
ଜାଣନ୍ତୁ କାହିଁକି ହୁଏ ହାର୍ଟ ଆଟାକ ଓ କେମିତି କରିବେ,ଏହାର ନିରାକରଣ Dr . Aparna C
ହୃଦୟ ବା ହାର୍ଟ ହେଉଛି ଏକ ପଂପିଙ୍ଗ ମେସିନ | ଏହା ଆମ ଶରୀରର ପ୍ରତ୍ୟେକ କୋଷ ଏବଂ ଟିସୁକୁ ରକ୍ତ ଯୋଗାଇଥାଏ | ଏହି ହୃଦୟହିଁ ହାର୍ଟର ରକ୍ତକୁ ପମ୍ପ କରିଥାଏ ଯୋଉଁଥିରେ କି ଆପଣଙ୍କର ସମସ୍ତ ଖାଦ୍ୟ ପଦାର୍ଥ, ଅମ୍ଳଜାନ ଗଲେ ହିଁ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ କାମ କରିଥାଏ |ନହେଲେ ଆମର ଶରୀର ବଂଚିବ ନାହିଁ | ମଣିଷର ହୃତପିଣ୍ଡ ଏକ ମାଂସ ପିଣ୍ଡୁଳା ସଦୃଶ ଏବଂ ଏହା ଚାରି ପ୍ରକୋଷ୍ଠ ବିଶିଷ୍ଠ | ସେଗୁଡିକ ହେଉଛି ଲେଫ୍ଟ ଅଟ୍ରିୟମ, ଲେଫ୍ଟ ଭେଣ୍ଟ୍ରିକଲ ଓ ରାଇଟ ଅଟ୍ରିୟମ, ରାଇଟ ଭେଣ୍ଟ୍ରିକଲ|
ଯେତେବେଳେ ଲେଫ୍ଟ ଅଟ୍ରିୟମରୁ ବ୍ଲଡ଼ ଆସି ଲେଫ୍ଟ ଭେଣ୍ଟ୍ରିକଲରେ ମିଶିଥାଏ ତାହାକୁ ଶୁଦ୍ଧ ବ୍ଲଡ଼ କୁହାଯାଏ | ଏବଂ ଏହା ସହିତ ଅକ୍ସଜେନ ମିଶି ରହିଥାଏ ଓ ଏହା ଶରୀରର ପ୍ରତ୍ୟେକ ଜାଗାକୁ ଯାଇଥାଏ | ତାପରେ ଥିବା ଦୂଷିତ ରକ୍ତ ଭେନାକେଭା ଦେଇ ରାଇଟ ଅଟ୍ରିୟମ ଦେଇ ରାଇଟ ଭେଣ୍ଟ୍ରିକଲକୁ ଯାଇ ଅମ୍ଳଜାନର ଉପସ୍ଥିତିରେ ବ୍ଲଡ଼ଟି ବିଶୁଦ୍ଧ ହୋଇଥାଏ |ଏହା ପାରେ ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ ବ୍ଲଡ଼ ଯାଇଥାଏ | ଯଦି କୌଣସି ଅଙ୍ଗର ଅସୁବିଧା ବଶତଃ ରକ୍ତ ସଂଚଳନ ନ ହେଲେ କୋଷ ଓ ଟିସୁ ଗୁଡିକ ମରିଯାଇଥାନ୍ତି | ସେଇଥି ପାଇଁ ଲୋକଙ୍କୁ ହାର୍ଟ ଆଟାକ ହୋଇଥାଏ |
ହୃଦୟ ଜନିତ ବିଭିନ୍ନ ରୋଗ ଅଛି ଯେମିତି ଜନ୍ମଗତ ବା ବଂଶଗତ ରୋଗ କିମ୍ବା ଉଚ୍ଚରକ୍ତ ଚାପ ଫଳରେ ମଧ୍ୟ ହୃଦରୋଗ ହୋଇଥାଏ | ତା ଛଡା ଅଧିକ ଚର୍ବି ଜାତୀୟ ଖାଦ୍ୟ ଫଳରେ ମଧ୍ୟ ହୋଇଥାଏ | ହୃତପିଣ୍ଡର ମାଂସପେଶୀ ଦୁର୍ବଳ ହେଲେ ମାଇକର୍ଡିଆଲ ଡିଜିଜ ବୋଲି କହିଥାଉ | ହୃତପିଣ୍ଡର ଉପରିସ୍ଥ ଭାଗରେ ପାଣି ଜମିଲେ ଆମେ ତାକୁ ପେରିକାରଡିୟମ ଡିଜିଜବୋଲି କହିଥାଉ |
