ସବୁ ସମୟ ଖବର ସାଥିରେ

ଓଡିଶାର No-1 ୟୁଟୁବର ରୂପା ଙ୍କର ଆଉ ଏକ ନୂଆ ଭିଡିଓ, ମା ଦଶଭୁଜା ..ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

0 19

ଆପଣ ଯଦି ସୋସିଆଲ ମିଡିଆ ବ୍ୟବହାର କରୁଥିବେ ତେବେ ନିଶ୍ଚି୍ତ ଭାବେ ରୂପା ଓ ପିଣ୍ଟୁ ଙ୍କ ଅନେକ ଭିଡିଓ ଦେଖିବାକୁ ପାଇଥିବେ। ଏମାନେ ଓଡ଼ିଶାର ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହା ଓଡ଼ିଶାର ନଂ ୱାନ୍ ୟୁଟ୍ୟୁବ ଚ୍ୟାନେଲ ଭାବରେ ଜଣାଶୁଣା।ଏମାନେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଅନେକ ଭିଡିଓ ପୋଷ୍ଟ କରି ଖୁବ୍ ଲୋକପ୍ରିୟ ହୋଇ ପାରିଛନ୍ତି। କେବଳ ଏତିକି ନୁହେଁ ବର୍ତ୍ତମାନ ସମୟରେ ରୂପା ପିଣ୍ଟୁଙ୍କ ଅନେକ ଗୁଡ଼ିଏ ଆଲବମ୍ ମଧ୍ୟ ଦେଖିବାକୁ ମିଳୁଛି ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ରୂପାଙ୍କର ଏକ ଭଜନ ସାମ୍ନାକୁ ଆସିଛି। ଯେଉଁଥିରେ ରୂପାଙ୍କୁ ଭିନ୍ନ ଏକ ରୂପରେ ଦର୍ଶକ ଦେଖିବାକୁ ପାଇବେ।

ତେବେ ଆପଣମାନେ ଜାଣିଥିବେ କି ଆସିଛି ପାର୍ବଣର ଋତୁ। ଧରା ପୃଷ୍ଠରେ ମାଙ୍କ ନବ ଅବତାର ପୂଜା ପାଉଛନ୍ତି।ଆନନ୍ଦର ସହିତ ଭକ୍ତମାନେ ମାଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି। ଗାଁ ଠୁ ସହର ଉତ୍ସବ ମଧ୍ୟରେ ମୁଖର ହୋଇ ପଡିଛି।ଭକ୍ତିମୟ ହୋଇ ଉଠିଛି ସାରା ଅଞ୍ଚଳ।ତେବେ ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସବର ମାହୋଲ ଚାଲିଥିବା ବେଳେ ସଂଗୀତର ସ୍ବରରେ ମା’ଙ୍କୁ ସ୍ବାଗତ କରିବା ପାଇଁ ସଂଗୀତଜ୍ଞ ମାନେ ପ୍ରୟାସ କରି ଚାଲିଛନ୍ତି। ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ଆବାହନୀ ସଂଗୀତରେ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇ ଉଠୁଛି।

ତେବେ ସଙ୍ଗୀତ ନିର୍ମାତା ବିବେକ କୁମାର୍ ଙ୍କ ଦ୍ବାରା ନିର୍ମିତ ହୋଇଛି ଏକ ମନଛୁଆଁ ମ୍ୟୁଜିକ୍ ଭିଡିଓ। ଯେଉଁ ଦେବୀ ମ୍ୟୁଜିକ୍ ଭିଡିଓ ଆଦିଶକ୍ତିଙ୍କ ପରାକ୍ରମ ଓ ତାଙ୍କ ମହିମାର ଗୁଣଗାନ କରା ଯାଇଛି। ଯାହାକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ଆଉ ଯେଉଁ ଭିଡିଓରେ ଅଭିନୟ କରିଛନ୍ତି ଓଡ଼ିଆ ୟୁଟୁବର୍ ରୂପା। ରୂପାଙ୍କ ଏହି ନୂଆ ଏହି ନୂଆଁ ଗେଟପ୍ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ମାଙ୍କ ଏହି ଭଜନ ମଧ୍ୟ ଲୋକଙ୍କ ଖୁବ୍ ପସନ୍ଦ ଆସିଛି।

ମାଙ୍କ ଏହି ଭଜନ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଦର୍ଶକ ମାନେ ଏହି ଗୀତକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ କରା ଯାଇଛି ତେବେ ଏହି ଆଲବମ୍ ରିଲିଜ୍ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହି ଗୀତକୁ ପାଖାପାଖି ୮ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି।ଏଥି ସହ ଖୁବ୍ ସୁନ୍ଦର ସୁନ୍ଦର କମେଣ୍ଟ୍ ମଧ୍ୟ ଦେଉଛନ୍ତି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ଭଜନଙ୍କୁ ଦେଖନ୍ତୁ । ନିଶ୍ଚିତ ଭାବେ ଆପଣଙ୍କୁ ଏହା ଖୁବ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।