ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – omg ! ପୁଣି ଥରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ହଟ ଡାନ୍ସ ଭିଡିଓ ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 67

ପ୍ରକୃତି ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଭାବରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କର ଜବରଦସ୍ତ ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ମନ କିଣି ପାରନ୍ତି ଏହି ଅଭିନେତ୍ରୀ ଜଣକ।ପ୍ରକୃତି ମିଶ୍ର ଯିଏକି ଓଡ଼ିଶାର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ ବହୁତ ସୁପରହିଟ ସିନେମାରେ ନଜର ଆସିଛନ୍ତି।

ମାର୍ଚ୍ଚ ୩ ତାରିଖ ୧୯୯୫ ମସିହାରେ ଓଡ଼ିଶାର ଭୁବନେଶ୍ଵର ଠାରେ ଜନ୍ମ ଗ୍ରହଣ କରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଓଡ଼ିଶାର ଲୋକ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ମନ୍ମଥ ମିଶ୍ରଙ୍କ ଝିଅ ପ୍ରକୃତି ମିଶ୍ର। ଚୁଲବୁଲି ନାୟିକା ପ୍ରକୃତି ମିଶ୍ର ପ୍ରଥମେ ଛୋଟ ପରଦାରେ ଶିଶୁ କଳାକାର ଭାବରେ ନଜର ଆସିଥିଲେ।

ଦୂରଦର୍ଶନରେ ପ୍ରସାରିତ ଏକ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଏବଂ ଇଟିଭିରେ ଶିଶୁଙ୍କ ଲାଗି ଉଦ୍ଦିଷ୍ଟ କେତକ କାର୍ଯ୍ୟକ୍ରମ ରେ ଉପସ୍ଥାପିକା ରୂପେ ନଜର ଆସିଥିଲେ।ଏହା ପରେ ଟିଭି ପରଦାରେ ତୁଳସୀ ଧାରାବାହି ମାଧ୍ୟମରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ।

୨୦୦୩ ମସିହାରେ ଲୋକପ୍ରିୟ କଥାଚିତ୍ର ‘ସାବତ ମା’ ଜରିଆରେ ଶିଶୁ କଳାକାର ଭାବେ ରୂପେଲି ପରଦାରେ ପାଦ ଥାପି ଥିଲେ ପ୍ରକୃତି।ଏହାପରେ ସତା ସୁରେ ବନ୍ଧା ଏ ଜୀବନ, ଲକ୍ଷ୍ମୀ ପ୍ରତିମା, ଥାଙ୍କୟୁ ଭଗବାନ, ଶାଶୁ ଘର ଚାଲି ଯିବି ଆଦି ବହୁତ ଗୁଡ଼ିଏ ସିନେମାରେ ଶିଶୁ କଳାକାର ଭାବରେ କାମ କରିଛନ୍ତି। ଏହାପରେ ସୁପରହିଟ ଓଡ଼ିଆ କଥାଚିତ୍ର ‘ଥୁକୁଲ’ ରେ ବାବୁଶାନ ବିପକ୍ଷରେ ପାର୍ଶ୍ଵ ନାୟିକା ଥିଲେ।

୨୦୧୨ ମସିହାରେ ହର ପଟ୍ଟନାୟକ ଙ୍କ ନିର୍ଦ୍ଦେଶିତ ଓଁ ସାଇ ରାମ୍ କଥାଚିତ୍ରରେ ଅଭିନେତା ସବ୍ୟସାଚୀଙ୍କ ବିପକ୍ଷରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ପ୍ରକୃତି ମିଶ୍ର। ଏବଂ ଆଲବମ୍ ଆଦିରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।

ପ୍ରକୃତି ମିଶ୍ର କେବଳ ଓଡ଼ିଶାର ସିନେମା ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ତା ନୁହେଁ ମାୟନଗରୀ ମୁମ୍ବାଇରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ହିନ୍ଦୀ ଧାରାବାହିକ ‘ବିଟି ବିଜନେସ ୱାଲି’ ରେ ମଧ୍ୟ ନିଜର ଜଲ୍ଵା ଦେଖାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।

ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଜୋର୍ ସୋର୍ ଭାଇରାଲ୍ ହେବାରେ ଲାଗିଛି ଚୁଲବୁଲି ନାୟିକା ପ୍ରକୃତି ମିଶ୍ରଙ୍କ ଡାନ୍ସ ଭିଡିଓ। ଯାହାକୁ ଦେଖି ଦର୍ଶକ ମାନେ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି।ପୂର୍ବରୁ ମଧ୍ୟ ପ୍ରକୃତି ମିଶ୍ରଙ୍କ ଡାନ୍ସ ଭିଡିଓ ଖୁବ ଭାଇରାଲ୍ ହୋଇଥିବାର ଦେଖି ବାକୁ ମିଳିଛି।

ଏହି ଚୁଲବୁଲି ନାୟିକା ପ୍ରକୃତି ମିଶ୍ର ତାଙ୍କର ହଟ୍ ଅନ୍ଦାଜ୍ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ଲୁକ୍ ଜରିଆରେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି ଏହି ଚୁଲବୁଲି ନାୟିକା। ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ବିଡିଓରେ ପ୍ରକୃତି ମିଶ୍ରଙ୍କୁ ଏକ ବ୍ଲାକ ଡ୍ରେସରେ ଦେଖିବାକୁ ମିଳିଛି। ଯେଉଁ ଭିଡିଓରେ ପ୍ରକୃତି ମିଶ୍ର ଜବରଦସ୍ତ ଡାନ୍ସ ସହିତ ଜବରଦସ୍ତ ଲୁକ୍ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।