
bayagita – ଭୁଲରେବି ଏହି ( ୫ଟି ସ୍ୱପ୍ନ ) କାହାକୁ କୁହନ୍ତୁ ନାହିଁ | ଭୟଙ୍କର କଥା ..
ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି। ଆଉ ଆମେ ନିଦରୁ ଉଠିବା ପରେ ସେହି ସ୍ଵପ୍ନକୁ ଅନ୍ୟ ମାନଙ୍କ ସହିତ ସେୟାର କରିଦେଇ ଥାଉ। ତେବେ ସେହି ସ୍ବପ୍ନ ମଧ୍ୟରୁ ଏମିତି କିଛି ସ୍ବପ୍ନ ରହିଛି ଯାହା କାହା ସହ ସେୟାର କରିବା ଆଦୌ ଉଚିତ୍ ହୋଇ ନଥାଏ। ଏମିତିକି ନିଜ ପରିବାର ସହିତ ମଧ୍ୟ ଏହି ସ୍ଵପ୍ନ ବାବଦରେ ଆଲୋଚନା କରନ୍ତୁ ନାହିଁ।ଆଜି ଆମେ ଆପଣ ମାନଙ୍କୁ କହିବୁ ଏମିତି ସ୍ଵପ୍ନ ବାବଦରେ ଯାହା ଆପଣ କେବେ ନା କେବେ ଦେଖିଥିବେ।ତେବେ ଶୋଇବା ବେଳେ ଦେଖିଥିବା ଏହି ପାଞ୍ଚ ଗୋଟି ସ୍ଵପ୍ନ ବିଷୟରେ କାହାକୁ କିଛି କୁହନ୍ତୁ ନାହିଁ। ନହେଲେ ଆପଣ ବହୁତ୍ ବଡ ସମସ୍ୟାରେ ପଡି ଯାଇ ପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚ ଗୋଟି ସ୍ଵପ୍ନ ବିଷୟରେ ଯାହାକୁ କି କାହା ସହିତ ସେୟାର କରିବା ଉଚିତ୍ ନୁହେଁ।
୧.ପ୍ରକୃତି ସହ ଜଡ଼ିତ ସ୍ଵପ୍ନ:-
ଯଦି ଆପଣ ପ୍ରକୃତି ସହ ଜଡ଼ିତ କିଛି ସ୍ଵପ୍ନ ଦେଖିଛନ୍ତି ଅର୍ଥାତ୍ ଆପଣ ସ୍ୱପ୍ନରେ ସମୁଦ୍ର ,ବୃକ୍ଷଲତା ,ଝରଣା, ପାହାଡ,ନଦୀ ଏପରି କିଛି ଜିନିଷ ଦେଖୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର ବହୁତ୍ ବଡ଼ ଖୁସିର ଖବର ଆସିବା ପାଇଁ ଯାଉଛି। କିନ୍ତୁ ଯଦି ଆପଣ ଏହି ସ୍ୱପ୍ନ ବାବଦରେ କାହାକୁ କିଛି କହି ଦେଉଛନ୍ତି ତେବେ ଏହି ସ୍ୱପ୍ନର ଫଳରୁ ବଞ୍ଚିତ ହୋଇ ପାରନ୍ତି।
୨. ମୃତ ସମ୍ବନ୍ଧୀୟ ସ୍ୱପ୍ନ:-
ଯଦି ଆପଣଙ୍କ ମୃତ ସମ୍ବନ୍ଧୀୟ କିଛି ସ୍ୱପ୍ନ ଦେଖୁଛନ୍ତି ତେବେ ବିଚଳିତ ହେଲା ଭଳି କିଛି କଥା ନାହିଁ ଏହା ଆପଣଙ୍କ ସମସ୍ୟାର ଅନ୍ତ ହେବାକୁ ଯାଉଛି ବୋଲି ଦର୍ଶାଇ ଥାଏ।କିନ୍ତୁ ଯଦି ଆପଣ ଏହି ସ୍ୱପ୍ନ ବାବଦରେ କାହାକୁ କିଛି କହି ଦେଉଛନ୍ତି ତେବେ ଏହାର ଫଳ ବେକାର ହୋଇ ଯାଇଥାଏ।୩. ସର୍ପ ଦର୍ଶନ ସମ୍ବନ୍ଧୀୟ ସ୍ୱପ୍ନ:-ଯଦି ଆପଣ ସ୍ୱପ୍ନରେ ସାପ ଦେଖୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ଜୀବନରେ ଧନର ଆଗମନ ହେବାପାଇଁ ଯାଉଛି କିନ୍ତୁ ଆପଣ ଯଦି ଏହି ସ୍ଵପ୍ନ ବାବଦରେ କାହାକୁ କହୁଛନ୍ତି ତେବେ ଏହା କିଛି ଫଳପ୍ରଦ ହେବ ନାହିଁ।
୪. ଭଗବାନଙ୍କ ଦର୍ଶନ ସମ୍ବନ୍ଧୀୟ ସ୍ୱପ୍ନ:-
ଯଦି ଆପଣ ସ୍ଵପ୍ନରେ କୌଣସି ଭଗବାନଙ୍କର ଦର୍ଶନ କରୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ବହୁତ୍ ବଡ ସଫଳତା ପାଇବା ପାଇଁ ଯାଉଛନ୍ତି। କିନ୍ତୁ ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାକୁ ଜଣାଉଛନ୍ତି ଏହା ଫଳପ୍ରଦ ହୋଇନଥାଏ।
୫. ମାଛ ସମ୍ବନ୍ଧୀୟ ସ୍ୱପ୍ନ:-ଯଦି ଆପଣ ସ୍ଵପ୍ନରେ ମାଛ ସମ୍ବନ୍ଧୀୟ ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ବହୁତ୍ ଶୁଭ ମାନା ଯାଇଥାଏ କାରଣ ସ୍ଵପ୍ନ ଦେଖିବାର ଅର୍ଥ ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର ଧନର ଆଗମନ ହେବାପାଇଁ ଯାଉଛି। ସେଥିପାଇଁ ଏହି ସ୍ଵପ୍ନକୁ କାହା ସହ ବି ସେୟାର କରନ୍ତୁ ନାହିଁ।