
Electric ଉପଭୋକ୍ତାଙ୍କ ପାଇଁ ବଡ ଖବର, ଏଇ ମାସରୁ ଘରେ ଲାଗିବ ସ୍ମାର୍ଟ ମିଟର, ରିଚାର୍ଜ କଲେ ବିଦ୍ୟୁତ ଆସିବ ନହେଲେ ଅନ୍ଧାରରେ ରହିବେ ! ଅଧିକ ଜାଣିବା ପାଇଁ ଦେଖନ୍ତୁ Video ..
ସରକାରଙ୍କ ଦ୍ୱାରା ବିଦ୍ୟୁତ ପାଇଁ ବିଭିନ୍ନ ଯୋଜନା ମାନ ଲୋକ ମାନଙ୍କ ପାଇଁ ଯୋଗାଇ ଦିଆ ଯାଉଛି | ପ୍ରତ୍ୟେକ ଘରକୁ ବିଦ୍ୟୁତର ସୁବିଧା ଦେବା ପାଇଁ ଚେଷ୍ଟା ଜାରି ରହିଛି | କିନ୍ତୁ ତାହା ଭିତରେ ମଧ୍ୟ ବିଦ୍ୟୁତର ବିଲ କ୍ଷେତ୍ରରେ କେତେକ ଲୋକଙ୍କର ଅସୁବିଧା ଦେଖା ଯାଉଥିଲା | କିନ୍ତୁ ଆଜି ଏକ ଏମିତି ଖବର ଆସିଛି ଯାହା ଦ୍ୱାରା ବିଲ ଜନିତ ସମସ୍ୟା ଆଉ ହେବ ନାହିଁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ସରକାର ଏକ ଖୁସିର ଖବର ଆଣିବାକୁ ଯାଉ ଛନ୍ତି | ମୋବାଇଲ ଭଳି ରିଚାର୍ଜ କଲେ ଲାଇଟ ଜଳିବାର ସୂଚନା ମିଳୁଅଛି | ଏବଂ ଯଦି ଆପଣ ରିଚାର୍ଜ କରୁ ନାହାନ୍ତି ତାହେଲେ ଆପଣଙ୍କର ଘର ଅନ୍ଧାର ହେବାର ସମ୍ଭାବନା ରହି ଅଛି | ଆମ ଡିଜିଟାଲ ଯୁବରେ ସବୁ କିଛି ଡିଜିଟାଲ ହେଉ ଥିବା ବେଳେ ଆସି ଯାଇଛି ଏବେ ସ୍ମାର୍ଟ ମିଟର |କୋରାପୁଟ ଜିଲ୍ଲାର ଜୟପୁର ଅଂଚଳରେ ଏହି ସେବା ଆରମ୍ଭ କରା ଯାଇଛି | ଏହି ସ୍ମାର୍ଟ ମିଟର ଠିକ ଆପଣଙ୍କ ମୋବାଇଲର ସିମ କାର୍ଡ ଭଳି କାମ କରିବ |
ଯେମିତି ଆମେ ମୋବାଇଲରେ ରିଚାର୍ଜ କରି ସୁବିଧା ସୁଯୋଗ ନେଇ ଥାଉ ଠିକ ସେହି ଭଳି ଏହି ମିଟରରେ ଆପଣ ରିଚାର୍ଜ କରି ସୁବିଧାକୁ ଉପଭୋଗ କରି ପାରିବେ | କେବଳ ଏତିକି ନୁହେଁ, ଏହି ମିଟରରେ ମୋବାଇଲ ଭଳି ପ୍ରିପେଡ ଓ ପୋଷ୍ଟ ପେଡ ସେବା ମଧ୍ୟ ରହି ଅଛି | ଅର୍ଥାତ ଆପଣ ଚାହିଁଲେ ରିଚାର୍ଜ କରି ବିଦ୍ୟୁତ ଜାଳି ପାରିବେ ଅଥବା ପରେ ଯେତେ ପରିମାଣର ବିଦ୍ୟୁତ ଜାଳି ଥିବେ ସେହି ଅନୁସାରେ ଟଙ୍କା ଦେଇ ପାରିବେ | ପ୍ରଥମ ପର୍ଯ୍ୟୟରେ କିଛି ସ୍ଥାନରେ ଘରୋଇ ମିଟର ଲଗା ଯାଇଛି |
ଏ ନେଇ ବିଦ୍ୟୁତ ଅଧିକାରୀଙ୍କ ଠାରୁ ଅଧିକ ସୂଚନାରୁ ଜଣା ପଡିଛି କି ଏହି ଚି଼ପ ଯୋଗେ ବହୁତ କିଛି ସୁବିଧା ରହି ଅଛି | ଏହା ଦ୍ୱାରା ଏକା ସମୟରେ କଷ୍ଟମର ଏବଂ ଟାଟା ପାଉଆର ପାଖକୁ ଆପଣ ବ୍ୟବହାର କରିଥିବା ବିଦ୍ୟୁତର ବିଲ ମଧ୍ୟ ମେସେଜ ଯାଇ ପାରିବ | ଏବଂ ଏଥି ଯୋଗୁଁ ବିଦ୍ୟୁତ ଉପଭୋକ୍ତା ମାନେ ଟାଟା ପାଉଆର ସହିତ ଯୋଗାଯୋଗ କରି ପାରିବେ ଯାହାକି ଆଗରୁ ହୋଇ ପାରୁ ନ ଥିଲା | ଉପଭୋକ୍ତା ମାନଙ୍କ ସୁବିଧା ଅନୁସାରେ ପ୍ରିପେଡ ବା ପୋଷ୍ଟ ପେଡ କରି ବାର ବ୍ୟବସ୍ଥା ରହି ଅଛି |
ଟାଟା ପକ୍ଷରୁ ସବୁ ସ୍ଥାନରେ ଏହି ମିଟର ଲଗାଇବା ପାଇଁ ପଦକ୍ଷେପ ନିଆ ଯାଇଛି | ଏହି ମିଟରରେ ଥିବା ଚି଼ପ ମାଧ୍ୟମରେ ଆପଣ ଜାଣି ପାରିବେ ଯେ ଆପଣ କେତେ ବିଦ୍ୟୁତ ବ୍ୟବହାର ଏବଂ ତାହାର ମୂଲ୍ୟ କରି ଅଛନ୍ତି | ବର୍ତମାନ ଏହାକୁ ଉଭୟ ପ୍ରିପେଡ଼ ଓ ପୋଷ୍ଟ ପେଡର ବ୍ୟବସ୍ଥା ରହିଥିବା ବେଳେ ପରବର୍ତ୍ତୀ ମୁହୁର୍ତରେ ଏହା କଂଜୁମରଙ୍କ ଇଚ୍ଛା ଅନୁଯାୟୀ ଗୋଟିଏ ବ୍ୟବସ୍ଥା ରହିବ | ତେବେ ଏହା ନେଇ ଜୟପୁରର ଉପଭୋକ୍ତା ମାନେ ଖୁସି ଥିବାର ଜଣା ପଡିଛି | ଆଗରୁ ବିଦ୍ୟୁତ ସମ୍ବନ୍ଧୀୟ ଅସୁବିଧା ଗୁଡିକ ଆଉ ହେବ ନାହିଁ ବୋଲି ଆଶା ରଖିଛନ୍ତି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।