
Interesting Gk Questions – ମୁଁ ଗୋଟେ ଝିଅକୁ ପଚାରିଲି ତୁମର ନାମ କଣ ? ସେ କହିଲା 1717 ତାହାର ନାମ କଣ ଥିଲା…ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ
ବର୍ତ୍ତମାନ ସମୟରେ ସମାଜ ପରିବର୍ତ୍ତନ ହେବା ସହିତ ସମାଜର ଲୋକମାନେ ମଧ୍ୟ ପରିବର୍ତ୍ତିତ ହେଉଛନ୍ତି। ଆଗ କାଳରେ ଶିକ୍ଷା କୁ ଏତେ ଗୁରୁତ୍ବ ଦିଆଯାଉନଥିଲା,ବା କେହି ବି ଶିକ୍ଷା ପ୍ରତି ଆକୃଷ୍ଟ ହେଉନଥିଲେ । ମାତ୍ର ବର୍ତ୍ତମାନ ସମୟରେ ସମାଜରେ ଶିକ୍ଷା କୁ ବହୁତ ମହତ୍ତ୍ୱ ଦିଆଯାଉଛି । ପ୍ରତ୍ୟେକ ଲୋକମାନେ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି। ଆଜିକା ସମୟରେ ଯଦି କେହି ଶିକ୍ଷା ଗ୍ରହଣ କରି ନଥାଏ ତେବେ ତାହାକୁ ସମାଜରେ ମାନ, ସମ୍ମାନ ଆଦି ବହୁତ କମ୍ ପ୍ରାପ୍ତ ହୋଇଥାଏ। କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ , ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା, ଶିଖିବା ନିତାନ୍ତ ଆବଶ୍ୟକ।
ତେବେ ଆଜି ର ଆଧୁନିକ ଦୁନିଆରେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଟାଲେଣ୍ଟ ଦେଖି ନେଉଛନ୍ତି। ସେ ସରକାରୀ ଚାକିରି ହେଉ ବା ବେସରକାରୀ କ୍ଷେତ୍ରରେ। କାରଣ ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଆଗରେ ରହିଥାଏ। କିନ୍ତୁ ବର୍ତ୍ତମାନ ସମୟରେ ସରକାର ଚାକିରି ମିଳିବା ଏତତ ସହଜ ନୁହେଁ ।ସରକାରୀ ଚାକିରି ପାଇଁ ବହୁତ ପରିଶ୍ରମ କରିବା ପାଇଁ ପଡ଼ିଥାଏ। ଜେନେରାଲ ନଲେଜ୍ ମଧ୍ୟଜାଣିବା ପାଇଁ ପଡ଼ିଥାଏ।
ତେବେ ଯାଇ ଜଣେ ବ୍ୟକ୍ତି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସହଜ ହୋଇଥାଏ। ଆଜିର କମ୍ପିଟେଟିଭ୍ ସମୟରେ ଜେନେରାଲ ନଲେଜ୍ ଆଣିବା ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ବର୍ତ୍ତମାନ ସମୟରେ ଆପଣ ଯେଉଁଠି କୁ ଚାକିରି କରିବା ପାଇଁ ଯିବେ ସେଠାରେ ଆପଣ ମାନଙ୍କୁ ଇଣ୍ଟରଭ୍ୟୟୁ ବା ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡ଼ିବ।
ସେହି ଇତି ରେ ଆପଣଙ୍କୁ ବେଳେ ବେଳେ ଏମିତି ପ୍ରଶ୍ନ ପଚାରିଥାନ୍ତି ଯାହା ଆପଣ ସେହି ପ୍ରଶ୍ନ ଶୁଣିଲେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ସେପରି ପ୍ରଶ୍ନ ଆଗରୁ ଶୁଣିନଥିବେ। ମାତ୍ର ସେହି ପ୍ରଶ୍ନ ଗୁଡ଼ିକ ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝି ପାରିବେ ନାହିଁ। ସେଥିପାଇଁ ଆପଣ ଭଲଭାବରେ ପ୍ରଶ୍ନ କୁ ଶୁଣିବେ ତା ପରେ ତାହାକୁ ଭଲ ଭାବରେ ଚିନ୍ତା କରି ଉତ୍ତର ଦେବେ।
ଆପଣ ମାନେ ଯଦି ବୁଦ୍ଧି ଖଟାଇବେ ତେବେ ସେହି ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ଦେଇ ପାରିବେ। ଆଜି ଆପଣଙ୍କୁ ସେହିପରି କିଛି ସାଧାରଣ ପ୍ରଶ୍ନ, ଜଣେଇବୁ ଯାହା ଆପଣମାନଙ୍କର ଜାଣିବା ନିହାତି ଆବଶ୍ୟକ।
୧- ତାହା କଣ ଯାହା ଭାଇ ର ଦୁଇଟି ଏବଂ ଭଉଣୀ ର ତିନୋଟି ଥାଏ? ଉ- ଅକ୍ଷର
୨- କଥା କହିଲେ କଣ ଭାଙ୍ଗିଯାଏ? ଉ- ମଉନ ବ୍ରତ
୩- ତାହା କେଉଁ ଶବ୍ଦ ଯାହା ଆମେ ଲେଖିଥାଉ ଏବଂ ପଢ଼ୁ ନାହୁଁ? ଉ- ନାହିଁ
୪- କିଛି ମାସରେ ୩୦ ଦିନ ଥାଏ ,କିଛି ମାସରେ ୩୧ ଦିନ ଥାଏ ।ଏମିତି କେତେ ଗୋଟି ମାସ ଅଛି ଯେଉଁଥିରେ ୨୮ ଦିନ ଥାଏ? ଉ- ସମସ୍ତ ମାସରେ
୫- ତାହା ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ, ସେତେ କମ୍ ଦେଖାଯିବ? ଉ- ଅନ୍ଧାର
୬- ତାହା କଣ ଯାହାକୁ ଅଧା ଖାଇଲା ପରେ ମଧ୍ୟ ତାହା ପୁରି ନଥାଏ? ଉ- ପୁରୀ
୭- ତାହା କଣ ଯାହାର ଡେଣା ନଥାଇ ମଧ୍ୟ ଜନ୍ମ ହେବା ମାତ୍ରେ ଉଡ଼ିଯାଏ? ଉ- ଧୁଆଁ
୮- ମୁଁ ଲେଖା ପଢ଼ା କାମରେ ଆସେ କିନ୍ତୁ ବହି, ଖାତା କିମ୍ବା କଲମ ନୁହେଁ ମୁଁ କିଏ? ଉ- ଚଷମା
୯- ମୁଁ ଗୋଟିଏ ଝିଅକୁ ପଚାରିଲି ତୁମ ନାମ କଣ ସେ କହିଲା ୧୭୧୭ ତାହାର ନାମ କଣ ଥିଲା? ଉ- ତାହାୟ ନାମ ଇଂରାଜୀ
ଅକ୍ଷର ରେ LILI ଅଟେ।
୧୦- ଗୋଟିଏ ବୁଢ଼ୀ ର ୧୨ ଟି ପୁଅ ଓ ୧୨ ଜଣଙ୍କର ପାଞ୍ଚ ପାଞ୍ଚଟି ପୁଅ ,ପରିବାରର ୬୦ ଟି ଲୋକ କାଚଘରେ କରନ୍ତି ବାସ ତାହା କଣ? ଉ- ଘଣ୍ଟା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।