
Fungal Infection – ( ଯାଦୁ,କାଛୁ,କୁଣ୍ଡିଆ ) ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ |
ସ୍କିନ୍ ଇନ୍ଫେକ୍ସନ ବା କୁଣ୍ଡିଆଣ ଭଳି ସମସ୍ୟା ଅନେକଙ୍କ ପାଖରେ ଦେଖିବା ପାଇଁ ମିଳୁଛି। ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ। ଯାହା ଆପଣଙ୍କର ଯେକୌଣସି ପ୍ରକାର କୁଣ୍ଡିଆକୁ ଦୂର କରିବା ପାଇଁ ବହୁତ୍ ଅଧିକ ସାହାଯ୍ୟ କରିବ। ଏହା ବାନାଇବା ମଧ୍ୟ ଖୁବ୍ ସହଜ। ଏଥିରେ ବ୍ୟବହୃତ ସବୁ ସାମଗ୍ରୀ ଗୁଡିକ ଆପଣ ଆପଣଙ୍କ ରୋଷେଇ ଘରୁ ପାଇ ପାରିବେ। ଘରେ ବସାଇ ଆପଣ ଏହାକୁ ବ୍ୟବହାର କରି ଆପଣଙ୍କ କୁଣ୍ଡିଆ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏହା ଆପଣଙ୍କ ପାଇଁ ଖୁବ୍ ଲାଭକାରୀ ଅଟେ। ତେବେ ଆପଣ ନିଶ୍ଚିତ ଏହାକୁ ଥରେ ଟ୍ରାଇ କରନ୍ତୁ ଜାଣି ପାରିବେ ଏହାର ଉପକାରିତା। ତେବେ ଆସନ୍ତୁ ଜାଣିବା ଏହି ହୋମ୍ ରେମିଡି ପାଇଁ ଆବଶ୍ୟକ ସାମଗ୍ରୀ ଓ ଏହାର ପ୍ରସ୍ତୁତି ପ୍ରଣାଳୀ।
ଆବଶ୍ୟକ ସାମଗ୍ରୀ:-
ଟମାଟୋ, ନଡ଼ିଆ ତେଲ
ପ୍ରସ୍ତୁତି ପ୍ରଣାଳୀ:-ଏହି ହୋମ୍ ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଟମାଟୋ ନିଅନ୍ତୁ। ଏହାପରେ ଏହାକୁ ଧୋଇ ଛୋଟ୍ ଛୋଟ୍ ପିସ୍ କରି କାଟି ନିଅନ୍ତୁ। ଏବଂ ତାହାକୁ ଚିପୁଡି ତାର ରସ ବାହାର୍ କରି ନିଅନ୍ତୁ। ଏଥି ପାଇଁ ଆପଣଙ୍କୁ ତିନି ଚାମଚ୍ ରସର ଆବଶ୍ୟକତା ପଡ଼ିବ। ଆପଣ ଚାହିଁଲେ ଟମାଟୋକୁ ଗ୍ରାଇଡ଼ିଂ କରି ଏହାର ରସ୍ ବାହାର କରି ପାରିବେ। ଧ୍ୟାନ ରଖନ୍ତୁ ଏଥିରେ ଯେମିତି ଆପଣ ଟିକିଏ ବି ପାଣିର ବ୍ୟବହାର କାରିବେ ନାହିଁ।
ଏହାପରେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ରହିଛି ନଡ଼ିଆ ତେଲର। ଯଦି ଆପଣଙ୍କ ପାଖରେ ଘର ତିଆରି ନଡ଼ିଆ ତେଲ ରହିଛି ଏହା ଖୁବ୍ ଲାଭଦାୟକ। ନହେଲେ ଆପଣ ମାର୍କେଟରୁ ମଧ୍ୟ ନଡ଼ିଆ ତେଲ ଆଣି ୟୁଜ୍ କରି ପାରିବେ। ତେବେ ସେହି ତିନି ଚାମଚ୍ ଟମାଟୋ ରସ ରେ ଏବେ ଏକ ଚାମଚ୍ ନଡ଼ିଆ ତେଲକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହା ଭଲ ଭାବରେ ମିଶିଯିବା ପରେ ଏହାର ରଙ୍ଗରେ ସାମାନ୍ୟ ଫିକା ପଡ଼ିଯିବ। ଏବେ କୁଣ୍ଡିଆକୁ ଭଲ କରିବା ପାଇଁ ଆମ ଘରୋଇ ଉପଚାରଟି ପ୍ରସ୍ତୁତ ହୋଇଗଲା।
ଏବେ ଆମେ ଜାଣିବା ଏହାର ବ୍ୟବହାର କିପରି କରିବା:-ଆପଣ ଏହାକୁ ଆପଣଙ୍କ ଆଙ୍ଗୁଳିରେ ନେଇ ନହେଲେ ଏକ ତୁଳା ସାହାଯ୍ୟରେ ନେଇ ଆପଣଙ୍କ ସ୍କିନ୍ ଇନ୍ଫେକ୍ସନ ହୋଇଥିବା ସ୍ଥାନରେ ଲଗାନ୍ତୁ। ଆପଣ ଏହାକୁ ଆପଣଙ୍କ ସମ୍ପୂର୍ଣ୍ଣ ବଡିରେ ଲଗାଇ ପାରିବେ ଏପରିକି ଆପଣ ଏହାକୁ ନିଜର ମୁଁହରେ ବି ଲଗାଇ ପାରିବେ। ତେବେ ଗୋଟିଏ କଥାର ଧ୍ୟାନ ରଖିବେ ଆପଣ ଏହାର ପ୍ରୟୋଗ ଯେତେବେଳେ କରିବେ ସେହି ସମୟରେ ଏହାକୁ ପ୍ରସ୍ତୁତ କରନ୍ତୁ। ଏହାକୁ ଆପଣ ଘରେ ନିହାତି ଥରେ ଟ୍ରାଇ କରନ୍ତୁ ଓ ଏହାର ଚମତ୍କାରିତା ଜାଣନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।