ସବୁ ସମୟ ଖବର ସାଥିରେ

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଜଗା ଦର୍ଶନରେ ଆସିଛି ନେଉଳ..ମନରେ ଭକ୍ତିଥିଲେ ଏହି ପୋଷ୍ଟଟି ନିଶ୍ଚିତ ସେୟାର କରନ୍ତୁ

0 65

ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡିଆଙ୍କ ମଉଡମଣି।କେବଳ ଓଡ଼ିଆ ଜାତିର ନୁହନ୍ତି ବରଂ ସମଗ୍ର ମାନବ ଜାତିର ଦେବତା। ସେ ହେଉଛନ୍ତି ସାରା ସଂସାରର ନାଥ। ତାଙ୍କ ଡୋରିରେ ଏ ସାରା ସଂସାର ବନ୍ଧା।ତାଙ୍କର ଅଲୌକିକ ଶକ୍ତିରେ ଏ ସାରା ସଂସାର ଆଲୋକିତ। ଆଉ ନୀଳଚକ୍ରର ବାନା ଫରଫର ଉଡି ମହାପ୍ରଭୁ ଏବଂ ଓଡିଶାର ଗୌରବମୟ ଇତିହାସର ଜୟଗାନ କରି ଚାଲିଛି।
ତେବେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଭକ୍ତ ମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି। କୁହା ଯାଇଥାଏ କି କାଳିଆଇ ଡୋରି ନ ଲାଗିବା ଯାଏ ତାଙ୍କର ଦର୍ଶନ ମିଳିବା ଅସମ୍ଭବ। ଆଉ ମହାପ୍ରଭୁଙ୍କ ଡୋରି ଯେତେ ବେଳେ ଲାଗେ ସେତେବେଳେ ସବୁ ବାଧାବିଘ୍ନକୁ ଦୂର କରି ଭକ୍ତ ଯାଇ ପହଁଚି ଯାଇଥାନ୍ତି ସିଂହଦ୍ଵାରରେ। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇବାର ଅଧିକାର ସମସ୍ତଙ୍କର ରହିଛି ସିଏ ମଣିଷ ହେଉ କିମ୍ବା ଜୀବଜନ୍ତୁ। ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସୁଛି ଏକ ନେଉଳ ଛୁଆ।

ହଁ ଆଜ୍ଞା ମଣିଷମାନଙ୍କ ପଦପାତକୁ ତାର ଆଦୌ ଡ଼ର ନାହିଁ । ସେ ନିର୍ଭୟରେ ବୁଲୁଛି, ମୁଣ୍ଡ ବି ଟୁଙ୍ଗାରୁଛି। ପତିତ ପାବନ ଗୁମଟକୁ ଥୋକାଏ ଚାହିଁ, ଥକାମନକୁ ଚକା ଡୋଳାରେ ଲୟ ରଖିବାକୁ ଚେଷ୍ଟା କରୁଛି । ଆଉ ଦେଉଳ ଫିଟିଛି ବୋଲି ତା ପାଖରେ ବି ଯାଇ ଖବର ପହଞ୍ଚିଛି । କାଳିଆକୁ ଦେଖିବ ବୋଲି ନେଉଳ ବି ଶ୍ରୀମନ୍ଦିର ଆସିଛି। ଯାହାର ଭିଡିଓ ଏବେ ଘୂରି ବୁଲୁଛି ସୋସିଆଲ ମିଡିଆରେ।

ତେବେ ଆପଣମାନେ ଜାଣିଥିବେ କି କରୋନା କଟକଣାରେ ପୁରୀବାସୀଙ୍କ ପାଇଁ ସିଂହଦୁଆର ଖୋଲିଛି।ଦୀର୍ଘ ଦିନ ପରେ ଶ୍ରୀ ମନ୍ଦିରରେ କାଳିଆ ସାଆନ୍ତଙ୍କ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ପୁରୀ ବାସିନ୍ଦା ଜଗନ୍ନାଥ। ଦର୍ଶନ ପାଇଁ ଭିଡ ଲାଗିଛି ଭକ୍ତ ମାନଙ୍କର ଆଉ ଏଇ ଭିଡ ଭିତରେ କ୍ୟାମେରାରେ କଏଦ ହୋଇଛି ଏହି ମନଲୋଭା ଦୃଶ୍ୟଟି। ଯାହା ସମସ୍ତଂକ ଦୃଦୟକୁ ଛୁଇଁ ପାରିଛି।

ହଁ ଆଜ୍ଞା ସିଂହଦୁଆରୁ ଆସିଛି ଏହି ମନଲୋଭା ଦୃଶ୍ୟ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। କାଳିଆର ଡୋରି ଟାଣି ଆଣିଛି ଏକ ନେଉଳ ଛୁଆକୁ। ଆଉ ସିଂହଦୁଆର ଚକଡାରେ ଚଙ୍ଗ ଚଙ୍ଗ ହୋଇ ବୁଲିଛି ଏହି ନେଉଳ ଛୁଆଟି। କେତେବେଳେ ସିଂହ ମୂର୍ତ୍ତି ଭିତରେ ଲୁଚି ଯାଉଛି ତ ଆଉ କେତେବେଳେ ଯାଇ ପତିତପାବନଙ୍କ ଆଡକୁ ଟିକେ ଚାହିଁ ଦେଉଛି। ଆଉ ବେଳ କାଳ ଦେଖି ଚଟ୍ କିନା ଚମ୍ପଟ୍‌ ମରୁଛି ବଡ଼ ଦେଉଳ ଭିତରକୁ। ଆଉ ଯେଉଁ ସମୟର ଦୃଶ୍ୟ ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।