ସବୁ ସମୟ ଖବର ସାଥିରେ

ସରକାର ଙ୍କ ବଡ଼ ନିଷ୍ପତ୍ତି – ନିଜର Wifeଙ୍କ ନାମରେ ଖୋଲନ୍ତୁ ଏହି Account , ଆଉ ପ୍ରତି ମାସରେ ପାଆନ୍ତୁ 50,000 ଟଙ୍କା ଜାଣନ୍ତୁ କିପରି କରିବେ…ଏହି ଯୋଜନାରେ କେଉଁ ମାନେ ସାମିଲ୍ ହେବେ ଜାଣନ୍ତୁ..

0 101

ସରକାର ସମସ୍ତଙ୍କ ସୁବିଧା ସୁଯୋଗ ପାଇଁ ସବୁବେଳେ ସେମାନଙ୍କ ସାଥୀରେ ଅଛି। ତେବେ ବଦଳୁଛି ଦୁନିଆ ଓ ବଦଳୁଛି ସମୟ ।ଏଭଳି ପରିସ୍ଥିତି କୁ ଦୃଷ୍ଟି ରେ ରଖି ସରକାର ଅନେକ ପୁରୁଣା ନିୟମ ରେ ପରିବର୍ତ୍ତନ ଆଣିବା ପାଇଁ ଯାଉଛନ୍ତି। ଆପଣ ମାନେ ଜାଣିଛନ୍ତି କି ଆଜିର ସମାଜ ସୋସିଆଲ ମିଡ଼ିଆ ସହ ଜଡ଼ିତ। ଆଜିର ଯୁଗ କେଉଁଠି ଯାଇ ପହଞ୍ଚିଲାଣି। ସବୁ କ୍ଷେତ୍ରରେ ପ୍ରଗତିଶୀଳ ହେଲାଣି। ତେବେ ଆଜିର ସମାଜ ଆଉ ପୂର୍ବ ଭଳି ନାହିଁ। ଏବେ ଲୋକେ ବିକଶିତ, ଶିକ୍ଷିତ ,ଆଧୁନିକ ଓ ସ୍ମାର୍ଟ ହେଲେଣି।

ତଥାପି ଲୋକଙ୍କ ମନରେ ନାରୀ ମାନଙ୍କ ପ୍ରତି ଘୃଣା ଭାବ ତଥା ମାନସିକ ଚିନ୍ତାଧାରା ବଦଳି ନାହିଁ। ତେଣୁ ଏହି ସମସ୍ୟା କୁ ଦୃଷ୍ଟି ରେ ରଖି ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ନାରୀ ମାନଙ୍କ ବିକାଶ ତଥା ଆତ୍ମନିର୍ଭରଶୀଳତାକୁ ଦୃଷ୍ଟି ରେ ରଖି ସରକାର ଏକ ଉଲ୍ଲେଖନୀୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି।

ଯାହାଦ୍ୱାରା ବୃଦ୍ଧ ଅବସ୍ଥା ରେ ନାରୀ ମାନେ ନିଜର ଭୋରଣ ପୋଷଣ ପାଇଁ ଆର୍ଥିକ ସ୍ତରରେ ଆଉ ଅନ୍ୟ ଉପରେ ନିର୍ଭର କରିବେ ନାହିଁ। ତେବେ କଣ ରହିଛି ସେହି ଯୋଜନା ଆଉ କଣ କଲେ ସମସ୍ତ ନାରୀ ତାର ସୁବିଧା ଉଠାଇ ପାରିବେ ସେହି ବିଷୟରେ ଆମେ ଆପଣ ମାନଙ୍କୁ ଜଣେଇବୁ।

କଣ ରହିଛି ମହିଳା ମାନଙ୍କ ପାଇଁ ନୂଆ ଯୋଜନା –

ମହିଳା ମାନଙ୍କୁ ସ୍ୱାଧୀନ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ତାଙ୍କ ନାମରେ ଏକ NPS ଖାତା ଖୋଲିବା ପାଇଁ ପଡ଼ିବ। ଯାହା ଫଳରେ ତାଙ୍କର ୬୦ ବର୍ଷ ପୂରଣ ହେବା ପରେ NPS ଆକାଉଣ୍ଟ ତାଙ୍କୁ ୧ ଲକ୍ଷ ଟଙ୍କା ଦେବେ।ଏଥିସହ ସେ ପ୍ରତି ମାସରେ ପେନସନ୍ ଭାବରେ ନିୟମିତ ଅର୍ଥ ମଧ୍ୟ ପାଇବେ। ଏକ NPS ଆକାଉଣ୍ଟ ସହିତ ଆପଣ ମଧ୍ୟ ସ୍ଥିର କରି ପାରିବେ ଯେ ଆପଣ ପ୍ରତି ମାସରେ କେତେ ପେନସନ୍ ପାଇବେ। ତେବେ ଖାତା ଧାରୀ ମହିଳା ମାନେ ତାଙ୍କର ୬୦ ବର୍ଷ ବୟସ ପରେ ଟଙ୍କା ପାଇଁ ଆଉ କାହା ଉପରେ ନିର୍ଭର ହେବାକୁ ପଡ଼ିବ ନାହିଁ।

 

ଏହି NPS ଆକାଉଣ୍ଟ ୬୦ ବର୍ଷ ପରେ ପରିପକ୍ୱ ହେବ। ଆପଣ ମାନେ ନିଜର ସୁବିଧା ଅନୁସାରେ NPS ଆକାଉଣ୍ଟ ରେ ପ୍ରତି ମାସ କିମ୍ବା ବାର୍ଷିକ ଆକାରରେ ଟଙ୍କା ଜମା କରି ପାରିବେ। ଆପଣ ମାନେ ଏକ ହଜାର ବା ତା ଠାରୁ ଅଧିକ ଟଙ୍କା ଏହି ଆକାଉଣ୍ଟ ରେ ଜମା କରି ପାରିବେ। ନୂତନ ନିୟମ ଅନୁଯାୟୀ, ଯଦି ଆପଣ ଆପଣଙ୍କର ୬୫ ବର୍ଷ ବୟସ ପର୍ଯ୍ୟନ୍ତ NPS ଆକାଉଣ୍ଟ ରେ ଜମା କରି ପାରିବେ। ତେବେ ମାସକୁ ୪୫ ହଜାର ଟଙ୍କା ମିଳିବ।

ଲାଭ କଣ ପାଇବେ –

ଏହି ଆକାଉଣ୍ଟ ରେ ଆପଣ ମାନେ ମାସକୁ ୫ ହଜାର ଟଙ୍କା ବିନିଯୋଗ କରନ୍ତି ତେବେ ବାର୍ଷିକ ପ୍ରତିଶତ ରିଟର୍ଣ୍ଣ ପାଇବେ। ତେବେ ଯଦି ଆପଣ ମାନେ ଆପଣଙ୍କର ୩୦ ବର୍ଷ ବୟସରୁ ଜମା କରିବା ଆରମ୍ଭ କରନ୍ତି ତେବେ ୩୦-୬୦ ବର୍ଷ ବୟସ ଅବଧି ରେ ଆପଣଙ୍କର ଆକାଉଣ୍ଟ ରୁ ମୋଟ ୧.୧୨ କୋଟି ଟଙ୍କା ପାଇବେ।