ସବୁ ସମୟ ଖବର ସାଥିରେ

ହଠାତ Live ଆସି ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କଲେ Aparajita Mohanty..ଉତ୍ତମଙ୍କ ଦେହ ଭଲ ନାହିଁ ..କେତେବେଳେ ଆମ୍ବୁଲାନ୍ସ ଆସିପାରେ ,ଦୟାକରି ଭିଡ ଜମାନ୍ତୁ ନାହିଁ ..ଦେଖନ୍ତୁ କଣ କହୁଛନ୍ତି

0 32

ଷ୍ଟାର ବିବାଦ ଅର୍ଥାତ୍ ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲା ଦିନକୁ ଦିନ ଏହି ଘଟଣା ନୂଆ ନୂଆ ମୋଡ ନେବାରେ ଲାଗିଛି। ୮ ଦିନ ଧରି ଗଣ ମାଧ୍ୟମରେ ବାବୁଶାନ ପତ୍ନୀ ତୃପ୍ତି ଓ ପ୍ରକୃତିଙ୍କ ବିବାଦ ଚର୍ଚ୍ଚା ଜୋର ଧରିଛି।ବାବୁସାନ ପ୍ରକୃତି ଏବଂ ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିବାଦ ପାଖରୁ ଅଭିନେତ୍ରୀ ଅପରାଜିତାଙ୍କ ଘର ଆଗରେ ଗଣ ମାଧ୍ୟମ ପ୍ରତିନିଧି ମାନେ ଡେରା ପକାଇଛନ୍ତି।ତେବେ ଆଜି ଲୋକପ୍ରିୟ ଅଭିନେତ୍ରୀ ତଥା ଓଲିଉଡର ଆଗ ଧାଡ଼ିର ନାୟକ ବାବୁସାନଙ୍କ ମା ଅପରାଜିତା ମହାନ୍ତି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ହାତଯୋଡି ବିନମ୍ର ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ସେମାନଙ୍କୁ ଏବେ ଏକା ଛାଡି ଦେବା ପାଇଁ।
ଆଜି ଏକ ଭିଡିଓ ମାଧ୍ୟମରେ ଅଭିନେତ୍ରୀ ଅପରାଜିତା ମହାନ୍ତି ହାତଯୋଡ଼ି ଅନୁରୋଧ କରି କହିଛନ୍ତି, ଅଭିନେତ୍ରୀ ଅପରାଜିତାଙ୍କ କରିଛନ୍ତି, ସବୁ ମିଡିଆ ଭାଇ ମାନଙ୍କୁ ଆମ ପରିବାର ତରଫରୁ ଧନ୍ୟବାଦ ଜଣାଉଛୁ। ଅନେକ ସାହାଯ୍ୟ ସହଯୋଗ ଆମେ ଆପଣମାନଙ୍କ ପାଖରୁ ପାଇଛୁ।ସେଥିଲାଗି ଧନ୍ୟବାଦ ଦେଉଛି।

ତେବେ ଅପରାଜିତା କହିଛନ୍ତି ମୁଁ ପ୍ରତି ମିଡିଆ ଭାଇ ମାନଙ୍କୁ ଅନୁରୋଧ କରୁଛି କି ବର୍ତ୍ତମାନ ସମୟରେ ମୋ ସ୍ୱାମୀ ତଥା ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ। ଏଥି ସହିତ ତାଙ୍କ ବଡ଼ ଭିଣୋଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ନାହିଁ ସେ ଜଣେ ହାର୍ଟ ପେସେଣ୍ଟ। ତେବେ ହୁଏତ ଏଥି ପାଇଁ କେତେବେଳେ ଆମ୍ବୁଲାନ୍ସର ଦରକାର ପଡିପାରେ କି କେତେବେଳେ ଡ଼ାକ୍ତରଙ୍କ ଦରକାର ପଡିପାରେ।ତେଣୁ ଘର ଆଗରେ ଗହଳି ନ କରିବାକୁ ବିନମ୍ର ନିବେଦନ କରିଛନ୍ତି ଅପରାଜିତା ଏଥି ସହିତ କହିଛନ୍ତି ଆମକୁ ଏବେ ଏକା ଛାଡ଼ି ଦିଅନ୍ତୁ।

କାରଣ ଘର ଆଗରେ ଗଣ ମାଧ୍ୟମ ପ୍ରତିନିଧି ଡେରା ପକାଇ ରହିଥିବାରୁ ଘର ଆଗରେ ଗହଳି ଲାଗି ରହୁଛି ଯେଉଁଥି ପାଇଁ ତାଙ୍କ ପରିବାର ବାହାରକୁ କୁଆଡେ଼ ବାହାରି ପାରୁ ନାହାଁନ୍ତି କି କବାଟ, ଝରକା ଖୋଲି ପାରୁ ନାହାନ୍ତି କେବଳ ଏତିକି ନୁହେଁ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ମଧ୍ୟ ଏଥି ପାଇଁ ଖୁବ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥି ନିମନ୍ତେ ଅଭିନେତ୍ରୀ ଅପରାଜିତା ମହାନ୍ତି ସବୁ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି କି ସେମାନଙ୍କୁ ଏବେ ଏକା ଛାଡିଦେବା ପାଇଁ।

ତେବେ ଗତକାଲି ବାବୁସାନଙ୍କ ଜନ୍ମଦିନ ଥିବା ସତ୍ତ୍ବେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁଶାନଙ୍କ ପାଖକୁ ଆସି ନଥିଲେ କିନ୍ତୁ ସୂଚନା ଅନୁସାରେ ବାବୁଶାନଙ୍କ ଶଶୁର ଅର୍ଥାତ୍ ତୃପ୍ତିଙ୍କ ବାପା ବାବୁଶାନଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ତେବେ ଆଗକୁ ଦେଖିବାକୁ ବାକି ରହିଲା ଘଟଣା ଆଗକୁ ଯାଇ କେଉଁ ମୋଡ଼ ନେଉଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।