ଲକ୍ଷଣ :-
ପରିବାରରେ କାହାକୁ ହାର୍ଟ ଆଟାକ ହୋଇଥିଲେ ଆପଣଙ୍କୁ ମଧ୍ୟ ହୋଇ ପାରେ | ଯଦି ଆପଣଙ୍କ ବଂଶରେ ଉଚ୍ଚ ରକ୍ତଚାପ, ଡାଇବେଟିସ ଥିଲେ ହାର୍ଟ ଆଟାକ ହେବାର ବହୁତ ସମ୍ଭାବନା ଥାଏ | ଧୁମ୍ରପାନ, ମଦ୍ୟପାନ ବା ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଉଥିଲେ ହାର୍ଟ ଆଟାକ ହୋଇପାରେ |ଏହାର ଲକ୍ଷଣ ଗୁଡିକ ହେଲେ ପୂର୍ବ ଭଳି ଆଉ ଅଧିକ ଚାଲି ପାରିବେନି | ଚାଲିବା ବେଳେ ଧଇଁସଇଁ ଲାଗିବା କିମ୍ବା ଛାତି ଯନ୍ତ୍ରଣା ହେବ |
ନାଭିର ଉପର ଓ ମାଢିର ତଳ ମଧ୍ୟରେ ଯନ୍ତ୍ରଣାକୁ ହାର୍ଟ ଯନ୍ତ୍ରଣା ବୋଲି ଜଣାଯାଏ |ମୁଣ୍ଡ ବୁଲାଇବ, ଜାଲ ବୋହିବା ସହିତ ହୃଦସ୍ପନ୍ଦନ ବଢ଼ିଯିବ |ହୃତପିଣ୍ଡର ବଂଚିବା ପାଇଁ ନିଜସ୍ୱ ରକ୍ତ ସଂଚାଳନ ବ୍ୟବସ୍ଥା ରହିଛି |ଏଥିରେ କଲେଷ୍ଟୋରୋଲ ଜମା ହେଲେ ରକ୍ତ ସଂଚାଳନ ଠିକ ଭାବେ ହୋଇ ପାରେ ନାହିଁ |ଏହିସବୁ ଲକ୍ଷଣ ଦେଖା ଗଲେ ଆପଣ ସତର୍କ ରହିବା ସହ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ |
ଉପଚାର :-
ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି ଆପଣଙ୍କୁ ନିୟନ୍ତ୍ରଣରେ ରଖିବାକୁ ପଡିବ |ତା ସହିତ ବ୍ଲଡ଼ର ସୁଗର ଲେଭେଲ ନିୟମିତ ଭାବରେ ଚେକ କରିବାକୁ ପଡିବ | ପ୍ରତ୍ୟେକ ଦିନ ବ୍ୟାୟାମ କରିବାକୁ ପଡିବ | ଧୁମ୍ରପାନକୁ ସମ୍ପୂର୍ଣ ରୂପେ ବର୍ଜନ କରିବେ | ଅଧିକ ତେଲ ଓ ଚର୍ବି ଜାତୀୟ ଖାଦ୍ୟ ଖାଇବେ ନାହିଁ | ବଂଶଗତ ସମସ୍ୟା ଯଦି ରହିଥାଏ ତାହେଲେ କିଛି ସମୟ ଅନ୍ତରାଳରେ ଡାକ୍ତରଙ୍କ ପରାମର୍ଶ ନେବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।