ସବୁ ସମୟ ଖବର ସାଥିରେ

Health Tips – ମାଇଗ୍ରେନ, ମୁଣ୍ଡବିନ୍ଧା, ଅଧାକପାଳୀ ସବୁଦିନ ପାଇଁ ଶେଷ ହୋଇଯିବ | Home Remedy…୧୦୦% ଗ୍ୟାରେଣ୍ଟି

0 22

ଅଧିକାଂଶ ଲୋକଙ୍କର ଅଧିକ କାର୍ଯ୍ୟ ଚାପ ଯୋଗୁଁ ମୁଣ୍ଡ ବିନ୍ଧା ସମସ୍ୟା ରହିଥାଏ | ଆଜିର ଏହି ଉପଚାର ଘରେ ବନାଇ ସେବନ କରନ୍ତୁ ମାତ୍ର କିଛି ଦିନ ଭିତରେ ଏହି ସମସ୍ୟା ଦୂର ହୋଇ ଯିବ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆବଶ୍ୟକ ସାମଗ୍ରୀ :-
1.ପଦ୍ମ ମଞ୍ଜି
2.ପୋସ୍ତ
3.ଶୁଖିଲା ନଡ଼ିଆ
4.ଫୁଟି କାକୁଡି ମଞ୍ଜି

