରେ ଚହଳ ପଡି ଯାଇଥିଲା |
କାରଣ ବାବୁସାନ ଜଣେ ଓଡିଶାର ଭଲ କଳାକାର ହୋଇଥିବା ବେଳେ ପ୍ରକୃତି ମଧ୍ୟ ଜଣେ ଭଲ କଳାକାର | ସେ ଜାତୀୟ ସ୍ତରରେ ମଧ୍ୟ କିଛି କାମ କରିଛନ୍ତି | କିଛି ଦିନ ପୂର୍ବରୁ ସେମାନଙ୍କର ପ୍ରେମାମ ନାମକ ଏକ ଚଳଚିତ୍ର ଆସିଥିଲା | ତେବେ ଏହି ଖବର ନେଇ ଉଭୟ ବାବୁସାନ ଓ ପ୍ରକୃତିଙ୍କ ଫେନ ମାନଙ୍କୁ ବହୁତ ଆଘାତ ଲାଗି ଥିଲା | ତୃପ୍ତିଙ୍କ ମାଡ଼ ମାରିବା ଘଟଣାର ତିନି ଦିନ ପରେ ବାବୁସାନ ଓ ପ୍ରକୃତିଙ୍କର ଏକ ଅଡିଓ ଭାଇରଲ ହୋଇ ଥିଲା ଏବଂ ଚେନ୍ନାଇରେ ସେମାନେ ଏକ ରୁମରେ ରହୁ ଥିବାରୁ ଭିଡିଓ ମଧ୍ୟ ଭାଇରଲ ହୋଇଥିଲା |

ଏହି ଘଟଣା ପରେ ଜଣା ପଡିଲା ଯେ ପ୍ରକୃତରେ ପ୍ରକୃତି ଓ ବାବୁସାନଙ୍କ କିଛି ସମ୍ପର୍କ ଅଛି ବୋଲି | ସବୁ ଘଟଣା ଶୁଣିଲା ପରେ ବିଶେଷ କରି ବାବୁସାନଙ୍କ ଫେନ ମାନଙ୍କୁ ଅଧିକ ମର୍ମାହତ କରିଥିଲା ଓ ସମସ୍ତେ ବାବୁସାନଙ୍କୁ ତୃପ୍ତିଙ୍କ ଓ ତାଙ୍କ ପିଲା ପାଖକୁ ଫେରି ଯିବା ପାଇଁ ଅନୁରୋଧ କରିଥିଲେ|
କିଛି ଦିନ ପରେ ମଧ୍ୟ ବାବୁସାନ ଚେନ୍ନାଇରୁ ଫେରି ପ୍ରଥମେ ନିଜ ବାପା ମାଆ ଙ୍କ ପାଖକୁ ଯାଇ ଦେଖା କରିଥିଲେ | ଏବଂ ନିଜ ପିଲାଙ୍କୁ ଦେଖା କରି ଥିବାର କଥା ସେ ଗଣ ମାଧ୍ୟମ ଆଗରେ କହିଥିଲେ | କିନ୍ତୁ ସ୍ତ୍ରୀ ତୃପ୍ତିଙ୍କ ବିଷୟରେ କିଛି କହି ନ ଥିଲେ ବା କୌଣସି ଭିଡିଓ ମଧ୍ୟ ନଜର ଆସି ନ ଥିଲା | କିନ୍ତୁ ଦୁଇ ଦିନ ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ବାବୁସାନ ନିଜ ସ୍ତ୍ରୀ ଓ ତାଙ୍କ ଶ୍ୱଶୁରଙ୍କୁ କ୍ଷମା ମାଗୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି |
ଏହି ଭିଡିଓରେ ସେ ସମଗ୍ର ଓଡିଶା ବାସୀଙ୍କୁ ନିଜର କାମ ପାଇଁ କ୍ଷମା ମାଗିବା ସହ ନିଜ ସ୍ତ୍ରୀ ତୃପ୍ତି ଓ ନିଜ ଶ୍ୱଶୁରଙ୍କୁ କ୍ଷମା ମାଗି ଥିବାର ନଜର ଆସି ଥିଲା ଏବଂ ଶପଥ କରିଛନ୍ତି କି ସେ କେବେବି ସେମାନଙ୍କର କିଛି କ୍ଷତି ହେବାକୁ ଦେବେ ନାହିଁ |ତେବେ ବାବୁସାନଙ୍କ ଏହି ଭିଡିଓର ଗୋଟିଏ ଦିନ ପରେ ପ୍ରକୃତି ସୋସିଆଲ ମିଡ଼ିଆରେ ଏକ ଦୁଃଖ ଓ କୋହ ଭରା କଣ୍ଠରେ ଏକ ବିଚ୍ଛେଦ ପୂର୍ଣ୍ଣ ଗୀତ ଗାଇଛନ୍ତି | ଏବଂ ସେ ଏହାକୁ ଇନ୍ଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି |

ଏହା ଦେଖି ସମସ୍ତେ ଭାବୁଛନ୍ତି କି ବାବୁସାନଙ୍କ ଠାରୁ ବିଚ୍ଛେଦ ଦୁଃଖରେ ସେ ଏହି କୋହ ଭରା ପୂର୍ଣ୍ଣ ଗୀତଟିଏ ଗାଇଛନ୍ତି | କିନ୍ତୁ ଏହି ଗୀତଟିକୁ ପ୍ରକୃତି ବହୁତ ସୁନ୍ଦର କଣ୍ଠରେ ଗାଇଥିବା ବେଳେ ଲୋକ ମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।