ସବୁ ସମୟ ଖବର ସାଥିରେ

ପିରିୟଡ଼ ସମୟରେ କମ୍ ରକ୍ତ ପ୍ରଭାବ ହେବାର କାରଣ ଜାଣନ୍ତୁ ! କାହିଁକି ହୁଏ ଏଣ୍ଡୋମେଟ୍ରିଓସିସ୍ ସମସ୍ୟା?Dr Sima Das

0 16

ମାସିକ ଋତୁସ୍ରାବ ପ୍ରତ୍ୟେକ ନାରୀ ମାନଙ୍କ ପାଇଁ ଏହା ଏକ ସାଧାରଣ ପ୍ରକ୍ରିୟା ଅଟେ। ଋତୁସ୍ରାବ ସମୟରେ କି ତା ପୂର୍ବରୁ ସମସ୍ତଂକ ମନରେ ଏକ ଡର ଥାଏ ଚିନ୍ତା ଥାଏ ଆଶଙ୍କା ଥାଏ ଅନେକ ପ୍ରକାର ପ୍ରଶ୍ନ ସୃଷ୍ଟି ରହିଥାଏ। ତେବେ ଏହି ସମୟରେ ନାରୀ ଠାରେ ଭିନ୍ନ ଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଏହି ସମୟରେ ନାରୀ ପାଖରେ ଶାରିରୀକ ଓ ମାନସିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ତେବେ ମାସିକ ଋତୁସ୍ରାବ ସମୟରେ ମହିଳା ମାନେ ଟିକେ ଚିଡ଼ିଚିଡା ସ୍ୱଭାବର ହୋଇଥାନ୍ତି।

ତେବେ ଏହି ସମୟରେ ନାରୀ ପାଖରେ ଭିନ୍ନ ଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ। ଏହା ମହିଳା ପାଖରେ ନିୟମିତ ଭାବରେ ଗୋଟିଏ ମାସରେ ଦେଖା ଯାଇଥାଏ। ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ୩-୫ ଦିନ ପାଇଁ ବ୍ଲିଣ୍ଡିଂ ହୋଇଥାଏ। କିନ୍ତୁ ବେଳେବେଳେ ମାସିକ ଋତୁସ୍ରାବ କିମ୍ବା ରକ୍ତ ପ୍ରବାହରେ ଏପଟ ସେପଟ ହେବା କାରଣରୁ ମହିଳାଙ୍କୁ ନାନା ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ। କେତେକ ମହିଳାଙ୍କ ପାଖରେ ଅନିୟମିତ ଋତୁସ୍ରାବ ଭଳି ସମସ୍ୟା ଦେଖିବାକୁ ମିଳିଥାଏ ଯେଉଁଥି ପାଇଁ ସେମାନଙ୍କ ରକ୍ତ ପ୍ରଭାବ କମ୍ ହୋଇଥାଏ।ତେଣୁ ସେମାନେ ଏହାକୁ ନେଇ ଖୁବ୍ ଚିନ୍ତିତ ହୁଅନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଅବଧି ସମୟରେ କମ୍ ରକ୍ତ ପ୍ରବାହର କାରଣ ବିଷୟରେ କହିବୁ। ଯାହା ପ୍ରତ୍ୟେକ ନାରୀ ଜାଣିବା ନିହାତି ଜରୁରୀ।

ସାଧାରଣତଃ ଦେଖା ଯାଇଥାଏ ଯେ ଜଣେ ମହିଳାର ଯେତେବେଳେ ନର୍ମାଲ ପିରିୟଡ଼ ହୁଏ ସେହି ପିରିୟଡ଼ର ୪-୫ ଦିନ ଭିତରେ ୩୦-୪୦ ମିଲି ଲିଟରର ରକ୍ତ ପ୍ରଭାବ ହୋଇଥାଏ। ତେବେ ଏହା ଠାରୁ ଯଦି ଜଣେ ମହିଳାଙ୍କ ଅଧିକ ରକ୍ତ ପ୍ରଭାବ ହୋଇଥାଏ କି ଏହାଠୁ କମ୍ ରକ୍ତ ପ୍ରଭାବ ହୋଇଥାଏ ତେବେ ସେହି ମହିଳା ପାଖରେ ନାନା ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ଆଜି ଆସନ୍ତୁ ଜାଣିବା ମହିଳା ଠାରେ କମ୍ ରକ୍ତ ପ୍ରଭାବ ହେବାର କାରଣ କଣ ରହିଛି।
ପିରିୟଡ଼ ସମୟରେ କମ୍ ରକ୍ତ ପ୍ରଭାବ ହେବାର କାରଣ:-

ଝିଅ ବା ମହିଳା ମାନଙ୍କ କ୍ଷେତ୍ରରେ ହରମୋନ୍ ଅସନ୍ତୁଳନ ସମସ୍ୟା ଦେଖା ଗଲେ ଏହି ସମସ୍ୟା ଦେଖିବାକୁ ମିଳିଥାଏ।ଯେଉଁ ମହିଳାମାନେ ବର୍ଷ ବୟସ ମଧ୍ୟରେ ଗର୍ଭ ନିରୋଧକ ବଟିକା ଗ୍ରହଣ କରନ୍ତି, ସେମାନେ ମଧ୍ୟ ଅବଧି ମଧ୍ୟରେ ରକ୍ତ ପ୍ରବାହ ହ୍ରାସ ପାଇଥାଏ। କେତେକ ମହିଳା ଗର୍ଭଧାରଣକୁ ରୋକିବା ପାଇଁ ଡିପୋ-ପ୍ରୋଭେରା ଇଞ୍ଜେକ୍ସନର ବ୍ୟବହାର କରିଥାନ୍ତି। ଏହି ଇଞ୍ଜେକ୍ସନ୍ ମାସିକ ଚକ୍ର ସମୟରେ ଡିମ୍ବାଣୁରୁ ଏକ ଅଣ୍ଡାର ବିକାଶ ଏବଂ ମୁକ୍ତିକୁ ବନ୍ଦ କରିବାରେ ସାହାଯ୍ୟ କରେ।

କିନ୍ତୁ ଏହାର ବ୍ୟବହାର ଦ୍ଵାରା ମହିଳା କ୍ଷେତ୍ରରେ ରକ୍ତ ପ୍ରଭାବ କମ୍ ହୋଇଥାଏ।କିଛି ଝିଅ ବା ମହିଳାଙ୍କ ଗର୍ଭାଶୟରେ ଟ୍ୟୁବରକ୍ଲୋସିସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଯେଉଁଥି ପାଇଁ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।