ସବୁ ସମୟ ଖବର ସାଥିରେ

ଦେଖନ୍ତୁ Viral ଭିଡ଼ିଓ- ସତରେ ହୀରାକୁଦ ଡ୍ୟାମ୍ ରେ ଥିବା ଏହି ମାଛର ଓଜନ 1000 କିଲୋ..ଜାଣନ୍ତୁ ଏହାର ସତ୍ୟତା

0 75

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ। ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି। ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି। କିନ୍ତୁ ବେଳେବେଳେ ମଧ୍ୟ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡିଓ ଯାହା ସମସ୍ତଙ୍କୁ ଚକିତ କରିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗେ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ।

ତେବେ ଦୁନିଆରେ ଏମିତି ଏମିତି କିଛି ଭୟଙ୍କର ଜୀବ ସବୁ ରହିଥାନ୍ତି ଯାହାକୁ ଦେଖିବା ମାତ୍ରେ ବା ତା ବିଷୟରେ ଶୁଣିବା ପରେ ବହୁତ ଭୟ ଲାଗିଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଜୀବ ବିଷୟରେ କହିବୁ ଯାହାକୁ ଆପଣ କେବେବି ବିଶ୍ୱାସ କରିବେ ନାହିଁ। ତେବେ ତାହା ହେଉଛି ମାଛ।

ଆପଣ ମାନେ ସମସ୍ତେ ଶୁଣିଥିବେ ପୁର୍ବ ବର୍ଷ ଏକ ଖବର ସାମ୍ନାକୁ ଆସିଥିଲା କି ହୀରାକୁଦ ଡ୍ୟାମ ରେ ୧୦୦୦ କେଜି ର ଗୋଟିଏ ମାଛ ଦେଖିବା ପାଇଁ ମିଳିଥିଲା। ଆଉ ଏହି ଭିଡିଓ ଟି ଜୋର ରେ ମଧ୍ୟ ଭାଇରାଲ ହେବାରେ ଲାଗିଥିଲା। ତେବେ ସତରେ କଣ ସେହି ମାଛଟି ହୀରାକୁଦ ଡ୍ୟାମ ରେ ଦେଖିବା ପାଇଁ ମିଳିଥିଲା, ଆଉ ମାଛର ଓଜନ କଣ ସତରେ ହଜାର କେଜି ରୁ ଊର୍ଦ୍ଧ୍ବ ହେବ।

୧୧ ଅଗଷ୍ଟ ୨୦୨୦ ରେ ଓଡ଼ିଶା ର ଏକ ଜଣାଶୁଣା ଟିଭି ଚ୍ୟାନେଲ୍ ହୀରାକୁଦ ରେ ଏକ ବିଶାଳ ମାଛ ଦେଖାଯାଇଥିଲା ବୋଲି ପ୍ରସାରଣ କରିଥିଲା। ଏହି ଭିଡିଓ ଟି ଯେତେବେଳେ ୟୁଟୁବ ରେ ପୋଷ୍ଟ କରାଗଲା ବହୁତ ଜୋରରେ ଭାଇରାଲ୍ ହେବାରେ ଲାଗିଲା। ସନ୍ଧ୍ୟା ସୁଦ୍ଧା ଏହାକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିଲେ। କେହି କେହି ଏହାକୁ ବ୍ଲୁ ହ୍ୱେଲ ମାଛ ବୋଲି କହିଲେ।

ଏହାକୁ ଦେଖି ଲୋକେ ବିଭିନ୍ନ ପ୍ରକାର ମତ ଦେଇଥିଲେ। ଏହି ଭିଡିଓ କୁ ଅନୁସନ୍ଧାନ କରିବା ପରେ ଜଣା ପଡ଼ିଥିଲା କି, ଏହି ଭିଡିଓ ଟି ଜୁଲାଇ ୧୮ ରେ ୟୁଟୁବ ରେ ପୋଷ୍ଟ କରାଯାଇଥିଲା। ଆଉ ଏହି ମାଛ ଟି ତେଲେଙ୍ଗାନା ରାଜ୍ୟ ର କାଦେମ ଡ୍ୟାମ ରେ ଦେଖାଯାଇଥିଲା ବୋଲି କୁହାଯାଏ। ଏହାର ଓଜନ ୧୦ କେଜି ହେବ। ତେବେ ଏହି ମାଛଟି ହୀରାକୁଦ ଡ୍ୟାମ ରେ ଦେଖାଯାଇ ନଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।