
Energy Milk – ମାତ୍ର ୭ ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା, ରକ୍ତର ଅଭାବ, ଆଖିରୁ ଚଷମା ହେବ ଦୂର
ଆଜିକାଲି ବ୍ୟସ୍ତବହୁଳ ଜୀବନରେ କେବଳ ବୟସ୍କ ଲୋକେ ନୁହଁନ୍ତି ଯୁବପୀଢି ମଧ୍ୟ ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଶରୀରକୁ ଉଚିତ୍ ପ୍ରୋଟିନ୍ ନପହଞ୍ଚିବା । ଶରୀରରେ ଉଚିତ୍ ପ୍ରୋଟିନ୍ ପହଞ୍ଚାଇବା ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ନିହାତି ଜରୁରୀ ହୋଇଥାଏ ।
କିନ୍ତୁ ଆଜିକାଲି ଲୋକେ ପୃଷ୍ଟିକର ଖାଦ୍ୟ ଖାଇବା ବଦଳରେ ଜଙ୍କ୍ ଫୁଡ୍ ବା ଅତ୍ୟଧିକ ମସଲା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ଯାହା ଫଳରେ ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ୍ ମିଳିପାରିନଥାଏ । ଆଉ ଏହି କାରଣରୁ ଶରୀରରେ ଅନ୍ୟାନ୍ୟ ସମସ୍ୟା ସହ ଆଣ୍ଠୁଗଣ୍ଠି ସମସ୍ୟା ଏବଂ ହାଡ ଦୁର୍ବଳ ଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ । ଯଦି ଆପଣ ଏଥିରୁ ବର୍ତ୍ତିବାକୁ ଚାହୁଁଛନ୍ତି ଏବଂ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ କରନ୍ତୁ।
ଏହି ପ୍ରକାରର ସମସ୍ୟା କୁ ଦୂର କରିବା କୁ ହେଲେ ଗୋଟିଏ ଘରୋଇ ଉପଚାର ଅଛି ଏବଂ ଏହା ପ୍ରାକୃତିକ ଜିନିଷ କୁ ବ୍ୟବହାର କରି ତିଆରି କରାଯାଇଥାଏ l ଶରୀର ର ଯେଉ ସ୍ଥାନ ରେ କଷ୍ଟ ହେଉଥିବ ତାହା ଏହି ଚମତ୍କାରୀ କ୍ଷୀର ମାତ୍ର 7 ଦିନ ପିଇବା ଦ୍ବାରା ଦୂର ହୋଇଯିବ ଏବଂ ଏହା ସେବନ କରିବା ଦ୍ଵାରା ଏହା ଶୀଘ୍ର ଠିକ ହୋଇଯାଇଥାଏ l
ଯେମିତି କି ଗୋଡ, ହାତ, ଅଣ୍ଟା, ଗୋଇଠି ଆଦିରେ ହେଉଥିବା କଷ୍ଟ କୁ ଦୂର କରିପାରିବ, ରକ୍ତର ଅଭାବ ଦୂର, ଆଖି ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହାକୁ ଘରୋଇ ଉପଚାର ଦ୍ଵାରା ତିଆରି କରିବା ବହୁତ ସହଜ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା କୁ ଆମେ ଘରୋଇ ଉପଚାର ଦ୍ଵାରା କେମିତି ତିଆରି କରିପାରିବା,
ଆବଶ୍ୟକ ସାମଗ୍ରୀ-
ଗରମ କ୍ଷୀର,ଡ୍ରାଏ ଖଜୁରୀ,କାବୁଲି ବାଦାମ ବା ଆଲମଣ୍ଡ,ହଳଦୀ
ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ଗରମ କ୍ଷୀରରେ ଡ୍ରାଏ ଖଜୁରି ଯାହାକୁ ଆମେ ଛୁଆଁରା ମଧ୍ୟ କହିଥାଉ ତାହାକୁ 5-7ଟି ନେଇ କ୍ଷୀରରେ 2-3ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଏହାପରେ ଖଜୁରୀରୁ ତାହାର ମଞ୍ଜି ବାହାର କରିଦେବେ ଏବଂ ଗ୍ରାଇଡିଂ କରିଦେବେ ।
ଏହାପରେ ସେଥିରେ କାବୁଲି ବାଦାମ ବ୍ୟବହାର କରିବା, କାରଣ ଏଥିରେ ମଧ୍ୟ ବହୁତ ସାରା ପୋଷକତତ୍ବ ଭରି ରହିଥାଏ, ଏହାକୁ ଯଦି ଆପଣ ପ୍ରତିଦିନ ଖାଇବେ ତେବେ ଆପଣଙ୍କର ମେମୋରିପାୱାର ବଢିଥାଏ ଏବଂ ଭିଟାମିନର ଅଭାବ ଥିଲେ ତାହା ପୂରଣ ହୋଇଯାଏ । ଏହି ବାଦାମକୁ ଛୋଟଛୋଟ ପିସରେ କାଟି ଦେ୍ବେ ।
ଏବେ ଆପଣ ଏକ ପାତ୍ରକୁ ନେଇ ଗ୍ୟାସରେ ବସାଇବେ ଏବଂ ସେଥିରେ ଅଢେଇକପ୍ କ୍ଷୀର ଢାଳିବେ , କଟାବାଦାମ, ଅଳ୍ପ ହଳଦୀଗୁଣ୍ଡ, ଦେଢଇଞ୍ଚ ଲମ୍ବର ଡାଳଚିନିଖଣ୍ଡ ମିଶାଇବେ । ଏହାପରେ ତାହାକୁ 2ମିନିଟ ପର୍ଯ୍ୟନ୍ତ ଭଲଭାବରେ ଫୁଟାନ୍ତୁ ।
ଏହାପରେ ସେଥିରେ ଖଜୁରୀପେଷ୍ଟ ପକାଇ ପୁଣି ଫୁଟାନ୍ତୁ, ଯେମିତି କ୍ଷୀର ବହଳିଆ ହୋଇଯିବ । ତାପରେ ସେଥିରୁ ଡାଳଚିନିଖଣ୍ଡକୁ ବାହାର କରିଦେଇ ଗରମଗରମ ସେହି କ୍ଷୀରକୁ ପିଅନ୍ତୁ । ଏହି କ୍ଷୀରକୁ ଆପଣ କୌଣସି ବି ସମୟରେ ପିଇପାରିବେ ଏବଂ ସମସ୍ତେ ପିଇପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।