ସବୁ ସମୟ ଖବର ସାଥିରେ

ଆଶ୍ଚର୍ଯ୍ୟ !ରୁଦ୍ର ଭାଇଙ୍କ ମାତ୍ର ଗୋଟିଏ ଫୋନ କଲେ ,ଗାଁରେ ପହଞ୍ଚିଲା ପାଣି ଟ୍ୟାଙ୍କର..ଏହାକୁ ଦେଖି ଲୋକ ଯାହା କହିଲେ.. ଦେଖନ୍ତୁ Video

0 19

ଆଜିର ଗଣ ମାଧ୍ୟମରେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀ | ଟଙ୍କା ବାପା ପ୍ରଦୀପ ମହାରଥୀଙ୍କ ପରେ ପିପିଲି ଅଂଚଳରେ ତାଙ୍କ ସୁପୁତ୍ର ରୁଦ୍ର ମହାରଥୀ ବିଧାୟକ ଭାବରେ ବିବେଚିତ ହୋଇ ଥିଲେ | ତାଙ୍କର ଲୋକ ମାନଙ୍କ ପ୍ରତି ପ୍ରଗାଢ଼ ଭଲ ପାଇବା ଓ ନିଷ୍ଠା ପରତା ତାଙ୍କୁ ଆଜି ଏକ ଭଲ ମଣିଷ ଭାବରେ ପରିଚୟ ଦେଇ ପାରିଛି |ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବୃଷ୍ଟି ପାତ କାରଣରୁ ଅଧିକାଂଶ ସ୍ଥାନରେ ବନ୍ୟାର ପ୍ରଭାବ ଦେଖ ଯାଉଛି | ଲୋକ ମାନେ ବହୁତ ଦୁଃଖ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି | ତା ସହିତ ଖାଦ୍ୟ ନ ପାଇ ଜୀବନ ବଂଚେଇବା ପାଇଁ ବିଭିନ୍ନ ପ୍ରକାର ବାଧା ଉପୁଜୁଛି |

ଏଭଳି ଏକ ଘଡି ସନ୍ଧି ମୁହୁର୍ତରେ ଲୋକ ମାନଙ୍କର ସାହାରା ଭାବେ ରୁଦ୍ର ସମସ୍ତଙ୍କ ପାଖରେ ଛିଡା ହୋଇ ସମସ୍ତଙ୍କର ଦୁଃଖ କଥା ବୁଝି ଥିବାର ବିଭିନ୍ନ ଭିଡିଓ ଦେଖିବାକୁ ମିଳିଛି | କେତେବେଳେ ସେ ନିଜେ ସମସ୍ତ ବନ୍ୟା ଅଞ୍ଚଳ ଗୁଡିକୁ ଚାଲି ଚାଲି ନିରୀକ୍ଷଣ କରୁଛନ୍ତି ଟା କେତେବେଳେ ନିଜ ଭୋକିଲା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ପରଷୁ ଅଛନ୍ତି |

ପୁଣି ଆଜି ଏମିତି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ସେ |ଆଜି ଏକ ଭିଡିଓ ଗଣ ମାଧ୍ୟମରେ ବହୁତ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓରେ ଦେଖା ଯାଉଛି ଜଯେ ରୁଦ୍ର ମହାରଥୀ ଗ୍ରାମ ବାସୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରୁ ଅଛନ୍ତି | ଆସନ୍ତୁ ଜାଣିବା ସେ ବିଷୟରେ |

ବନ୍ୟା ପୀଡିତ ଅଂଚଳରେ ଏବେ ପାଣିର ଘୋର ଅଭାବ ଦେଖା ଯାଉଛି | ଚାରି ଆଡେ ସମସ୍ତ ସ୍ଥାନ ପାଣି ଦ୍ୱାରା ଭର୍ତି ହୋଇ ଥିବା ବେଳେ ପିଇବା ପାଣି ପାଇଁ ଲୋକେ ଛଟପଟ ହେଉଛନ୍ତି | ଯୁବ ବିଧାୟକ ରୁଦ୍ର ମହାରଥୀ ବନ୍ୟା ଅଂଚଳକୁ ନିଜେ ଯାଇ ପାଣିର ସମସ୍ୟା ଦେଖି ସାଙ୍ଗେ ସାଙ୍ଗେ ଉପରସ୍ଥ ଅଧିକାରୀଙ୍କ ନିକଟକୁ ଫୋନ ଯୋଗେ ସେହି ଅଞ୍ଚଳ ଗୁଡିକରେ ପାଣି ଯୋଗାଇବା ପାଇଁ ନିର୍ଦେଶ କରି ଥିଲେ | ମାତ୍ର ଘଣ୍ଟାଏ ମଧ୍ୟ୍ୟରେ ପାଣି ଟାଙ୍କି ଆଣି ଦେବାକୁ କହି ଥିଲେ | ଏବଂ ତାଙ୍କ କଥା ଅନୁଯାୟୀ ଲୋକ ମାନଙ୍କୁ କିଛି ସମୟ ମଧ୍ୟରେ ପାଣି ଟାଙ୍କିରୁ ପିଇବା ପାଣି ସମସ୍ତ ଲୋକଙ୍କୁ ଯୋଗାଣ କରା ଯାଇଥିଲା |

ତାଙ୍କର ଏଭଳି କାର୍ଯ୍ୟରେ ଲୋକ ମାନେ ସନ୍ତୁଷ୍ଟ ହୋଇ ଥିବା ବେଳେ ତାଙ୍କର ଦୁଃଖ ବୁଝି ଥିବାରୁ ବହୁତ ଖୁସି ହୋଇଛନ୍ତି | ତାଙ୍କୁ ଲୋକ ମାନେ ମୁଖ୍ୟମନ୍ତ୍ରୀ ରୂପରେ ଦେଖିବା ପାଇଁ ଆଶା ରଖି ଥିବା ବେଳେ ଲୋକ ମାନଙ୍କ ମନରେ ରୁଦ୍ରଙ୍କ ପ୍ରତି ସମ୍ମାନ ବଢ଼ି ଯାଇଥିବା ସହ ସେମାନେ ଏମିତି ଜଣେ ବିଧାୟକ ଚାହୁଁଥିଲେ ବୋଲି କମେଣ୍ଟ କରିଛନ୍ତି |

କିଛି ଲୋକ ଏହା ମଧ୍ୟ କହିଛନ୍ତି କି ରାଜନୀତିକୁ ନେଇ ଲୋକ ମନରେ ଥିବା ଭ୍ରାନ୍ତ ଧାରଣା ରୁଦ୍ରଙ୍କ ଏମିତି କାର୍ଯ୍ୟ ପାଇଁ ଉଭେଇ ଯିବ | ତାଙ୍କର ଏମିତି କାର୍ଯ୍ୟ ପାଇଁ ସେ ସମସ୍ତେ ରାଜନୀତିକ ନେତା ପାଇଁ ଉଦାହରଣ ପାଲଟିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।