
ଯାତ୍ରାରେ ଖୋଲା ଛାତି କୁ ଅଧା ଲଙ୍ଗଳା ନାଚ ଦେଖି ରାଗିଲେ ମହିଳା, ପାଦରୁ ଜୋତା ଖୋଲି ଚଢିଲେ ପେଣ୍ଡାଲ।!ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ ମେଲୋଡି ରେ ନାଚୁଥିବା ଅଭିନେତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ମହିଳା । ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲିଥିବା ଏକ ଯାତ୍ରା ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଶ କରୁଥିଲେ ରାନୀ ପ୍ରିୟଦର୍ଶିନୀ ।
ତେବେ ରାନୀଙ୍କ ନାଚକୁ ଜଣେ ମହିଳା ବିରୋଧ କରିଥିଲେ ।ମହାକାଳୀ ଉତ୍ସବ ପାଇଁ ଭଦ୍ରକ ସହର ଉତ୍ସବ ମୁଖର ଥିବା ବେଳେ ଘଟିଛି ଏକ ଅପ୍ରିତିକର ଘଟଣା । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଅଶ୍ଳିଳ ନୃତ୍ୟ ପରିବେଷଣ ଅଭିଯୋଗ ଆଣି ଜଣେ ମହିଳା ସଂପୃକ୍ତ ଡ୍ୟାନ୍ସର ଙ୍କୁ ମଞ୍ଚ ତଳୁ ଚପଲ ମାଡ଼ କରିଛନ୍ତି । ଆଉ ଏହାକୁ ନେଇ କିଛି ଘଣ୍ଟା ଧରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ରାନୀଙ୍କ ହଟ୍ ଡ୍ୟାନ୍ସରେ ଦର୍ଶକ ହୋଇଥିଲେ ମତୁଆଲା।ରେକର୍ଡ ଡ୍ୟାନସ ରେ ମଜି ଯାଇଥିଲେ ହଜି ଯାଇଥିଲେ ରାନୀ । ଛୋଟ ଛୋଟ କଷ୍ଟ୍ୟୁମ୍ ପିନ୍ଧିଥିଲେ ଭଲ ମେକଅପ ବି ନେଇଥିଲେ । ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ବଛା ବଛା ବଲିଉଡ ବିଟରେ ନୃତ୍ୟ ପରିବେଶଣ ବି କରୁଥିଲେ ।
ଦର୍ଶକଙ୍କ ଡିମାଣ୍ଡକୁ ଦେଖି ଓଡ଼ିଆ, ସମ୍ୱଲପୁରୀ ଓ ହୀନ୍ଦି ଗୀତ ଟ୍ରାକ୍ରେ ରାନୀ ଦେଇଥିଲେ ଗୋଟିଏ ପରେ ଗୋଟିଏ ଆଇଟମ୍। ରାନୀ ଙ୍କ ଡ୍ୟାନ୍ସ ରେ ଝୁମୁଥିଲେ ଦର୍ଶକ। ଆଇଟମ୍ ଡ୍ୟାନ୍ସ ଚାଲିଥିବା ବେଳେ ହଠାତ ଜଣେ ମହିଳା ଦର୍ଶକ ହଙ୍ଗାମା କରିଥିଲେ।
ନାଚକୁ ବିରୋଧ କରିଥିଲେ। ଷ୍ଟେଜ ଉପରକୁ ଚପଲ ଫିଙ୍ଗିଥିଲେ। ପରେ ମହିଳା ଜଣକ ମଞ୍ଚ ଉପର କୁ ଚଢ଼ି ଯାଇଥିଲେ। ଯାତ୍ରା ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟିର ସଦସ୍ୟ ବହୁ ବୁଝାସୁଝା କରିବା ପରେ ପୁଣି ଯାତ୍ରା ଆୟୋଜିତ ହୋଇଥିଲା।
ଏତିକି ରେ ଝମେଲା ସରିନଥିବା ବେଳେ ମହିଳା ଜଣ ଙ୍କ ମଞ୍ଚ ଉପରକୁ ବି ଚଢ଼ି ଯାଇଥିଲେ । ଏତିକି ବେଳେ ମଞ୍ଚ ଉପରେ ମହିଳା ଜଣକ ଉଗ୍ର ରୂପ ଧାରଣ କରିଥିଲେ । ମହିଳାଙ୍କ ବିରୋଧ ପରେ ଦୀର୍ଘ କିଛି ସମୟ ପାଇଁ ନୃତ୍ୟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା ।
ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳା ଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ । ମିଳିଥିବା ଖବର ଅନୁସାରେ କିଛି ସମୟ ର ବାଦ ବିବାଦ ଓ ବୁଝାସୁଝା ପରେ ମହିଳା ଜଣଙ୍କ କୁଆଡ଼େ ଶାନ୍ତ ପଡ଼ିଥିଲେ । ଏବେ କିନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି କରିଛି । ଭଦ୍ରକ ବାସୁଦେବପୁର ଉପନିର୍ବାଚନର ତାତିକୁ ପଛରେ ପକାଇ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ । ମୁଁ ନୃତ୍ୟରେ ମଗ୍ନ ଥିଲି । ତେବେ ରାନୀ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ମଧ୍ୟ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।