5. ଗୋଲମରିଚ
6. ପିସ୍ତା ବାଦାମ
7. ଗୁଜୁରାତି
8.ମିଶ୍ରି
ପଦ୍ମ ମଞ୍ଜି ମୁଣ୍ଡ ବିନ୍ଧା ପାଇଁ ଏକ ରାମ ବାଣ ଭଳି ଔଷଧ ଅଟେ | ଏହା ମାନସିକ ଅବସାଦକୁ କମ କରିବା ସହିତ ଡାଇବେଟିସ ରୋଗୀ, ହୃଦ ରୋଗୀ, ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରି ଥାଏ | ଓଜନ ହ୍ରାସ ପାଇଁ ମଧ୍ୟ ଏହା ଏକ ଭଲ ଅଟେ | ପିଲାଙ୍କ ବ୍ରେନ ବୃଦ୍ଧି ପାଇଁ ମଧ୍ୟ ଏହା ଏକ ଭଲ ଜିନିଷ ଅଟେ | ପୋସ୍ତ ସମସ୍ତଙ୍କ ପାଇଁ ଏକ ଭଲ ଜିନିଷ ଅଟେ | ଏହା ଆପଣଙ୍କୁ ଶକ୍ତ କରିବା ସହିତ ମାଇଗ୍ରେନ ଭଳି ସମସ୍ୟାକୁ ଦୂର କରି ଥାଏ |ଏଥିରେ ଆପଣ ଦୁଇଟି ଗୁଜୁରାତି ପ୍ରୟୋଗ କରିବେ | ଏଥିରେ ଚିନି ବ୍ୟବହାର କରିବେ ନାହିଁ | ମିଶ୍ରି ବା ଗୁଡ ବ୍ୟବହାର କରିବେ | ଏହା ଆମର ଇମ୍ୟୁନିଟି ବଢ଼ାଇବାରେ ସହାୟକ ହୋଇ ଥାଏ
ଶୁଖିଲା ନଡ଼ିଆରେ ଭରପୁର ମାତ୍ରାରେ କ୍ୟାଲସିୟମ ଓ ଫୋସ୍ଫୋରସ ରହିଥାଏ ଯାହା ମୁଣ୍ଡ ଯନ୍ତ୍ରଣାକୁ କମ କରାଇ ଥାଏ | କପ୍ପୋର ଓ ଆଇରନ ରହି ଥିବାରୁ ଏହା ମସ୍ତିଷ୍କ ପାଇଁ ଏକ ଭଲ ଜିନିଷ ହୋଇ ଥାଏ | ଫୁଟି କାକୁଡି ମଞ୍ଜି ଆମଇମ୍ୟୁନିଟିକୁ ବଢ଼ାଇ ଥାଏ | ଏଥିରେ ଭିଟାମିନ ସି ଅଧିକ ପରିମାଣରେ ଥିବା ସହିତ ଏହା ମାନସିକ ଦୁଶ୍ଚିନ୍ତା ଦୂର କରାଇ ଥାଏ | ଏକ ଚାମଚ ଗୋଲ ମରିଚ ଏଥିରେ ପ୍ରୟୋଗ କରିବେ | ପିସ୍ତା ବାଦାମ ମୁଣ୍ଡ ବିନ୍ଧା ସମସ୍ୟାକୁ ଅତି ଶୀଘ୍ର ଭଲ କରାଇ ଥାଏ |
ପ୍ରସ୍ତୁତ ପ୍ରଣାଳୀ :-ଏକ ପ୍ୟାନକୁ ଗ୍ୟାସରେ ବସାଇ ଗରମ କରି ନିଅନ୍ତୁ | ପ୍ରଥମେ ସେଥିରେ ପଦ୍ମ ମଞ୍ଜିକୁ ପକାଇ ବିନା ତେଲରେ ଭଲ କରି ଭାଜି ନିଅନ୍ତି | ଯେମିତି ଏହାକୁ ହାତରେ ଭାଗିଲେ ଏହା ଚୂନା ହୋଇ ଯିବ | ଧିମା ଆଞ୍ଚରେ ଏହାକୁ ଭାଜି ଏକ ପାତ୍ରକୁ ରଖନ୍ତୁ | ଏହାପରେ ଫୁଟି କାକୁଡି ମଞ୍ଜିକୁ ଅଳ୍ପ ଭାଜି ପାତ୍ରକୁ କାଢି ନିଅନ୍ତୁ | ଏହା ପରେ ଏକ ଗ୍ରାଇଣ୍ଡି ଜାରରେ ଆଲମଣ୍ଡ ଓ ପୋସ୍ତ ପକାଇ ଓ ଫୁଟି କାକୁଡି ମଞ୍ଜିର ଭଜାକୁ ପକାଇ ଦିଅନ୍ତୁ | ପଦ୍ମ ମଞ୍ଜିକୁ ମଧ୍ୟ ଭଲ ଭାବେ ଗୁଣ୍ଡ କରି ନିଅନ୍ତୁ |
ଏହା ପରେ ଗରମ ପ୍ୟାନରେ ଏକ ଚାମଚ ଘିଅ ପକାନ୍ତୁ ଓ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ପକାନ୍ତୁ | ଏହାକୁ ଭଲ ଭାବେ ଭାଜିନେଲା ପରେ ଏଥିରେ କରି ରଖିଥିବା ସମସ୍ତ ଗୁଣ୍ଡକୁ ପକାନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ | ଏହା ଭଲ ଭାବେ ଭାଜି ଗଲା ପରେ ଏଥିରେ ଶୁଖିଲା ନଡ଼ିଆ ପ୍ରୟୋଗ କରନ୍ତୁ | ଏହାପରେ ମିଶ୍ରିକୁ ଗରମ ପାଣିରେ ପକାଇ ଏକ ସିରା ପ୍ରସ୍ତୁତ କରନ୍ତୁ ଓ ଏଥିରେ ଟିକେ ବହଳିଆ ହେଲେ ସମସ୍ତ ଗୁଣ୍ଡ ଭଲ ଭାବେ ମିଶାଇ ଦିଅନ୍ତୁ | ଏହାପରେ ଏହାକୁ ଛୋଟ ଲୋଡୁ ଭାବରେ ବନାଇ ପ୍ରସ୍ତୁତ କରନ୍ତୁ |

ଏହାକୁ ପ୍ରତ୍ୟେକ ଦିନ ଖାଲି ପେଟରେ ଗୋଟାଏ ସେବନ କରନ୍ତୁ | ଦେଖିବେ ଆପଣଙ୍କ ମୁଣ୍ଡ ବିନ୍ଧା ଅତି ଶୀଘ୍ର ଦୁରେଇ ଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।