ସବୁ ସମୟ ଖବର ସାଥିରେ

🛑EXCLUSIVE : ବିଭିନ୍ନ Actress ମାନଙ୍କ ସହ ଆକାଶ ଓ ଭୋଡାଫୋନ ପାଇଁ ନିଜ ଭଏସ ଦେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଙ୍କ ସହ Interview ଶୁଣନ୍ତୁ ତାଙ୍କ ମୁହଁରୁ….

0 10

ଓଡ଼ିଆ ଧାରାବାହିକ ଜଗତରେ ଅନେକ କଳାକାର ରହିଛନ୍ତି ସେଥି ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା ମହାପାତ୍ର | ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଅନେକ ଓଡ଼ିଆ ଧାରାବାହିକ ରେ କାମ କରି ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି | ତେବେ କେବଳ ସେ ଏକ ଅଭିନେତ୍ରୀ ନୁହଁନ୍ତି ବରଂ ସେ ଜଣେ ଭୟସ ଆର୍ଟିଷ୍ଟ ମଧ୍ୟ ଅଟନ୍ତି |

ତେବେ ପ୍ରିୟଙ୍କା 40 ରୁ ଅଧିକ ଫିଲ୍ମ ରେ ନିଜର ଭଏସ ଦେଇ ସାରିଛନ୍ତି ଅର୍ଥାତ ଅଲଗା ଆର୍ଟିଷ୍ଟ ମାନଙ୍କ ପାଇଁ ସେ ଭଏସ ଦେଇ ସାରିଛନ୍ତି | କେବଳ ସେତିକି ନୁହେଁ ବରଂ ବିଭିନ୍ନ ଆକ୍ଟ୍ରେସ ଭଏସ ଦେବା ସହିତ ପ୍ରିୟଙ୍କା ଆକାଶ ଓ ଭଡାଫୋନ ପାଇଁ ମଧ୍ୟ ନିଜର ଭଏସ ଦେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ରେଲୁ୍ୱେ ମଧ୍ୟ ସେ ଭଏସ ଦେଇଛନ୍ତି |

ବର୍ତ୍ତମାନ ସମୟ ରେ ତାଙ୍କୁ ଏକ ସାକ୍ଷାତକାର ରେ ଦେଖିବା ପାଇଁ ମିଳିଛି ଯେଉଁଥିରେ ସେ ବିଭିନ୍ନ ଭଏସ କରି ମଧ୍ୟ ଦେଖାଇଛନ୍ତି ଆଉ ଏତେ ସୁନ୍ଦର ଭାବରେ କରି ଦେଖାଇଛନ୍ତି କି ଯାହା ଶୁଣିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ତେବେ ସେ କହିଛନ୍ତି କି ଛୋଟ ବେଳୁ ହିଁ ମୋର ଆକ୍ଟର ହେବାର ବହୁତ ଇଚ୍ଛା ଥିଲା | ଆଉ ଛୋଟ ବେଳୁ ମୀରର ସାମ୍ନାରେ ଠିଆ ହୋଇ ମୁଁ ଆକ୍ଟିଙ୍ଗ କିଛି ବି କରି ଦିଏ ଆଉ ସ୍କୁଲ ରେ ମଧ୍ୟ ଆକ୍ଟିଙ୍ଗ ରେ ମୁଁ ସବୁବେଳେ ଭାଗ ନିଏ ବୋଲି ପ୍ରିୟଙ୍କା କହିଛନ୍ତି |

ତେବେ କେବଳ ସେତିକି ନୁହେଁ ବରଂ ପ୍ରିୟଙ୍କା ଅଭିନେତ୍ରୀ ରାନୀ ପଣ୍ଡା ଙ୍କର ମଧ୍ୟ ଖୁବ ଭଲ ମିମିକ୍ରି କରନ୍ତି ଆଉ ଏହି ସାକ୍ଷାତକାର ମଧ୍ୟ ସେ ତାଙ୍କର କପି କରି ଦେଖାଇ ଥିଲେ | ତେବେ ରାନୀ ପଣ୍ଡା ଙ୍କର ଏକ କଥା ଆପଣ ତ ବେସ ଭଲ ଭାବରେ ଶୁଣି ଥିବେ, “ବିବାଦ ଯଉଠି ରାନୀ ପଣ୍ଡା ସେଇଠି କଣ କହିଲେ ଆପଣ ମୁଁ ପିନ୍ଧିବି ରାନୀ ପଣ୍ଡା ମଙ୍ଗଳସୂତ୍ର ପିନ୍ଧିବ ସିନ୍ଦୂର ଲଗାଇବ ସ୍ୱାମୀ ନଥାଉ କଣ ହେଲା କଣ ଭାସି ଗଲା” ଏଭଳି ଏକ କଥାକୁ ନେଇ ପ୍ରିୟଙ୍କା ରାନୀ ପଣ୍ଡା ଙ୍କର ମିମିକ୍ରି କରାଇ ଦେଖେଇ ଥିଲେ |

ତେବେ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କୁ 6 କି 7 ବର୍ଷ ଲାଗି ଥିଲା ଟିଭି ପରଦା କୁ ଆସିବା ପାଇଁ ଏବଂ ଏହି 3 ବର୍ଷ ହେବ ସେ ଟିଭି ପରଦା କୁ ଆସିଛନ୍ତି | ଆଉ ଘରେ ବି ମତେ ସପର୍ଟ ମିଳୁ ନଥିଲା ଟଙ୍କା ରେ ମଧ୍ୟ ଅସୁବିଧା ରହୁଥିଲା ଏଣୁ ମତେ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ପ୍ରିୟଙ୍କା କହିଛନ୍ତି | ବର୍ତ୍ତମାନ ସମୟ ରେ ପ୍ରିୟଙ୍କା ମହାପାତ୍ର ନିଜର କଳା ଦ୍ୱାରା ନିଜର ଭଏସ ଦ୍ୱାରା ସମସ୍ତ ଦର୍ଶକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।