ସବୁ ସମୟ ଖବର ସାଥିରେ

ଦେଖନ୍ତୁ Exclusive ଭିଡ଼ିଓ ଯାହା ହେଇଛି ଭଲ ହେଇଛି ଏମିତି କାହିଁକି କହିଲେ ବିଗବସ ହିଟ :ଅଶ୍ୱିନୀ !

0 13

ତୃପ୍ତିଙ୍କ କହିବା ଅନୁସାରେ ବାବୁସାନ ଜଣେ ବିବାହିତ ପୁରୁଷ ହୋଇଥିବା ବେଳେ ତାଙ୍କର ଦେଢ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛି | ତାପରେ ବି ୨ ଜଣଙ୍କ ଭିତରେ ଦୁଇ ବର୍ଷ ହେଲାଣି ଲିଭ ଇନର ସମ୍ପର୍କ ଅଛି | ଯାହାକୁ ସେ ନିଜେ ମଧ୍ୟ ଦେଖିଛନ୍ତି ଓ ଚାରି ଥର ରେଡ ହ୍ୟାଣ୍ଡେଡରେ ଧରା ପକାଇଛନ୍ତି | ଆ ବିଷୟରେ ପ୍ରଥମେ ସେ ତାଙ୍କ ଶାଶୁ ଅପରାଜିତା ମହାନ୍ତିଙ୍କୁ ଅବଗତ କରାଇଥିଲେ ଓ ତାପରେ ସେମାନଙ୍କ ପରିବାର ତରଫରୁ କିଛି ଜଣ ଯାଇ ପ୍ରକୃତିଙ୍କ ପରିବାରକୁ ବୁଝାଇ ଥିଲେ |

ଆ କ୍ଷେତ୍ରରେ ଅପରାଜିତା ନିଜ ବୋହୁଙ୍କ ସପକ୍ଷରେ ଥିଲେ |ବାବୁସାନ ଓ ପ୍ରକୃତିଙ୍କର ଗତକାଲି ଏକ ଅଡିଓ କ୍ଲିପ ଭାଇରଲ ହେଉଥିଲା ଓ ସେଇଥିରେ ଦୁଇ ଜଣଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି କି ସେମାନଙ୍କ ଭିତରେ କିଛି ତା ସମ୍ପର୍କ ରହିଅଛି ଯାହାକି ବନ୍ଧୁତା ଠୁ ଅଧିକ |ଏହି ସବୁ ଘଟଣା ଶୁଣିଲା ପରେ ବିଶେଷ କରି ବାବୁସାନଙ୍କ ଫେନ ମାନଙ୍କୁ ଅଧିକ ମର୍ମାହତ କରିଛି ଯାହା ଦ୍ୱାରା ତାଙ୍କର ପ୍ରଶଂସକ ମାନେ ମିଡିଆରେ ବିଭିନ୍ନ ମନ୍ତବ୍ୟ ରଖୁଛନ୍ତି |

ଏହି ଘଟଣା ଉପରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ସମସ୍ତ ପ୍ରଯୋଜକ, ନିର୍ଦେଶକ, ବିଭିନ୍ନ ଆଇନଜୀବୀ ଓ ସମାଜ ସେବୀ ମାନେ ନିଜର ମନ୍ତବ୍ୟ ସୋସିଆଲ ମିଡିଆରେ ରଖିଛନ୍ତି |ସମସ୍ତଙ୍କର ଆଶା କି ସବୁ ପୂର୍ବ ଭଳି ଠିକ ହେଇଯାଉ ଓ ବାବୁସାନ ନିଜ ପରିବାର ପାଖକୁ ଫେରି ଆସନ୍ତୁ | ସେ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସହ ଖୁସିରେ ରହି ପୁଣି ହିରୋ ରୋଲରେ ସମସ୍ତଙ୍କ ମନରେ ଖୁସି ଆଣିଦିଅନ୍ତୁ |ଏହି ଘଟଣାକୁ ନେଇ ଅଭିନେତା ଅଶ୍ୱିନୀ ନିଜର ମନ୍ତବ୍ୟରେ କଣ କହିଛନ୍ତି ଆସନ୍ତୁ ଜାଣିବା |

ଅଶ୍ୱିନୀଙ୍କ ମତରେ ଏହା ତାଙ୍କର ଘରୋଇ ପ୍ରୋବ୍ଲେମ ଓ ପର ଘର କଳି ସମସ୍ତଙ୍କୁ ଭଲ ଲାଗେ ପାଇଁ ଆଜି ବିଗବସ ହିଟ ହୋଇଛି | ସେ କହିଛନ୍ତି ଏବେ ପିଲା ମାନଙ୍କର ବାପା ମାଙ୍କୁ ଭୟ ନାହିଁ କି କଳାକାର ମାନଙ୍କର ପ୍ରଯୋଜକ ମାନଙ୍କୁ ଭୟ ନାହିଁ |ଯାହାବି ପ୍ରୋବ୍ଲେମ ହେଇଛି ତାକୁ ଭଦ୍ର ଭାବରେ ସମାଧାନ କରିବା କିନ୍ତୁ ମିଡ଼ିଆ ଆଗରେ ରିଆକଟିଭ ହେବା ଦରକାର ନାହିଁ |

କାରଣ ପର ଘରର କଳି ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ |ଏବଂ ସେ କହିଛନ୍ତି କି ଯାହା ହେଇଚି ଭଲ ହେଇଚି କାରଣ ଯଦି ଏହି ଘଟଣା ନ ହେଇଥାନ୍ତା ତା କେହି କାହାକୁ ପରଖି ନଥାନ୍ତେ |ସେ ପଜିଟିଭଲି ଏହାକୁ ନେବାକୁ କହିଛନ୍ତି |ଏହି ସବୁକୁ ଭୁଲିଯାଇ ଯିଏ ଯାହାକୁ ସଜାଡି ନିଅନ୍ତୁ ଓ ସମସ୍ତେ ଆଗ ଭଳି ଖୁସିରେ ରୁହନ୍ତୁ ବୋଲି ସେ ମନ୍ତବ୍ୟ ରଖିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।